Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାକାଶ କ୍ଷେତ୍ରରେ ଏଫ୍‌ଡିଆଇ ନୀତିରେ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ୍ ର ଅନୁମୋଦନ 
ଆଜିର ଖବର

ମହାକାଶ କ୍ଷେତ୍ରରେ ଏଫ୍‌ଡିଆଇ ନୀତିରେ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ୍ ର ଅନୁମୋଦନ 

February 22, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ISRO
ଇତିହାସ ରଚିଲା ISRO: ଉତକ୍ଷେପଣ କଲା ବ୍ଲୁବର୍ଡ ବ୍ଲକ-୨, ଟାୱାର ବିନା ସଂଯୋଗ ହେବ 4G-5G

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମହାକାଶ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନୀତିରେ ସଂଶୋଧନକୁ ଅନୁମୋଦନ ମିଳିଛି। ବର୍ତ୍ତମାନ ଉପଗ୍ରହ ଉପ – କ୍ଷେତ୍ରକୁ ତିନୋଟି ଭିନ୍ନ ଭିନ୍ନ କାର୍ଯ୍ୟକଳାପରେ ବିଭକ୍ତ କରାଯାଇଛି, ଯେଉଁଥିରେ ପ୍ରତ୍ୟେକ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ନିର୍ଦ୍ଦିଷ୍ଟ ସୀମା ରହିଛି।

ଭାରତୀୟ ମହାକାଶ ନୀତି ୨୦୨୩କୁ ଏକ ବ୍ୟାପକ, ମିଶ୍ରିତ ଏବଂ ଗତିଶୀଳ ଢାଞ୍ଚା ଭାବରେ ବିଜ୍ଞପିତ କରାଯାଇଥିଲା , ଯାହା ଘରୋଇ ଅଂଶଗ୍ରହଣ ବୃଦ୍ଧି ମାଧ୍ୟମରେ ମହାକାଶ କ୍ଷେତ୍ରରେ ଭାରତର ସମ୍ଭାବନାକୁ ଉନ୍ମୋଚନ କରିବାର ସ୍ୱପ୍ନକୁ କାର୍ଯ୍ୟକାରୀ କରିବ । ଏହି ନୀତିର ଉଦ୍ଦେଶ୍ୟ ହେଉଛି, ମହାକାଶର ସାମର୍ଥ୍ୟ ବୃଦ୍ଧି କରିବା ,  ମହାକାଶରେ ଏକ ସମୃଦ୍ଧ ବାଣିଜ୍ୟିକ ଉପସ୍ଥିତି ବିକଶିତ କରିବା; ମହାକାଶକୁ ବୈଷୟିକ ଜ୍ଞାନକୌଶଳ ବିକାଶର ଚାଳକ ଭାବରେ ବ୍ୟବହାର କରିବା ଏବଂ  ଆନୁଷଙ୍ଗିକ କ୍ଷେତ୍ରରେ ଲାଭ ପ୍ରାପ୍ତ କରିବା; ଆନ୍ତର୍ଜାତିକ ସମ୍ପର୍କକୁ ଅନୁସରଣ କରିବା ଏବଂ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ମହାକାଶ ପ୍ରୟୋଗର ପ୍ରଭାବଶାଳୀ ରୂପାୟନ ପାଇଁ ଏକ ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବା ।

ବର୍ତ୍ତମାନର ଏଫଡିଆଇ ନୀତି ଅନୁଯାୟୀ, କେବଳ ସରକାରୀ ଅନୁମୋଦନ ମାଧ୍ୟମରେ ଉପଗ୍ରହ ସ୍ଥାପନ କରିବା ଏବଂ ପରିଚାଳନା କରିବା କ୍ଷେତ୍ରରେ ଏଫଡିଆଇ ପାଇଁ ଅନୁମତି ଦିଆଯାଇଛି । ଭାରତୀୟ ମହାକାଶ ନୀତି ୨୦୨୩ର ଦୃଷ୍ଟିଭଙ୍ଗୀ ଏବଂ ରଣନୀତି ଅନୁଯାୟୀ କେନ୍ଦ୍ର କ୍ୟାବିନେଟ ବିଭିନ୍ନ ଉପ – କ୍ଷେତ୍ର / କାର୍ଯ୍ୟକଳାପ ନିମନ୍ତେ ଉଦାରୀକୃତ ଏଫଡିଆଇ ସୀମା ନିର୍ଦ୍ଧାରଣ କରି ମହାକାଶ କ୍ଷେତ୍ରରେ ଏଫଡିଆଇ ନୀତିକୁ କୋହଳ କରିଛନ୍ତି ।

ମହାକାଶ ବିଭାଗ ଇନ୍ – ସ୍ପେସ୍‌, ଇସ୍ରୋ ଓ ଏନ୍‌ଏସ୍‌ଆଇଏଲ୍ ଭଳି ଆଭ୍ୟନ୍ତରୀଣ ଅଂଶୀଦାରଙ୍କ ସମେତ ଅନେକ ଶିଳ୍ପ ଅଂଶୀଦାରଙ୍କ ସହ ପରାମର୍ଶ କରିଛି । ଏନ୍‌ଜିଇଗୁଡ଼ିକ ଉପଗ୍ରହ ଏବଂ ଉତ୍‌କ୍ଷେପଣ ଯାନ କ୍ଷେତ୍ରରେ ଦକ୍ଷତା ଏବଂ ବିଶେଷଜ୍ଞତା ବିକଶିତ କରିଛନ୍ତି । ଅଧିକ ପୁଞ୍ଜି ନିବେଶ ଦ୍ୱାରା ସେମାନେ ଉତ୍ପାଦର ବିକାଶ, ବିଶ୍ୱସ୍ତରୀୟ କାର୍ଯ୍ୟକଳାପ ଏବଂ ବିଶ୍ୱ ମହାକାଶ ଅର୍ଥନୀତିର ବର୍ଦ୍ଧିତ ଅଂଶ ହାସଲ କରିବାରେ ସକ୍ଷମ ହେବେ ।

ପ୍ରସ୍ତାବିତ ସଂସ୍କାର ଗୁଡ଼ିକ ମହାକାଶ କ୍ଷେତ୍ରରେ ଏଫଡିଆଇ ନୀତି ବ୍ୟବସ୍ଥା ଗୁଡ଼ିକୁ ଉଦାର କରିବା ଏବଂ ଉପଗ୍ରହ, ଉତକ୍ଷେପଣ ଯାନ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା କିମ୍ବା ଉପ ବ୍ୟବସ୍ଥାରେ ଏଫଡିଆଇ ପାଇଁ ସ୍ପଷ୍ଟତା ପ୍ରଦାନ କରିବା, ମହାକାଶଯାନ ଉତକ୍ଷେପଣ ଏବଂ ଗ୍ରହଣ ପାଇଁ ସ୍ପେସ୍‌ପୋର୍ଟ ସୃଷ୍ଟି କରିବା ଏବଂ ମହାକାଶ ସମ୍ବନ୍ଧୀୟ ଉପାଦାନ ଏବଂ ପ୍ରଣାଳୀର ନିର୍ମାଣକୁ ଉଦାର କରିବାକୁ ଉଦ୍ଦେଶ୍ୟ ରଖିଛି ।

ଲାଭ :

ସଂଶୋଧିତ ଏଫଡିଆଇ ନୀତି ଅନୁଯାୟୀ ମହାକାଶ କ୍ଷେତ୍ରରେ ଶତ ପ୍ରତିଶତ ଏଫଡିଆଇକୁ ଅନୁମତି ପ୍ରଦାନ କରାଯାଇଛି । ସଂଶୋଧିତ ନୀତି ଅଧୀନରେ ଉଦାରୀକୃତ ପ୍ରବେଶ ମାର୍ଗ ଗୁଡିକର ଉଦ୍ଦେଶ୍ୟ ସମ୍ଭାବ୍ୟ ନିବେଶକ ମାନଙ୍କୁ ମହାକାଶ କ୍ଷେତ୍ରରେ ଭାରତୀୟ କମ୍ପାନୀ ଗୁଡିକରେ ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ କରିବା ।

ସଂଶୋଧିତ ନୀତି ଅଧୀନରେ ବିଭିନ୍ନ କାର୍ଯ୍ୟକଳାପ ପାଇଁ ପ୍ରବେଶ ମାର୍ଗ ନିମ୍ନଲିଖିତ ପ୍ରକାରର ଅଟେ :

(କ) ସ୍ୱୟଂଚାଳିତ ମାର୍ଗ ଅନୁସାରେ ୭୪% ପର୍ଯ୍ୟନ୍ତ: ଉପଗ୍ରହ ନିର୍ମାଣ ଏବଂ ପରିଚାଳନା, ଉପଗ୍ରହ ଡାଟା ଉତ୍ପାଦ ଏବଂ ଗ୍ରାଉଣ୍ଡ ସେଗମେଣ୍ଟ ଏବଂ ଉପଭୋକ୍ତା ବିଭାଗ । ସରକାରୀ ମାର୍ଗରେ ଏହି କାର୍ଯ୍ୟକଳାପର ୭୪% ରୁ ଅଧିକ କାର୍ଯ୍ୟ ସମ୍ପାଦନ ହେଉଛି ।

(ଖ) ସ୍ୱୟଂଚାଳିତ ମାର୍ଗରେ ୪୯% ପର୍ଯ୍ୟନ୍ତ: ଉତକ୍ଷେପଣ ଯାନ ଏବଂ ଆନୁସଙ୍ଗିକ ବ୍ୟବସ୍ଥା କିମ୍ବା ଉପବ୍ୟବସ୍ଥା, ମହାକାଶଯାନ ଉତକ୍ଷେପଣ ଏବଂ ଗ୍ରହଣ ପାଇଁ ସ୍ପେସ୍‌ପୋର୍ଟ ସୃଷ୍ଟି । ସରକାରୀ ମାର୍ଗରେ ଏହି କାର୍ଯ୍ୟକଳାପର ୪୯% ରୁ ଅଧିକ କାର୍ଯ୍ୟ ସମ୍ପାଦନ ହେଉଛି ।

(ଗ) ସ୍ୱୟଂଚାଳିତ ମାର୍ଗରେ ୧୦୦% ପର୍ଯ୍ୟନ୍ତ: ଉପଗ୍ରହ, ଗ୍ରାଉଣ୍ଡ ସେଗମେଣ୍ଟ ଏବଂ ଉପଭୋକ୍ତା ବିଭାଗ ପାଇଁ ଉପାଦାନ ଏବଂ ବ୍ୟବସ୍ଥା / ଉପ- ବ୍ୟବସ୍ଥାର ନିର୍ମାଣ ।

ଘରୋଇ କ୍ଷେତ୍ରର ଏହି ବର୍ଦ୍ଧିତ ଅଂଶଗ୍ରହଣ ନିଯୁକ୍ତି ସୃଷ୍ଟି କରିବା, ଆଧୁନିକ ଜ୍ଞାନକୌଶଳ ବ୍ୟବହାରକୁ ସକ୍ଷମ କରିବା ଏବଂ ଏହି କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ । ଏହା ଭାରତୀୟ କଂପାନୀ ଗୁଡ଼ିକୁ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ସାମିଲ କରିବ ବୋଲି ଆଶା କରାଯାଉଛି । ଏହା ଦ୍ୱାରା କଂପାନିଗୁଡ଼ିକ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରି ଦେଶ ଭିତରେ ସେମାନଙ୍କ ଉତ୍ପାଦନ କାରଖାନା ସ୍ଥାପନ କରି ପାରିବେ ।

fdi modi cabinet narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Latest News

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.