Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିନି କାରଖାନାଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା ଆଖୁର ଏଫ୍ଆରପିକୁ କ୍ୟାବିନେଟ୍ ମଞ୍ଜୁରୀ
ଆଜିର ଖବର

ଚିନି କାରଖାନାଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା ଆଖୁର ଏଫ୍ଆରପିକୁ କ୍ୟାବିନେଟ୍ ମଞ୍ଜୁରୀ

February 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଖୁ
ଚାଷୀଙ୍କ ଠାରୁ କ୍ୱିଣ୍ଟାଲ୍‌ ପିଛା ୩୬୫ ଟଙ୍କାରେ କିଣାଯିବ ଆଖୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଚିନି ଋତୁ ୨୦୨୪-୨୫ ପାଇଁ ଚିନି ଋତୁ ପାଇଁ ଆଖୁର ଉଚିତ ଏବଂ ଲାଭଦାୟକ ମୂଲ୍ୟ (ଏଫଆରପି)କୁ ୧୦.୨୫% ଚିନି ରିକଭରି ହାର ସହିତ କ୍ୱିଣ୍ଟାଲ ପିଛା ୩୪୦ ଟଙ୍କା କୁ ଅନୁମୋଦନ କରିଛି । ଏହା ଆଖୁର ଐତିହାସିକ ମୂଲ୍ୟ ଯାହା ଚଳିତ ଋତୁ ୨୦୨୩-୨୪ ପାଇଁ ଆଖୁର ଏଫଆରପି ଠାରୁ ପ୍ରାୟ ୮% ଅଧିକ ଅଟେ । ସଂଶୋଧିତ ଏଫଆରପି ୧ ଅକ୍ଟୋବର ୨୦୨୪ରୁ ଲାଗୁ ହେବ ।

ଆଖୁର ଏ୨+ଏଫ୍ଏଲ୍ ମୂଲ୍ୟ ଠାରୁ ୧୦୭% ଅଧିକ ମୂଲ୍ୟରେ ନୂଆ ଏଫଆରପି ଆଖୁ ଚାଷୀଙ୍କ ସମୃଦ୍ଧି ସୁନିଶ୍ଚିତ କରିବ। ସୂଚନାଯୋଗ୍ୟ ଯେ ଭାରତ ବିଶ୍ୱରେ ସର୍ବାଧିକ ଆଖୁର ମୂଲ୍ୟ ଦେଇ ସାରିଥିବା ବେଳେ ଭାରତ ସରକାର ଭାରତର ଘରୋଇ ଉପଭୋକ୍ତାଙ୍କୁ ବିଶ୍ୱର ସବୁଠାରୁ ଶସ୍ତା ଚିନି ସୁନିଶ୍ଚିତ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଦ୍ୱାରା ୫ କୋଟିରୁ ଅଧିକ ଆଖୁ ଚାଷୀ (ପରିବାର ସଦସ୍ୟଙ୍କୁ ମିଶାଇ) ଏବଂ ଚିନି କ୍ଷେତ୍ର ସହ ଜଡିତ ଲକ୍ଷ ଲକ୍ଷ ଲୋକ ଉପକୃତ ହେବାକୁ ଯାଉଛନ୍ତି । କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ମୋଦି କି ଗ୍ୟାରେଣ୍ଟି କୁ ପୂରଣ କରିବା ପୁଣି ଥରେ ସୁନିଶ୍ଚିତ ହୋଇଛି ।

ଏହି ଅନୁମୋଦନ ପରେ ଚିନି କଳଗୁଡ଼ିକ ଆଖୁର ଏଫଆରପି କୁଇଣ୍ଟାଲ ପିଛା ୩୪୦ ଟଙ୍କା ହିସାବରେ ୧୦.୨୫% ଆଦାୟ କରିବେ। ପ୍ରତି ୦.୧% ବୃଦ୍ଧି ସହିତ କୃଷକମାନଙ୍କୁ ୩.୩୨ ଟଙ୍କା ଅତିରିକ୍ତ ମୂଲ୍ୟ ମିଳିବ ଏବଂ ରିକଭରି ୦.୧% ହ୍ରାସ କଲେ ସମାନ ରାଶି କଟାଯିବ । ତେବେ ଆଖୁର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୫.୧୦ ଟଙ୍କା ରହିଛି, ଯାହା କି ୯.୫% ଆଦାୟ ହେଉଛି। ଯଦିଓ ଚିନି ଆଦାୟ କମ୍ ହୁଏ, ତେବେ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୩୧୫.୧୦ ଟଙ୍କା ରେ ଏଫଆରପି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ବିଗତ ୧୦ ବର୍ଷ ମଧ୍ୟରେ ମୋଦି ସରକାର ସୁନିଶ୍ଚିତ କରିଛନ୍ତି ଯେ କୃଷକମାନେ ସେମାନଙ୍କ ଫସଲର ସଠିକ ମୂଲ୍ୟ ଠିକ୍ ସମୟରେ ପାଇପାରିବେ । ପୂର୍ବ ଚିନି ଋତୁ ୨୦୨୨-୨୩ ର ୯୯.୫% ଏବଂ ଅନ୍ୟ ସମସ୍ତ ଚିନି ଋତୁର ୯୯.୯% ଆଖୁ ବକେୟା ଚାଷୀଙ୍କୁ ପ୍ରଦାନ କରାଯାଇଛି ଯାହା ଚିନି କ୍ଷେତ୍ର ଇତିହାସରେ ସର୍ବନିମ୍ନ ଆଖୁ ବକେୟା ରହିଛି। ସରକାରଙ୍କ ସମୟୋଚିତ ନୀତିଗତ ହସ୍ତକ୍ଷେପ ଯୋଗୁଁ ଚିନି କଳ ଗୁଡ଼ିକ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ଏବଂ ୨୦୨୧-୨୨ ପରଠାରୁ ସରକାର ସେମାନଙ୍କୁ କୌଣସି ଆର୍ଥିକ ସହାୟତା ଦେଉ ନାହାନ୍ତି। ତଥାପି କେନ୍ଦ୍ର ସରକାର କୃଷକମାନଙ୍କୁ ଆଖୁର ‘ନିଶ୍ଚିତ ଏଫଆରପି ଏବଂ ନିଶ୍ଚିତ କ୍ରୟ’ ସୁନିଶ୍ଚିତ କରିଛନ୍ତି।

modi cabinet narendra modi sugar cane
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଏମସି ଢେଙ୍କାନାଳ ଛାତ୍ରଛାତ୍ରୀଙ୍କ ବିଧାନସଭା ପରିଦର୍ଶନ

September 26, 2026

ଆଜି ଅକ୍ଟୋବର ୨୬ ତାରିଖରେ ଆଠଟି ରାଶିର ବ୍ୟକ୍ତି ହେବେ ମାଲାମାଲ

September 26, 2026

ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା, ଓଡ଼ିଶାର ସାମୁଦ୍ରିକ ଅର୍ଥନୀତିକୁ ମିଳିବ ନୂଆ ଗତି

September 25, 2026

ବ୍ରହ୍ମପୁତ୍ର କ୍ରାକର୍‌ ଓ ପଲିମର୍‌ ଲିମିଟେଡ୍‌ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026
Latest News

ଆଇଆଇଏମସି ଢେଙ୍କାନାଳ ଛାତ୍ରଛାତ୍ରୀଙ୍କ ବିଧାନସଭା ପରିଦର୍ଶନ

September 26, 2026

ଆଜି ଅକ୍ଟୋବର ୨୬ ତାରିଖରେ ଆଠଟି ରାଶିର ବ୍ୟକ୍ତି ହେବେ ମାଲାମାଲ

September 26, 2026

ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା, ଓଡ଼ିଶାର ସାମୁଦ୍ରିକ ଅର୍ଥନୀତିକୁ ମିଳିବ ନୂଆ ଗତି

September 25, 2026

ରାଜ୍ୟରେ ଅବପାତର ତାଣ୍ଡବ: ବିଚ୍ଛିନ୍ନ ହେଲା ସଂଯୋଗ, ବଢ଼ିଲା ବନ୍ୟା ଆଶଙ୍କା

September 25, 2026

ବ୍ରହ୍ମପୁତ୍ର କ୍ରାକର୍‌ ଓ ପଲିମର୍‌ ଲିମିଟେଡ୍‌ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.