Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଆଇଟି ତିରୁପତିର ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
ଆଜିର ଖବର

ଆଇଆଇଟି ତିରୁପତିର ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

February 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱରେ ଦେଶରେ ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ଗୁଡିକ ଦ୍ରୁତ ଗତିରେ ଖୋଲାଯାଉଛି। କାରଣ, ଏହି ସବୁ ଅନୁଷ୍ଠାନ ଗୁଡିକ ଆମ ଦେଶକୁ ବିଶ୍ୱର ବୈଷୟିକ ଏବଂ ବୈଜ୍ଞାନିକ ମାନବ ସମ୍ବଳର ଏକ ବୃହତ୍ତମ ଭଣ୍ଡାରରେ ପରିଣତ କରିବା ଦିଗରେ ସହଯୋଗୀ ହେବ ବୋଲି ଗୁରୁବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଟି ତିରୁପତିର ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଇଆଇଟି ତିରୁପତିର ଚତୁର୍ଥ ଓ ପଞ୍ଚମ ଯୁଗ୍ମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମର ନୂତନ ଆଇଆଇଟି ଗୁଡିକ ଦ୍ରୁତ ଗତିରେ ପରିପକ୍ୱ ହେଉଛି ଏବଂ ଉତ୍କର୍ଷ କେନ୍ଦ୍ର ଭାବରେ ଉଭା ହେଉଛି। ଆଇଆଇଟି ତିରୁପତି ଇନୋଭେସନ ଏବଂ ଆନ୍ତଃବିଭାଗୀୟ ଗବେଷଣା ଉପରେ ଧ୍ୟାନ ଦେବା ପ୍ରଶଂସନୀୟ। ଏହି ଅନୁଷ୍ଠାନ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନର ଉତ୍ପେରକ ଭାବେ କାର୍ଯ୍ୟ କରିବ, ଯାହା ଯୁବଶକ୍ତିଙ୍କ ଉର୍ଜାକୁ ବିଶ୍ୱ କଲ୍ୟାଣ ଏବଂ ମାନବସେବା ପାଇଁ ବ୍ୟବହାର କରିପାରିବ। ଆଇଆଇଟି ତିରୁପତି ସମେତ ପାଲକ୍କଡ, ଜମ୍ମୁ, ଭିଲାଇ, ଗୋଆ ଏବଂ ଧାରୱାଡରେ ୨୦୧୫-୧୬ରେ ଆରମ୍ଭ ହୋଇଥିବା ନୂତନ ଆଇଆଇଟି ସାରା ଦେଶରେ ଆମର ଯୁବବର୍ଗଙ୍କୁ ଗୁଣାତ୍ମକ ଏବଂ ଉଚ୍ଚମାନର ଟେକ୍ନୋଲୋଜି ଶିକ୍ଷା ଉପଲବ୍ଧ କରାଇବା ହେଉଛି ମୋଦୀ ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ। ଆଇଆଇଟିରୁ ଗ୍ରାଜୁଏଟ ହେଉଥିବା ଯୁବବର୍ଗ ବିଭିନ୍ନ କ୍ଷେତ୍ରରେ ଆଗୁଆ ରହୁଛନ୍ତି ଏବଂ ଆମ ଦେଶ ଏବଂ ବିଦେଶରେ ଅନେକ ଷ୍ଟାର୍ଟଅପ ତିଆରି କରିବାରେ ଆଗ ଧାଡିରେ ରହି ନିଜର ଭୂମିକା ନିର୍ବାହ କରୁଛନ୍ତି। ଆଜିର ଅନେକ ଷ୍ଟାର୍ଟଅପ୍ ଗୁଡିକ ଆସନ୍ତାକାଲି ବଡ଼ ବଡ଼ କର୍ପୋରେଟ୍ ହାଉସରେ ପରିଣତ ହେବ ଏବଂ ଜ୍ଞାନ, ସମ୍ପତ୍ତି ଏବଂ ନିଯୁକ୍ତି ଦୁନିଆରେ ନିଜର ଦବଦବା ବଜାୟ ରଖିବ।

ଏକ ମିଶନ ମୋଡରେ ନବସୃଜନ ଏବଂ ଉଦ୍ୟମିତାର ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବା ଦରକାର। ଷ୍ଟାର୍ଟଅପ୍ ଗୁଡ଼ିକ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବାର ସାମର୍ଥ୍ୟ ଅଟନ୍ତି। ଆଇଆଇଟି – ଭୁବନେଶ୍ୱର, ଆଇଆଇଟି – ତିରୁପତିରେ ଷ୍ଟାର୍ଟଅପ୍ ପାଇଁ ଏକ ଭିଜନ ପ୍ରସ୍ତୁତ କରିବା ଉପରେ କାମ କରିବା ଉଚିତ୍। ଆମର ସମସ୍ତ ଆଇଆଇଟି ଦେଶରେ ଏକ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀ ଭାବନା ସୃଷ୍ଟି କରିବା ଆବଶ୍ୟକ ବୋଲି କହିବା ସହ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଥିବା ଦୁଇଟି ବ୍ୟାଚର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ। ଆଇଆଇଟି ତିରୁପତିର ଛାତ୍ରଛାତ୍ରୀମାନେ ଓଲଥ୍ କ୍ରିଏଟର ହେବେ ଏବଂ ବିକଶିତ ଭାରତର ଲକ୍ଷ୍ୟକୁ ହାସଲ କରିବା ଦିଗରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

dharmendra pradhan narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.