ଜୁନ୍ ୮ ତାରିଖରେ କେରଳ ଛୁଇଁଛି ମୌସୁମୀ । ତେବେ ଓଡ଼ିଶାକୁ ସପ୍ତାହେ ବିଳମ୍ବରେ ଆସିବାର ସୂଚନା ରହିଥିଲେ ବି ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହୋଇଛି । ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ମୌସୁମୀ ଦକ୍ଷିଣ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଆଉ ଚାରି /ପାଞ୍ଚ ଦିନ ମଧ୍ୟରେ ମୌସୁମୀ ଓଡ଼ିଶାକୁ ଆସିପାରେ । ଆସନ୍ତା ୨୦ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ।ଏହି ଲଘୁଚାପ ମୌସୁମୀକୁ ଆଣିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ ଓଡ଼ିଶାରେ ପ୍ରାକ୍ ମୌସୁମୀ ଜନିତ ବର୍ଷା ମଧ୍ୟ ହେଉଛି । ରାଜ୍ୟର ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରୀ । ତେବେ ପ୍ରାକ୍ ମୌସୁମୀ ପାଇଁ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ଅନୁଭୂତ ହେଉଛି ।
Tags: