‘ସମାଜ’ ର ନୂତନ ମୁଦ୍ରାକର ଓ ପ୍ରକାଶକ ହେଲେ ଡ ପ୍ରଭାସ ଆଚାର୍ଯ୍ୟ

Published: Feb 23, 2024, 6:11 pm IST

ଭୁବନେଶ୍ୱର: ଓଡ଼ିଶାର ସର୍ବ ପୁରାତନ ତଥା ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର ‘ସମାଜ ‘ର ନୂତନ ମୁଦ୍ରାକର ଓ ପ୍ରକାଶକ ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ ପ୍ରଭାସ ଆଚାର୍ଯ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି।

ଏହି ଅବସରରେ ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ ସଭାପତି ରାଜ କୁମାର ଚୋପ୍ରାଙ୍କ ସମେତ ସମାଜର ସଂପାଦକ ଓ ମୁଖ୍ୟ ପରିଚାଳକ, ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ପୁରାତନ ସମ୍ବାଦପତ୍ର ର ପାଠକୀୟ ବିଶ୍ୱସନୀୟତା ବଜାୟ ରଖିବା ତଥା ଉତ୍କଳମଣି ଙ୍କ ଆଦର୍ଶକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିବେ ବୋଲି ଡ. ଆଚାର୍ଯ୍ୟ ମତ ପୋଷଣ କରିଛନ୍ତି।

Related posts