Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ୟାକ୍ ଫୁଟ୍ ରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସାଧନା ଭରସାରେ ପୁଣି ଟିକଟ ଆଶାୟୀ
ଆଜିର ଖବର

ବ୍ୟାକ୍ ଫୁଟ୍ ରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସାଧନା ଭରସାରେ ପୁଣି ଟିକଟ ଆଶାୟୀ

February 23, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ସାଂସଦଙ୍କ ପିଛା ଛାଡୁ ନାହିଁ ଦଳୀୟ କନ୍ଦଳ। ଅବିଭକ୍ତ କଳାହାଣ୍ଡି ଜିଲ୍ଲା ସଂସଦୀୟ କ୍ଷେତ୍ର ପାଇଁ ରାଜ୍ୟ ସଭାପତି ପଦବୀର ସଦୁପ ଯୋଗ କରି ସାଂସଦ ପ୍ରାର୍ଥୀ ଭାବରେ ଟିକେଟ ହାସଲ କରିବା ପରେ କେବଳ ନିଜ ପରିବାର ଓ ସମ୍ପର୍କୀୟମାନଙ୍କ ଗହଣରେ ରହିବାକୁ ବେଶୀ ପସନ୍ଦ କରୁଥିବା ଅଭିଯୋଗ ହେଉଥିଲା। ଏପରିକି କଳାହାଣ୍ଡି ଜିଲ୍ଲାର ୩୬ ଗୋଟି ବିଜେପି ଜୋନ ଏବଂ ଅନ୍ୟାନ୍ୟ ଛାମୁଆ ସଂଗଠନ ର କର୍ମକର୍ତ୍ତାଙ୍କୁ ଚିହ୍ନି ନଥିବା ଆଜି ମଧ୍ୟ ଅଭିଯୋଗ ହୋଇ ଆସୁଛି।

ପୂର୍ବରୁ ନୂଆପଡ଼ା ବିଧାନସଭାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ହେଁ ବସନ୍ତ ପଣ୍ଡା ନିଜ ନିର୍ବାଚନ ମଣ୍ଡଳୀ ସହ ଜଡ଼ିତ ନ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦରେ ରାଜ୍ୟ ବିଜେପିର ସଭାପତି ପଦ ହାସଲ କରିବାରେ ସକ୍ଷମ ହୋଇଥିଲେ। ବିଧାୟକ ଭାବେ ଜିତିବା ଅସମ୍ଭବ ଥିବା ଜାଣି ରାଜ୍ୟ ସଭାପତି ପଦବୀର ଭରପୁର ଫାଇଦା ଉଠାଇ ୨୦୧୯ ସାଂସଦ ପ୍ରାର୍ଥୀ ଭାବେ ଟିକଟ ହାସଲ କରି ମୋଦୀଙ୍କ ପ୍ରବଳ ହାୱାରେ ନିର୍ବାଚନୀ ବୈତରଣୀ ପାର ହୋଇଥିଲେ ହେଁ ଦୀର୍ଘ ପାଞ୍ଚ ବର୍ଷ ପରେ ଆଜି ମଧ୍ୟ କଳାହାଣ୍ଡି ବିଜେପିର ୩୬ ଗୋଟି ଜୋନ ସଭାପତିଙ୍କୁ ଚିହ୍ନି ନ ଥିବା ଅଭିଯୋଗ ହେଉଛି।

ମୋଦୀ ହାୱାରେ ସେ ନିଜେ ତ ଜିତି ଗଲେ କିନ୍ତୁ ସାଂସଦ କ୍ଷେତ୍ର ଅଧିନସ୍ତ ବିଧାନ ସଭା କ୍ଷେତ୍ର ମାନଙ୍କରେ ବିଧାୟକ ମାନଙ୍କୁ ଜିତାଇ ପାରି ନ ଥିଲେ। ବିଧାୟକ ଟିକଟ ବଣ୍ଟନ ରେ ବ୍ୟାପକ ପ୍ରିୟାପ୍ରୀତି ତୋଷଣ କାରବାର ଓ ନିର୍ବାଚନ ଖର୍ଚ୍ଚ ଆବଣ୍ଟନ କରା ନ ଯାଇ ବାଟ ମାରଣା ଘଟଣାରୁ ଭବାନୀପାଟଣା ରେଳ ଷ୍ଟେସନ ରୋଡ଼ ରେ ଘର ଡିହ ସାଙ୍ଗକୁ ନୂଆପଡ଼ାରେ ଆଲିଶାନ ବଙ୍ଗଳା ନିର୍ମାଣ ଇତ୍ୟାଦି ହୋଇଥିବା ଅଭିଯୋଗ ହେଉଥିଲା।

ଏପରିକି ବସନ୍ତ ପଣ୍ଡାଙ୍କ ବିରୋଧୀ ରଜୁ ଢୋଲକିଆ ସିଧା ସଳଖ ପବ୍ଲିକ ମିଟିଂ ଓ ଦିବେତ ରେ ବସନ୍ତ ପଣ୍ଡାଙ୍କ ଏଭଳି ହେରାଫେରି କାରବାର ସମ୍ପର୍କରେ ପ୍ରକାଶ କରିଥିଲେ ସୁଦ୍ଧା ବସନ୍ତ ପଣ୍ଡା ଖଣ୍ଡନ କରିନାହାନ୍ତି। ଏସମ୍ପର୍କରେ ବିଜେପି କର୍ତ୍ତୃପକ୍ଷ ଅନୁସନ୍ଧାନ କରିବାର ଆବଶ୍ୟକତା ଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ୨୦୧୯ ରେ ବିଜେପିର ବିଧାନ ସଭା ପ୍ରାର୍ଥୀ ମାନଙ୍କୁ ଦଳୀୟ ନିର୍ବାଚନ ଖର୍ଚ୍ଚ ଦେଇ ନ ଥିବାରୁ ନିଜ ଲୋକ ପ୍ରିୟତରେ ଜିତି ଥିବା ପ୍ରଦୀପ ନାୟକ ବ୍ୟତୀତ ଅନ୍ୟ କେହି ବିଜେପି ପ୍ରାର୍ଥୀ ଜିତି ପାରି ନ ଥିଲେ।

ସାଂସଦ ଭାବେ ଜିତିବା ପରେ ନିଜର ରାଜନୈତିକ କେରିୟର ସୁରକ୍ଷା କରିବା ବ୍ୟତୀତ ଅନ୍ୟ କିଛି ଆଖିଦୃଶିଆ କାମ କରି ନ ଥିବା କର୍ମୀ ମହଲରେ ମଧ୍ୟ ଅଭିଯୋଗ ହେଉଛି। ସାଂସଦ ପାଣ୍ଠି ଦେବାରେ ନୂଆପଡ଼ା ଜିଲ୍ଲାକୁ ପ୍ରାଧାନ୍ୟ ଦେଉଥିବା ବେଳେ କଳାହାଣ୍ଡିକୁ କେବେ କାହା ମାର୍ଫତରେ ଦେଇଛନ୍ତି ତାହା କର୍ମୀ ମାନେ ମଧ୍ୟ କହି ପାରୁନ ଥିବା ଦେଖାଯାଉଛି। ୨୦୧୯ ରେ ଯେଉଁମାନେ ମୋଦୀ ହାୱା ପାଇଁ ପ୍ରାର୍ଥୀଙ୍କୁ ପରଖୀ ନ ଥିଲେ ବର୍ତ୍ତମାନ ସମୟ ବଦଳି ଯାଇଛି ମୋଦୀ ହାୱା ଥିଲେ ସୁଦ୍ଧା କଳାହାଣ୍ଡିର ଗୋଟେ ଆସନ ନ ମିଳିଲେ ମଧ୍ୟ ମୋଦିଙ୍କୁ ଫରକ ପଡିବ ନାହି, କିନ୍ତୁ ବସନ୍ତ ପଣ୍ଡାଙ୍କୁ ଭୋଟ ଦେବୁ ନାହିଁ ବୋଲି ଅନେକେ କୁହ କୁହି ହେଲେଣି।

ନିଜ ସହର ନୂଆପଡାରେ ନିଜ ପୁଅକୁ ଏନ ଏ ସି ରେ ଜିତାଇ ପାରି ନ ଥିବା ଏହି ସାଂସଦ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡାଙ୍କ କାର୍ଯ୍ୟକ୍ରମରେ ଭବାନୀପାଟଣା ଠାରେ ଦଳୀୟ ଶୀର୍ଷ କର୍ମକର୍ତ୍ତାଙ୍କୁ ଭୋଜନ ବ୍ୟବସ୍ଥା କରି ନ ପାରି ରାସ୍ତା କଡ଼ ହୋଟେଲରୁ ଅଟୋ ରିକ୍ସାରେ ଖାଇବା ମଗାଇ ଥିବା ବେଳେ ସାଂସଦ ବସନ୍ତ ପଣ୍ଡାଙ୍କ ଲୋକ ସମ୍ପର୍କ ଏବଂ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଅନ୍ୟପକ୍ଷରେ କଳେବଳେ କୌଶଳେ ବିଜେପିର କୋର କମିଟି ସଭ୍ୟଭୁକ୍ତ ହେବା ପରେ “ବିଜେପି ପାର୍ଟି ଭାଡ ମେ ଯାଏ ଜୋ ହମେ ଟିକଟ ମିଳନା ହିଁ ଚାହିଏ” ନୀତିରେ ପୁଣି ଥରେ ଟିକଟ ହାସଲ କରିବା ପାଇଁ ଉଦ୍ୟମ ଚଳାଇଥିବା କୁହାଯାଉଛି। ଏପରିକି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ସମୟରେ ତାଙ୍କ ପାର୍ଶ୍ବରେ ବସି ରାଜନାଥ ସିଂହ ଙ୍କ କାନରେ ଫୁସ ଫୁସ କରି କଣ ସବୁ କହି ରାଜନାଥ ସିଂହ ଙ୍କ ପାଖ ଲୋକ ବୋଲି ପରିଚୟ ଦେଉଥିବା ଚର୍ଚ୍ଚା ହେଉଛି।

ଅନ୍ୟ ପକ୍ଷରେ ନିଜେ ସାଧନା କରୁଥିବା ବସନ୍ତ ପଣ୍ଡା ଗୁଣୀ ଗାରେଡି କରି ମଧ୍ୟ ଟିକଟ ହାସଲ କରିନେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ସମୟ କହିବ ବିଜେପି କାହା ମୁଣ୍ଡରେ ଶିରପା ବାନ୍ଧିବ।

basant panda BJP dushmant kumar panda kalahandi
Share. Facebook Twitter LinkedIn Email WhatsApp Copy Link

Related Posts

ଗଜପତିରେ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଲେ ଆଇନ ମନ୍ତ୍ରୀ

August 6, 2025

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ରାଜ୍ୟ ବିଜେପି ସଭାପତିଙ୍କୁ ସ୍ମାରକପତ୍ର ପ୍ରଦାନ

August 6, 2025

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆ ଲେଖାକୁ କଲେ ବାଧ୍ୟତାମୂଳକ

August 6, 2025

କର୍ତ୍ତବ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

August 6, 2025
Latest News

ଗଜପତିରେ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଲେ ଆଇନ ମନ୍ତ୍ରୀ

August 6, 2025

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ରାଜ୍ୟ ବିଜେପି ସଭାପତିଙ୍କୁ ସ୍ମାରକପତ୍ର ପ୍ରଦାନ

August 6, 2025

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆ ଲେଖାକୁ କଲେ ବାଧ୍ୟତାମୂଳକ

August 6, 2025

ଭାରତଠାରୁ ୫୦ ପ୍ରତିଶତ ଶୁଳ୍କ ଆଦାୟ କରିବ ଆମେରିକା: ଏହି କାରଣରୁ ଜରିମାନା ଲଗାଇଲେ ଡୋନାଲ୍ଡ ଟ୍ରମ୍ପ 

August 6, 2025

କର୍ତ୍ତବ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

August 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.