Categories
ଫଟୋ ଖବର

ପୋଲିସ ତରଫରୁ ସହୀଦ ସୁଧୀର କୁମାର ଟୁଡୁଙ୍କୁ ନିଜ ଗାଁ ରେ ଶେଷ ସମ୍ମାନ ପ୍ରଦାନ କରାଯାଉଛି

Paid homage to son of Mayurbhanj soil Sri. Sudhir Kumar Tudu, who valiantly fought the banned maoists in fierce gun battle at Kalahandi District and laid down his life in the service of the nation. We vow to uphold the integrity of the nation for which he laid down his life.

Categories
ଫଟୋ ଖବର

କୋଭିଡ ସଂପର୍କରେ କଳାହାଣ୍ଡି ବିଡିଓ ଏବଂ ସରପଞ୍ଚଙ୍କ ସହ କଥା ହେଉଛନ୍ତି ଶକ୍ତି,ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

Videoconferencing with BDOs & Sarpanches on upscaling Antigen testing to intensify Mission Save Lives in #Kalahandi today in presence of Honble MLAs,

Categories
ଆଜିର ଖବର ଆଞ୍ଚଳିକ

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ଦୁଷ୍ମନ୍ତ କୁମାର ପଣ୍ଡା 
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଜଣେ ଦିଲ୍ଲୀ ଫେରନ୍ତାଙ୍କ ପଜିଟିଭ ବାହାରିଥିବା ବେଳେ ଆର ଜଣକ ଅନ୍ୟ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଯାଇଥିବା ଜଣାପଡିଛି। ଦୁଇଜଣ ଯାକ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ କଳାହାଣ୍ଡିରେ ପଜିଟିଭ ସଂଖ୍ୟା ୮୫କୁ ବୃଦ୍ଧି ପାଇଥିବା ପ୍ରକାଶ। ସଂପୃକ୍ତ ବ୍ୟକ୍ତି ମାନେ ଧର୍ମଗଡ ଅଂଚଳର ବୋଲି ଏକ ବେସରକାରୀ ସୂତ୍ରରୁ ଜଣାପଡିଛି।

ଏଭଳି କ୍ରମାଗତ ଭାବେ ସଂକ୍ରମଣ ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଅନ୍ୟ ହଟ ସ୍ପଟ ଜିଲ୍ଲାରୁ କଳାହାଣ୍ଡିକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ପ।ଇଁ କ୍ଵାରେଣ୍ଟିନରେ ରହିବା ବାଧ୍ୟତା ମୂଲକ ବୋଲି କଳାହାଣ୍ଡି ଜିଲ୍ଲାପାଳ କଡା ନିର୍ଦ୍ଦେଶ ଜାରି କରିଛନ୍ତି। ସେଥିପାଇଁ ସଂପୃକ୍ତ କୋଭିଡ ପରିଚାଲନା କମିଟୀ, ଗ୍ରାମପଂଚାୟତ ନୋଡାଲ ଅଧିକାରୀ ତଥା ସରପଂଚ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶାନାମାରେ କୁହାଯାଇଛି। ସେହିପରି ଜନସାଧାରଣଙ୍କ ଭିଡ ହେଉଥିବା ଦୃଷ୍ଟିରୁ ଜିଲ୍ଲାସାରା ସମସ୍ତ ସାପ୍ତାହିକ ବଜାରକୁ ମଧ୍ୟ ବାରଣ କରାଯାଇଛି।

Categories
ଫଟୋ ଖବର

ଭୁବନେଶ୍ବର ପରି ସଜେଇ ହେବାରେ ଲାଗିଛି ଜୁନାଗଡ, ସହରର ବିଭିନ୍ନ କାନ୍ଥରେ ଚାଲିଛି ପେଣ୍ଟିଂ

ଜୁନାଗଡ, ଭୁବନେଶ୍ବର ପରି ସଜେଇ ହେବାରେ ଲାଗିଛି ଜୁନାଗଡ। ସହରର ବିଭିନ୍ନ କାନ୍ଥରେ ଚାଲିଛି ପେଣ୍ଟିଂ

Categories
ଆଜିର ଖବର ରାଜ୍ୟ ଖବର

ନିମ୍ନମାନର ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ଅଭିଯୋଗରେ ଦୁଇଯନ୍ତ୍ରୀ ନିଲମ୍ବିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ନିମ୍ନ ମାନର ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ଅଭିଯୋଗରେ ମୂଖ୍ୟଯନ୍ତ୍ରୀ ସରଜମିନ ତଦନ୍ତ କରି ଦୁଇଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧିନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହେଉଥିବା କେନ୍ଦୁଗୁଡା- ପାଇକପଡା ରାସ୍ତା ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ୧୫ କି.ମି.୭୦୦ ମି. ଦୈର୍ଘ୍ୟ ସାନକେନ୍ଦୁଗୁଡା-ପାଇକପଡା ଭାୟା ଜୟନ୍ତପୁର ରାସ୍ତା ୪କୋଟି ୯୦ ଲକ୍ଷ ୬୫ ହଜାର ଟଙ୍କା ଅଟକଳରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡିଛି।

ଅଭିଯୋଗରୁ ପ୍ରକାଶ ଯେ, କେନ୍ଦୁଗୁଡା- ପାଇକପଡା ରାସ୍ତାରେ ଠିକାସଂସ୍ଥା ପକ୍ଷରୁ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଗ୍ରାମବାସୀ ଗତ ମଇ ମାସ ୯ ତାରିଖ ଦିନ କାମ ବନ୍ଦ କରିଦେଇଥିଲେ। ଏଷ୍ଟିମେଟ ଅନୁସାରେ ଥିବା ଥିକନେସ ଅନୁଯାୟୀ ପିଚୁ କାମ ହୋଇନଥିବା ବେଳେ ପିଚୁ ପକାଇବା ପୂର୍ବରୁ ଆବଶ୍ୟକୀୟ ସାମଗ୍ରୀ ରାସ୍ତାରେ ବ୍ୟବହାର କରାଯାଇନଥିଲା କିମ୍ବା ସେଭଳି କିଛି ବ୍ୟବସ୍ଥା କରାଯାନଥିଲା। ଫଳତଃ ପିଚୁ ପକାଇବାର ୪ ଦିନ ପରେ ମଧ୍ୟ ହାତରେ କାଢିଦେଲେ ମଧ୍ୟ ରାସ୍ତା ଉପରୁ ପିଚୁ ବାହାରି ଯାଉଥିବା ଦେଖାଯାଉଥିଲା। ଲାଭଖୋର ମନୋବୃତି ରଖି ଯେଣତେଣ ପ୍ରକାରେ ରାସ୍ତା କାମ ସାରି ଦେବାକୁ ଠିକାସଂସ୍ଥା ଯୋଜନା କରି କାମ କରୁଥିବା ବେଳେ ଦାୟୀତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୁମିତ ମିଞ୍ଜ ଓ କନିଷ୍ଠ ଯନ୍ତ୍ରୀ କେଶବ ନାୟକ ଠିକାସଂସ୍ଥାକୁ ସହେଯାଗ କରୁଥିଲେ। ଏପରିକି କାର୍ଯ୍ୟସ୍ଥଳରେ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ ସଂପୃକ୍ତ ଯନ୍ତ୍ରୀଦ୍ୱୟ ଚୁପ ରହିଯାଉଥିବା ଅଭିଯୋଗ ହୋଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ହେବାପରେ ଏହାର ତଦନ୍ତ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ମୂଖ୍ୟଯନ୍ତ୍ରୀ ଘଟଣାସ୍ଥଳକୁ ସରଜମିନ ତଦନ୍ତ କରିବା ପାଇଁ ଆସି ସତ୍ୟାସତ୍ୟ ଅନୁସନ୍ଧାନ କରିବା ପରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ମୂଖ୍ୟଯନ୍ତ୍ରୀ ପତ୍ରସଂଖ୍ୟା ୧୨୦୯୦/୨୨.୦୬.୨୦୨୦ ଅନୁସାରେ ଉକ୍ତ ରାସ୍ତା ଦାୟୀତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୁମିତ ମିଞ୍ଜ ଓ କନିଷ୍ଠ ଯନ୍ତ୍ରୀ କେଶବ ନାୟକଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପଣ୍ଡକୁଳ ଅନାଥ ଆଶ୍ରମର ଶୌଚାଳୟ ରେ ଜଣେ ଅନ୍ତେବାସୀ ଛାତ୍ରୀଙ୍କ ଆତ୍ମହତ୍ୟା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ଥାନା ଅନ୍ତର୍ଗତ ଡ଼ଃ ବି ଆର ଆମ୍ବେଦକର ଅନାଥ ଆଶ୍ରମର ଶୌଚାଳୟରେ ଏକ ଅନ୍ତେବାସୀ ଛାତ୍ରୀ ରସି ଲଗାଇ ଆତ୍ମହତ୍ୟା କରିବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳି ଯାଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଚିଚିଆ ପଂଚାୟତ ସ୍ଥିତ ପଣ୍ଡକୁଳ ଗ୍ରାମର ଡ଼ଃ ବି ଆର ଆମ୍ବେଦକର ଅନାଥ ଆଶ୍ରମରେ ଜଣେ ଅନ୍ତେବାସୀ ଛାତ୍ରଛାତ୍ରୀ ଶୌଚାଳୟରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନ୍ତେବାସୀ ଛାତ୍ରୀ ଜଣକ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଠନଟ ଗ୍ରାମର ହୋଇଥିବା ବେଳେ ଅନେକ ବର୍ଷ ତଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ମା’ ମଧ୍ୟ ଝିଅ କୁ ଛାଡି କେଉଁଆଡ଼େ ଚାଲିଯାଇଛନ୍ତି। ବାପା ମା ଛେଉଣ୍ଡ ହୋଇଥିବାରୁ ତାଙ୍କୁ ପରିବାର ଲୋକେ ଅନାଥ ଆଶ୍ରମରେ ଭର୍ତ୍ତି କରିଥିଲେ।

ବର୍ତ୍ତମାନ ଆଶ୍ରମରେ ଦଶପୁର ପୋଲିସ ଫାଣ୍ଡି ଅଧିକାରି ଓ ଗୋଳାମୁଣ୍ଡା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏହି ଅନାଥ ଆଶ୍ରମର ଅଧ୍ୟକ୍ଷ ଆଗରୁ ମଧ୍ୟ ବହୁ ବାଦ ବିବାଦ ରେ ଛନ୍ଦି ହୋଇଥିଲେ। ବର୍ତ୍ତମାନ ଜଣେ ଛତ୍ରୀ ଆତ୍ମହତ୍ୟା କରିବା ପରେ ଅନାଥ ଆଶ୍ରମ ଏବେ ସନ୍ଦେହ ଘେରକୁ ଚାଲି ଆସିଛି। ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କଲେ ନା ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଉଛି ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପରିବାର ଲୋକେ ଦାବୀ କରିଛନ୍ତି।

Categories
ଆଞ୍ଚଳିକ

ନିଜ ଖର୍ଚ୍ଚରେ ଗୋଆରୁ ଫେରିଲେ ୪୧ ପ୍ରବାସୀ ଶ୍ରମିକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଅନେକ ଶ୍ରମିକ ବିଭିନ୍ନ ରାଜ୍ୟରୁ ଫେରୁଥିବା ବେଳେ ଗୋଆରୁ ନିଜ ଖର୍ଚ୍ଚରେ ୪୧ ଜଣ ଶ୍ରମିକ କଳାହାଣ୍ଡିରୁ ଫେରିଥିବା ଜଣାପଡିଛି । ଗୋଆରୁ ୨ଲକ୍ଷ ୪୭ ହଜାର ଟଙ୍କା ଖର୍ଚ୍ଚ କରି ଗୋଆର ଏକ ଟ୍ରାଭେଲ ଏଜ ଏଜେନ୍ସିରୁ ଏକ ବସ ଯୋଗେ ଗୋଆରୁ ୪ତାରିଖ ସକାଳେ ଧର୍ମଗଡ ପହଂଚିଛନ୍ତି । ଧର୍ମଗଡ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଶ୍ରମିକ ମାନଙ୍କୁ ପର୍ଲାସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖାଯାଇଛି । ଉକ୍ତ ଶ୍ରମିକ ମାନେ ଓଡିଶା ଫେରିବା ପାଇଁ ଅନଲାଇନରେ ଆବେଦନ କରିଥିଲେ । ସେମାନଙ୍କୁ ଫେରିବା ପାଇଁ ସରକାରୀ ସ୍ତରରେ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନଥିବାରୁ ସେମାନେ ବାଧ୍ୟ ହୋଇ ନିଜ ନିଜ ଘରୁ ଟଙ୍କା ମଗାଇ ବସଭଡା ଦେଇ ଘରକୁ ଫେରିଥିବା ଜଣାପଡିଛି ।

Categories
ଆଞ୍ଚଳିକ

ହାତରୁ ପଇସା ଖର୍ଚ୍ଚ କରି ଫେରୁଛନ୍ତି କଳାହାଣ୍ଡିର ପ୍ରବାସୀ ଶ୍ରମିକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ବିଭିନ୍ନ ପ୍ରକାରର ନିୟମ ପ୍ରଣୟନ କରାଯାଇଥିବା ବେଳେ ଏହାର ସୁବିଧା ଶ୍ରମିକଙ୍କ ନିକଟରେ ଏହାର ସୁବିଧା ପହଞ୍ଚିପାରୁନାହିଁ । ସରକାରଙ୍କ ପକ୍ଷରୁ ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଳାଯାଉଥିବା ବେଳେ ଶ୍ରମିକଙ୍କ ନିକଟରେ ପହଞ୍ଚି ପାରୁନାହାନ୍ତି ସରକାର । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନେ ଏହି ସୁବିଧାରୁ ବଞ୍ଚିତ ରହୁଥିବା ବେଳେ ନିଜ ହାତରୁ ଖର୍ଚ୍ଚ କରି ରାଜ୍ୟକୁ ଫେରିଛନ୍ତି ।

ପ୍ରବାସୀ ଶ୍ରମିକ ମାନଙ୍କୁ ଫେରିବା ପାଇଁ ଓଡିଶା ସରକାର ଅନଲାଇନ ପଂଜୀକରଣ ବ୍ୟବସ୍ଥା କରିବା ସହିତ ବିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପଦାଧିକାରୀ ମାନଙ୍କୁ ଦାୟୀତ୍ୱ ଦେଇଥିବା ଜଣାପଡିଛି । ଏତେ ସବୁ ବ୍ୟବସ୍ଥା ସତ୍ୱେ ଶହ ଶହ ଶ୍ରମିକ ଚାଲି ଚାଲି, ସାଇକେଲରେ, ଏପରିକି ବର୍ଷ ତମାମ କଷ୍ଟ କରି ଉପାର୍ଜନ କରି ସଂଚିଥିବା ଟଙ୍କା ଖର୍ଚ୍ଚ କରି ଗାଡି ଭଡା କରି ଘରକୁ ଫେରୁଥିବା ଦେଖାଯାଉଛି । ଗତ ୨୪ ତାରିଖ ଦିନ କଳାହାଣ୍ଡି ର ଧର୍ମଗଡ ବ୍ଲକ ହାତୀପଖାନ ଓ ବେହେରାଗୁଡା ଗ୍ରାମର ୪୩ ଜଣ ପ୍ରବାସୀ ଶ୍ରମିକ ଗୋଆରୁ ନିଜ ଖର୍ଚ୍ଚରେ ଏକ ବସ ଭଡା କରି ଧର୍ମଗଡ ଫେରିଥିଲେ । ଲକଡାଉନ ସ୍ଥିତିରେ କାମ ନଥିବାରୁ ଭୋକ ଉପାସରେ ଦିନ କାଟୁଥିବା ବେଳେ ନିଜ ପାଖରେ ପାଇସାପତ୍ର ନଥିବାରୁ ବସଭଡା ବାବଦକୁ ୧ଲକ୍ଷ ୯୫ ହଜାର ଟଙ୍କା ନିଜ ନିଜ ଘରୁ ଟଙ୍କା ମଗାଇ ଫେରିଥିଲେ । ଅନଲାଇନ ରେ ଆବେଦନ କରିଥିଲେହେଁ ସେମାନଙ୍କୁ କୌଣସି ସରକାରୀ ବ୍ୟବସ୍ଥା କରାଯାଇନଥିବାରୁ ନିଜ ଖର୍ଚ୍ଚ କରି ଫେରିଥିବା ଉକ୍ତ ପ୍ରବାସୀମାନେ ଅଭିଯୋଗ କରିଛନ୍ତି । ସେମାନଙ୍କୁ ଜୟନ୍ତପୁର ଟିଏମସିରେ ରଖାଯାଇଥରବା ଜଣାପଡିଛି ।

ସେହିପରି ଦଣ୍ଡପାଟ ଅଂଚଳର ଛଂଚାଣ ବାହାଲି ଗ୍ରାମର ୪୦ ଜଣ ପ୍ରବାସୀ ଶ୍ରମିକ ଗୋଆର ରାଜଧାନୀ ପାଣାଜୀରୁ ୨ଲକ୍ଷ ୩୦ ହଜାର ଟଙ୍କା ଦେଇ ଏକ ଘରୋଇ ବସ ଭଡା କରି ଧର୍ମଗଡ ଫେରିଥିବା ଜଣାପଡିଛି । ଅନଲାଇନରେ ପଂଜୀକରଣ କରିଥିଲେହେଁ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ସେମାନେ ବାଧ୍ୟ ହୋଇ ଗାଡି ଭଡା ଦେବାକୁ ଫ୍ୟାକ୍ଟ୍ରି ମାଲିକ ଠାରୁ ଅଗ୍ରିମ ଆଣି ବସଭଡାକରି ଫେରିଥିବା ପ୍ରକାଶ କରିଛନ୍ତି । ସେମାନଙ୍କୁ ଛଂଚାଣବାହାଲି ଟିଏମସିରେ ରଖାଯାଇଥିବା ପ୍ରକାଶ । ସରକାରଙ୍କ ପକ୍ଷରୁ କରାଯାଉଥିବା ପଞ୍ଜୀକରଣ କରାଯାଉଥିବା ବେଳେ ସଠିକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଳାହାଣ୍ଡିରେ 5 କରୋନା ପଜିଟିଭ ଚିହ୍ନଟ : ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 18

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି 5 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 5 ଜଣ ଯାକ ଆକ୍ରାନ୍ତ ଗୋଲାମୁଣ୍ଡା ବ୍ଲକର ହୋଇଥିବା ବେଳେ ସେମାନଙ୍କ 2 ଜଣ ମହାରାଷ୍ଟ୍ରରୁ, 2 ଜଣ ତେଲେଙ୍ଗାନାରୁ ଏବଂ ଜଣେ ଗୁଜରାଟରୁ ଫେରିଥିଲେ। ଗତ 17 ତାରିଖ ଦିନ ସେମାନେ ଫେରିବା ପରେ ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା। 19 ତାରିଖ ଦିନ ପରୀକ୍ଷା ପାଇଁ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ 30 ତାରିଖ ଦିନ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା।

ଇତି ମଧ୍ୟରେ ସେମାନଙ୍କ କ୍ୱାରେଣ୍ଟଇନ ଅବଧି ଶେଷ ହେବାପରେ ନିଜ ନିଜ ଘରକୁ ପଠାଇ ଦିଆଯାଇଥିଲା। ସେମାନେ ଘରେ ରହୁଥିବା ସମୟରେ ସେମାନଙ୍କ ପଜିଟିଭ ରିପୋର୍ଟ ଆସିବା ପରେ ହେଲେ 30 ତାରିଖ ଦିନ ସେମାନଙ୍କୁ ନିଜ ନିଜ ଘରୁ ଅଣାଯାଇ ଭବାନୀପାଟଣାସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ପ୍ରଦାନ କରିଛନ୍ତି। ନୂତନ 5 ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 18ରେ ପହଞ୍ଚିଛି।

Categories
ଆଜିର ଖବର ରାଜ୍ୟ ଖବର

ପିଏମ କେୟାର୍ସ ଫଣ୍ଡ ଓ ସିଏମଆରଏଫକୁ କଳାହାଣ୍ଡି ବିଚାର ବିଭାଗୀୟ କର୍ମଚାରୀଙ୍କ ସହାୟତା

ଦୁଷ୍ମନ୍ତ ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ପିଏମ କେୟାର୍ସ ଫଣ୍ଡ ଓ ସିଏମଆରଏଫକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପିଏମ କେୟାର୍ସ ଫଣ୍ଡ ଓ ସିଏମଆରଏଫକୁ ୨ଲକ୍ଷ ୬୮ ହଜାର ୧୧୮ ଟଙ୍କାର ସହଯୋଗ ରାଶି ପୈଠ କରାଯାଇଥିବା ନେଇ କଳାହାଣ୍ଡି ଜିଲ୍ଲା କୋର୍ଟ ସିରସ୍ତାଦାର ଏବଂ କଳାହାଣ୍ଡି ଜିଲ୍ଲା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ଦିଲିପ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ସାଂପ୍ରତିକ ପରିସ୍ଥିତିରେ ସମଗ୍ର ଦେଶ କୋଭିଡ-୧୯ ସହ ଲଢୁଥିବା ବେଳେ କରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇ ଏହି ଅର୍ଥରାଶି ପ୍ରଦାନ କରାଯାଇଛି । ସମସ୍ତେ ଘରେ ରହିବା ସହିତ ସରକାରୀ ବିଧି ବ୍ୟବସ୍ଥାକୁ ଅନୁସରଣ କରି ଚଳିବା ଓ ସୁସ୍ଥ ଜୀବନ ଯାପନ କରିବା ପାଇଁ ଓଡିଶା ନ୍ୟାୟିକ କର୍ମଚାରୀ ସଂଘ ରାଜ୍ୟ ସାଧାରଣ ସଂପାଦକ ଏବଂ ଅଖିଳ ଭାରତୀୟ ନ୍ୟାୟୀକ କର୍ମଚାରୀ ମହାସଂଘ ପୂର୍ବ ଜୋନ ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ ନିବେଦନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଳାହାଣ୍ଡିରେ ଦୁଇ କରୋନା ପଜିଟିଭ ଚିହ୍ନଟ, କୋଭିଡ ହସପିଟାଲରେ ଭର୍ତ୍ତି

ଦୁଷ୍ମନ୍ତ ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଚିହ୍ନଟ ହୋଇଥିବା ଦୁଇ କରୋନା ପଜିଟିଭଙ୍କୁ ସ୍ଥାନୀୟ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋସିଆଲ ମିଡିଆରେ କଳାହାଣ୍ଡି ସିଡିଏମଓ ଏହି ଘୋଷଣା କରିଛନ୍ତି । ଦୁଇ ଆକ୍ରାନ୍ତ ହେଉଛନ୍ତି ମା ଏବଂ ଝିଅ । ଉଭୟଙ୍କ ବୟସ ଯଥାକ୍ରମେ 44 ଏବଂ 19 ବୋଲି ଜଣାପଡିଛି ।

ଉଭୟ 12 ତାରିଖରେ ପଶ୍ଚିମବଙ୍ଗରୁ ସମ୍ବଲପୁର ଦେଇ ଭବାନୀପାଟଣା ଆସିବା ପରେ ଜୁନାଗଡ ସ୍ଥିତ ଏକ ହୋଟେଲରେ ପେଡ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ । ଉଭୟ ପଜିଟିଭ୍‌ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ନୂତନ ଦୁଇ ଆକ୍ରାନ୍ତଙ୍କୁ ମିଶାଇ କଳାହାଣ୍ଡି ଜିଲ୍ଲାର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 15ରେ ପହଞ୍ଚିଛି । ଏହା ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇଥିବା ବେଳେ 13 ଆକ୍ରାନ୍ତ ସକ୍ରିୟ ରହିଛନ୍ତି ।

Categories
ଫଟୋ ଖବର

କଳାହାଣ୍ଡି ଜିଲ୍ଲାର ଏସଏଚଜି ମହିଳାମାନେ ତିଆରି କରିଥିବା ମାସ୍କକୁ ଅଧିକାରୀଙ୍କ ତଦାରଖ

କଳାହାଣ୍ଡି, କୋଭିଡ ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲାର ଚମ୍ପାଦେଇପୁର ଗ୍ରାମ ପଞ୍ଚାୟତରେ ଥିବା ମା ମାଣିକେଶ୍ବରୀ ଏସଏଚଜି ପ୍ରସ୍ତୁତ କରୁଛନ୍ତି ମାସ୍କ। ଏହି ମାସ୍କକୁ ତଦାରଖ କରୁଛନ୍ତି ଜିଲ୍ଲାର ପିଡି ଡିଆରଡିଏ, ଲାଞ୍ଜିଗଡ ତହସିଲଦାର ଏବଂ ବିଡିଓ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କକା ଗୁଳିରେ ପ୍ରାଣ ହରାଇଲା ପୁତୁରା: କକା ଫେରାର

ଭୀଷ୍ମ ସାହୁ
କଳାହାଣ୍ଡି: କଳାହାଣ୍ଡିରେ ଏକ ଅଭବାନୀୟ ଘଟଣାରେ କକା ଗୁଳିରେ ପ୍ରାଣ ହରାଇଛି ପୁତୁରା। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ କିଆପଦର ପଞ୍ଚାୟତ ସ୍ଥିତ ଡାଲଗୁମା ଗାଁରେ ଏହି ଘଟଣା ଘଟିଛି। ବଣଭୋଜିକୁ ନେଇ କକା ପୁତୁରାଙ୍କ ମଧ୍ୟରେ ବଚସା ହେବାରୁ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଯୁକ୍ତିତର୍କରେ ଉତ୍‌କ୍ଷିପ୍ତ କକା ପୁତୁରାକୁ ଗୁଳି କରି ହତ୍ୟା କରିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଡାଲଗୁମା ଗାଁର ଯୁବକ ରାଜ ମାଝୀ(୩୫) ରବିବାର ବନ୍ଧୁ ମାନଙ୍କ ସହିତ ଭୋଜି କରି ଫେରିବା ପରେ କକା ଶତ୍ରୁଘ୍ନ ମାଝୀ ତାଙ୍କୁ ଗାଳି କରିଥିଲେ। ରାଜ ଏହାର ଜବାବ ଦେବାରୁ ଉତ୍‌କ୍ଷିପ୍ତ ଶତ୍ରୁଘ୍ନ ନିଜ ଦେଶୀ ବନ୍ଧୁକରେ ରାଜଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣା ପରେ ଶତ୍ରୁଘ୍ନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମୃତ ରାଜ ମାଝୀଙ୍କ ସ୍ତ୍ରୀ ରଶ୍ମିତା ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍‌ କେସ୍‌ ନଂ ୫୮/୨୦ ,୩୦୨ ଆଇ.ପି.ସି,୨୫/୨୭ ରେ ମାମଲା ରୁଜୁ କରିବା ସହିତ ଶତ୍ରୁଘ୍ନଙ୍କ ସନ୍ଧାନ ଜାରି ରଖିଛି। ଶବ ବ୍ୟବଚ୍ଛେଦ ପରେ ସୋମବାର ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବଡ ଚିଚିଙ୍ଗ ଗ୍ରାମରେ କୂଅରେ ପଡି ଯୁବକ ମୃତ

ଭୀଷ୍ମ ସାହୁ
କଳାହାଣ୍ଡି : ନର୍ଲା ଥାନା ଅନ୍ତର୍ଗତ ସାନ୍ତପୁର ପଞ୍ଚାୟତର ବଡ ଚିଚିଙ୍ଗ ଗ୍ରାମରେ ଶନିବାର ଦିନ କୂଅରେ ପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଶନିବାର ୧୧ଟା ସମୟରେ ଉକ୍ତ ଗ୍ରାମର ଗୁଡ଼ ସାହୁଙ୍କ ପୁଅ ପଙ୍କଜ ସାହୁ (୧୯) ପ୍ରତିଦିନ ଭଳି ବିଲରେ ଥିବା କୂଅକୁ ଗାଧେଇବାକୁ ଯାଇଥିଲେ । ମାତ୍ର ଘରକୁ ଫେରିବା ବିଳମ୍ବ ହେବାରୁ ଘରଲୋକେ ଖୋଜାଖୋଜି କରିଥିଲେ । ଶେଷରେ ଉକ୍ତ କୂଅକୁ ଯାଇ ଖୋଜିବା ପରେ ପଙ୍କଜଙ୍କ ମୃତ ଶରୀର ଦେଖିବାକୁ ମିଳିଥିଲା । ଗ୍ରାମର ଦୁଇଜଣ ଯୁବକ ସନ୍ତୋଷ ଗହୀର ଓ ବିଶ୍ୱ ଝାଙ୍କରଙ୍କ ସହଯୋଗରେ କୂଅରୁ ମୃତଦେହ ଉଦ୍ଧାର କରି ସ୍ଥାନୀୟ ସରପଞ୍ଚ ନର୍ଲା ଥାନାକୁ ଜଣାଇବା ପରେ ସ୍ଥାନୀୟ ମାଜିଷ୍ଟ୍ରେଟ ନର୍ଲା ତହସିଲଦାର ଓ ନର୍ଲା ପୋଲିସ ଘଟଣା ସ୍ଥଳକୁ ଯାଇ ସରପଞ୍ଚ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରାଥମିକ ତଦନ୍ତ ସାରି ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗ୍ୟାସ୍‌ ଟାଙ୍କି ଫାଟି ଦୁଇ ମହିଳା ଅର୍ଦ୍ଧଦଗ୍ଧ

ବବ୍‌ଲୁ ସାହୁ
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର କାଦୋପଡା ଅଞ୍ଚଳରେ ଏକ ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ ଘଟି ଦୁଇ ମହିଳା ଅର୍ଦ୍ଧଦଗ୍ଧ ହୋଇଛନ୍ତି। ଉତକେଲା ଥାନା ଅନ୍ତର୍ଗତ କାଦୋପଡାରେ ଶନିବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ ଉତକେଲା ଥାନା ନିକଟସ୍ଥ କାଦୋ ପଡ଼ା ଅଞ୍ଚଳର ରେବତୀ ମେହେର (୫୪) ଆଜି ସକାଳ ୫ଟା ସମୟରେ ଘରେ ଚା ତିଆରି କରିବାକୁ ଯାଇ ଗ୍ୟାସ ଚୁଲ୍ଲା ଜଳାଇବା ସମୟରେ କୌଣସି କାରଣରୁ ହଠାତ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାକ୍ଷଣି ଗ୍ୟାସ ଟାଙ୍କି ଫାଟି ଯିବା ଫଳରେ ଘର କାନ୍ଥ ଭାଙ୍ଗିବା ସହିତ ଘର ଛପର ଉଡି ଯାଇଥିଲା, ନିଆଁର ଝାସ ପାଇ ପାଖରେ ଛିଡା ହୋଇ ଥିବା ପୂର୍ଣ୍ଣମୀ ମେହେରଙ୍କ (୬୦) ଶରୀର ଶତକଡା ୨୦ ଭାଗ ଜଳି ଯାଇଥିଲା। ଏହା ସମ୍ପର୍କରେ ସୂଚନା ପାଇବା ପରେ ଉତକେଲା ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିବା ସହିତ ମହିଳା ଦ୍ବୟଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଦ୍ଵାରା ଉଭୟଙ୍କୁ କେସିଙ୍ଗା ଡ଼ାକ୍ତରଖାନା ପଠା ଯାଇଥିଲା। କେସିଙ୍ଗା ଡାକ୍ତରଖାନାରେ ପୋଡାଜଳା ବିଭାଗ ନଥିବାରୁ, ମହିଳା ଦ୍ବୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଉଭୟ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ଡାକ୍ତର ଜଳନ୍ଧର ମେହେର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଇଂଜିନିୟରିଂ କଲେଜରେ ରେ କାର୍ଯ୍ୟକ୍ଷମ ହେଲା କୋଭିଦ-୧୯ ଡାକ୍ତରଖାନା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେଲା କୋଭିଦ-୧୯ ଡାକ୍ତରଖାନା। ଭବାନୀପାଟଣା-ଜୁନାଗଡ ରାସ୍ତା ଏନଏଚ-୨୬ ରାଜପଥ ଉପରେ ବାନ୍ଦୋପଲା ଠାରେ ଥିବା କଳାହାଣ୍ଡି ଇଂଜିନିୟରିଂ କଲେଜ ପରିସରରେ ୨୦୦ ଶଯ୍ୟା ବିଶିଷ୍ଟ କଳାହାଣ୍ଡି କୋଭିଦ-୧୯ ଡାକ୍ତରଖାନା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇଯାଇଛି। ଏହି ଡାକ୍ତରଖାନାରେ ୬ଟି ଆଇସିୟୁ ଭେଂଟିଲେଟର ସୁବିଧା ସହିତ ସନ୍ଦିଗ୍ଧ କରୋନା ରୋଗୀଙ୍କ ପାଇଁ ୭୦ ଟି ପୃଥକ ଆଇସୋଲେସନ କକ୍ଷ ରହିଛି। ଏଥିସହ ଏହି ଡାକ୍ତରଖାନାରେ ନିୟୋଜିତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ରହିବା ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସିଡିଏମଓ ଙ୍କ ସୂତ୍ରରୁ ପ୍ରକାଶ। କଳାହାଣ୍ଡି କୋଭିଦ-୧୯ ଡାକ୍ତରଖାନା ନିମନ୍ତେ ଓଡିଶା ଖଣି ନିଗମ ଆର୍ଥୀକ ସହାୟତା ଯୋଗାଇ ଦେଉଥିବା ବେଳେ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହାର ପରିଚାଳନା ଦାୟୀତ୍ୱ ନେଇଥିବା ଜଣାପଡିଛି।

 

ଏହି ଡାକ୍ତରଖାନାରେ ଆଇସିୟୁ ମାନେଜମେଂଟ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ୫ଜଣ ଡାକ୍ତରଙ୍କ ସମେତ ୩୭ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଇସିୟୁ ପାଇଁ ୧୦ ଜଣ ଷ୍ଟାଫ ନର୍ସଙ୍କ ସମେତ ୫୧ ଜଣ ଷ୍ଟାଫ ନର୍ସ ନିୟୋଜିତ କରାଯାଇଛି। ଆଇସିୟୁ ପାଇଁ ଜଣେ ଫାର୍ମାସିଷ୍ଟଙ୍କ ସମେତ ୯ ଜଣ ଫାର୍ମସିଷ୍ଟଙ୍କୁ ନିୟୋଜିତ କରାଯାଇଥିବା ବେଳେ ଜଣେ ମାଇକ୍ରୋବାଇଲୋଜିଷ୍ଟଙ୍କ ସମେତ ୮ ଜଣ ଲାବୋରେଟୋରୀ ଟେକ୍ନିସିଆନଙ୍କୁ ନିଯୁକ୍ତି କରାଯାଇଛି। ଏଥିସହିତ ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିବା ବିଷୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପ୍ରଶାସନ ପକ୍ଷରୁ କଳାହାଣ୍ଡି ଦକ୍ଷିଣ ଡିଏଫଓ ଶ୍ରୀ ଟି. ଅଶୋକ କୁମାରଙ୍କୁ ପ୍ରାଧିକୃତ ଅଧିକାରୀ ଭାବେ ଦାୟୀତ୍ୱ ଦିଆଯାଇଥିବା ବେଳେ ଏଡିପିଏଚଓ ଡା, ନିହାରେନ୍ଦ୍ର କୁମାର ପଣ୍ଡାଙ୍କୁ କୋଭିଦ ଡାକ୍ତରଖାନାର ପ୍ରଶାସନିକ ପ୍ରାଧିକୃତ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଗଧାଡିର ଦୁଇ ମହିଳା କରୋନା ଯୋଦ୍ଧା, ବିଡିଓ ଏବଂ ମାଇକ୍ରୋବାଇଲୋଜିଷ୍ଟ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସଂପ୍ରତି କରୋନା ସଂକ୍ରମଣରୁ ଲୋକଙ୍କୁ ଦୂରେଇ ରଖିବାକୁ ପୋଲିସ, ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ସାମ୍ବାଦିକ ଏବଂ ବିଭିନ୍ନ ସ୍ତରର ପ୍ରଶାସନିକ ପଦାଧିକାରୀ ଏବଂ କ୍ଷେତ୍ର କର୍ମଚାରୀ, ସ୍ୱେଚ୍ଛାସେବୀ, ମହିଳା ଏସଏଚଜି ସଭ୍ୟା ଭଳି ଅନେକ ଯୋଦ୍ଧା ଅନବରତ ଲାଗି ପଡିଛନ୍ତି। ନିଜସ୍ୱ ସୁରକ୍ଷା ପ୍ରତି ବେଖାତିର କରି ଘର ପରିବାର ଛାଡି ଦିନ ରାତିକୁ ଏକାକାର କରି ଲୋକଙ୍କୁ କରୋନାରୁ ସୁରକ୍ଷା ଦେବା ପାଇଁ ନିଜ ନିଜ ଦାୟୀତ୍ୱ ନିର୍ବାହ କରୁଛନ୍ତି।

ସେମାନଙ୍କ ଅନବରତ ସେବା ଅବର୍ଣ୍ଣନୀୟ ହୋଇଥିବା ବେଳେ କଳାହାଣ୍ଡିରେ ମହିଳା ପଦାଧରକାରୀ ମାନେ ମଧ୍ୟ ପଛରେ ନାହାନ୍ତି। ନିଜ ଜୀବନକୁ ପାଣି ଛଡାଇ ଡ୍ୟୁଟି କରିଚାଲିଛନ୍ତି। ନିଜର ଦୁଇ କୋମଳମତି ଶିଶୁଙ୍କୁ କ୍ୱାଟରରେ ଛାଡି ଅନ୍ୟ ଏକ କ୍ୱାଟରରେ ରହି ନିଜ ଦାୟୀତ୍ୱ ସଂପାଦନ କରୁଥିବା ଗୋଲାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନଙ୍କ ପ୍ରତି ସାଧାରଣରେ ସମ୍ମାନର ସୁଅ ଛୁଟିବାରେ ଲାଗିଛି।

ଗୋଲାମୁଣ୍ଡା ବ୍ଲକରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହେବାପରେ ବିଡିଓ ଶ୍ରୀମତୀ ପ୍ରଧାନଙ୍କ ଦାୟୀତ୍ୱ ବଢିଯାଇଥିଲା। ବିଡିଓ ଭଲି ଏକ ଦାୟୀତ୍ୱ ସଂପନ୍ନ ପଦବୀରେ ଥିବା ହେତୁ ନିଜ ପରିବାର ପ୍ରତି ଗୁରୁତ୍ୱ ନଦେଇ କୋଭିଦ-୧୯ ମୁକାବିଲା ସମୟରେ ବ୍ଲକ ଅଂଚଳରେ ଗସ୍ତକରି ସମସ୍ତ ଜନସାଧାରଣଙ୍କ ସମସ୍ତ ବ୍ୟବସ୍ଥା କରିବା ସହିତ ଆପତି ଅଭିଯୋଗ ବୁଝିଆସୁଛନ୍ତି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଗୋଲାମୁଣ୍ଡା ବ୍ଲକରେ କରୋନା ରୋଗୀ ଚିହ୍ନଟ ହେବାପରେ ନିଜ କ୍ୱାଟରରେ ପରିଚାରିକାଙ୍କ ଦାୟୀତ୍ୱରେ ନିଜ ଦୁଇ କୋମଳମତି ଶିଶୁଙ୍କୁ ଛାଡି ଅନ୍ୟ କ୍ୱାଟରରେ ରହିଆସୁଛନ୍ତି। ନିଜ ସରକାରୀ ଦାୟୀତ୍ୱ ରେ ଅବହେଲା ନକରି ଦୂରରୁ ନିଜ ଛୁଆଙ୍କୁ ଦେଖି ନିଜ କର୍ତବ୍ୟ ପଥରେ ଆଗେଇ ଯାଉଥିବା ଏହି ମହିୟସୀ ମହିଳାଙ୍କ ଅବଦାନ ଅବର୍ଣ୍ଣନୀୟ। ଗତ ୧୨ ଅପ୍ରେଲରେ ବିଡିଓ ଙ୍କ ସମେତ ବ୍ଲକ ଷ୍ଟାଫ ଙ୍କ ସେମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ମନରେ ଅହେତୁକ ଭୟ ଜାତ ହୋଇଥିବା ବିଷୟ ଏବଂ ଜଣେ ମାଆ ନିଜ ଶିଶୁଙ୍କୁ ଦୂରରେ ଦେଖି ସେମାନଙ୍କୁ କୋଳକୁ ନେଇପାରୁନଥିବା କଷ୍ଟ ଅସହ୍ୟ ହୋଇପଡୁଥିବା ବିଷୟ କୋହଭରା ସ୍ୱରରେ ପ୍ରକାଶ କରିଛନ୍ତି। ହେଲେ ସେମାନଙ୍କ ସେମ୍ପୁଲ ଟେଷ୍ଟ ସବୁ ନେଗେଟିଭ ଆସିବା ପରେ ଏବଂ ସମସ୍ତ କର୍ମଚାରୀ ଜନସାଧାରଣଙ୍କ ସହଯୋଗ ତାଙ୍କୁ କୋଭିଦ-୧୯ ଯୁଦ୍ଧରେ ଅଧିକ ସାହସ ଓ ଶକ୍ତି ଦେଉଥିବା ସେ ପ୍ରକାଶ କରିଛନ୍ତି।

ସେହିଭଲି ଆଉଜଣେ ନିର୍ଭୀକ କରୋନା ଯୋଦ୍ଧା ହେଉଛନ୍ତି ନୀଳିମା ଦାଶ। କଳାହାଣ୍ଡି ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ମାଇକ୍ରୋବାୟୋଲୋଜିଷ୍ଟ ଭାବେ କର୍ଯ୍ୟରତ ନୀଳିମା ଦାଶ ଦାୟୀତ୍ୱପୂର୍ଣ୍ଣ ଭାବେ ସଫଳତାର ସହ ଦୁଇଶହ ପାଖାପାଖି ଏକାକୀ ସ୍ୱାବ ସଂଗ୍ରହ କରିଥିବା ଜଣାପଡିଛି। କରୋନା ସନ୍ଦିଗ୍ଧ କିମ୍ବା ସଂକ୍ରମିତଙ୍କ ସ୍ୱାବ ସମୁନା ସଂଗ୍ରହ କରିବା ଏକ ବିପଦପୂର୍ଣ୍ଣ କାର୍ଯ୍ୟ ଏବଂ ସାମାନ୍ୟ ଅସାବଧାନତା ହେଲେ ନିଜକୁ ସଂକ୍ରମିତ ହୋଇଯିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ନୀଳିମା ଜିଲ୍ଲାରେ କାହିଁକି ସମଗ୍ର ଓଡିଶାରେ ଏକ ଉଦାହରଣ ହୋଇଯାଇଥରବା ଜଣାପଡିଛି। ଏଥି ସହ ନୀଳିମା ଜିଲ୍ଲାର ୧୨ଜଣ ଲାବୋରେଟୋରୀ ଟେକନିସିଆନଙ୍କୁ କରୋନା ସ୍ୱାବ ସଂଗ୍ରହ କରିବା ନିମନ୍ତେ ତାଲିମ ଦେଇ ସେମାନଙ୍କୁ ମଧ୍ୟ ପ୍ରସ୍ତୁତ କରିଛନ୍ତି। କଳାହାଣ୍ଡିରେ କରୋନା ରୋଗୀ ଚିହ୍ନଟ ହେବାପରେ ସ୍ୱାମୀ ଓ ପରିବାର ଲୋକେ ଚିନ୍ତିତ ହୋଇପଡିଥିବା ବେଳେ ନିଜ ଆତ୍ମବିଶ୍ୱାସ ଏବଂ ସହକର୍ମୀ ମାନଙ୍କ ସହଯୋଗ ରେ ସେ ନିଜ କର୍ତ୍ତବ୍ୟ ସଂପାଦନ କରୁଥିବା ପ୍ରକାଶ କରିଛନ୍ତି। ଓୟୁଏଟି ଭୂବନେଶ୍ୱର ରେ ମାଇକ୍ରୋବାୟୋଲୋଜି ଶିକ୍ଷାରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିବା ନୀଳିମା ଦାଶ ଗତ ୨୦୧୮ ଠାରୁ କଳାହାଣ୍ଡି ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଅବସ୍ଥାପିତ ହୋଇଥିବା ଜଣାପଡିଛି। ସମସ୍ତପ୍ରକାର ସୁରକ୍ଷା ଅବଲମ୍ବନ କରିବା ସହିତ ନିର୍ଦ୍ଧାରିତ ପୋଷାକ ପରିଧାନ କରି ସ୍ୱାବ ସଂଗ୍ରହ କରୁଥିବା ଜଣାପଡିଛି। ତଥାପି ଏଭଳି ବିପଦ ସଂକୁଳ ଭାବେ କରୋନା ସନ୍ଦିଗ୍ଧଙ୍କ ଠାରୁ ସ୍ୱାବ ସଂଗ୍ରହକୁ ଚାକିରୀ ଜୀବନର ଏକ ଚାଲେଞ୍ଜ ଭାବେ ଗ୍ରହଣ କରିଥିବା ନୀଳିମା ପ୍ରକାଶ କରିଛନ୍ତି। ପ୍ରଶାସନ ଏହି ଦୁଇ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କାର୍ଯ୍ୟକ୍ଷମ ହେବ କୋଭିଡ୍‌ ହସ୍ପିଟାଲ: 5ଟି ସଚିବଙ୍କ କଳାହାଣ୍ଡି ଗସ୍ତ

ଭୁବନେଶ୍ବର: କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି କୋଭିଡ୍‌ ହସ୍ପିଟାଲ। ଏହି ଅବସରରେ 5ଟି ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ କଳାହାଣ୍ଡି ଗସ୍ତ କରିଛନ୍ତି। 5ଟି ସଚିବଙ୍କ ସହିତ ଉନ୍ନୟନ କମିଶନର ମଧ୍ୟ ଏହି ଗସ୍ତରେ ରହିଥିଲେ। ଉଭୟ ନିର୍ମାଣଧୀନ ହସ୍ପିଟାଲରେ ପହଞ୍ଚି ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ। ଖୁବଶୀଘ୍ର ଏହି କୋଭିଡ୍‌ ହସ୍ପିଟାଲ୍‌ଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡିରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Categories
ଆଞ୍ଚଳିକ

ଭାରତ ବିକାଶ ଅଭିଯାନ ପକ୍ଷରୁ ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ

ବବ୍‌ଲୁ ସାହୁ
କଳାହାଣ୍ଡି : କଥାରେ ଅଛି ମାନବ ସେବାହିଁ ମାଧବ ସେବା । ତେବେ କରୋନା କାରଣରୁ କେବଳ ମଣିଷ ନୁହନ୍ତି ବରଂ ପଶୁପକ୍ଷୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକ୍‌ଡାଉନ୍‌ କାରଣରୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟ ଶୁନଶାନ୍‌ । ତେଣୁ ପଶୁପକ୍ଷୀ ମାନେ ଖାଇବାକୁ ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରୀପ୍ରେକ୍ଷୀରେ ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ଭାରତ ବିକାଶ ଅଭିଯାନ ସ୍ବେଚ୍ଛାସେବୀ ସଙ୍ଗଠନ ।

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଏହି ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପଶୁପକ୍ଷୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି । ଜିଲ୍ଲା ଅନ୍ତର୍ଗତ ନରଲା, ମ. ରାମପୁର,କେସିଙ୍ଗା, କରଲମୁଣ୍ଡା ବ୍ଲକରେ ମାସ୍କ,ସାବୁନ, ବିସ୍କୁଟ୍, ଚାଉଳ, ଡାଲି ସହିତ ବୁଲା ପଶୁ ପକ୍ଷୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି ।

Categories
ଆଜିର ଖବର ରାଜ୍ୟ ଖବର

ଆରୋଗ୍ୟ ଲାଭ କଲେ କଳାହାଣ୍ଡିର ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟର ଆଉ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। କଳାହାଣ୍ଡି ଜିଲ୍ଲାର ଏହି ଆକ୍ରାନ୍ତ କିଛି ଦିନ ତଳେ ବାହାରିନରୁ ଫେରିଥିଲେ ଓ ତାଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ତାଙ୍କ ନମୂନାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। କଟକର ସ୍ବତନ୍ତ କୋଭିଡ ଅଶ୍ବିନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରା ଯାଉଥିଲା। ଆଜି ତାଙ୍କ ରକ୍ତ ନମୂନା ନେଗେଟିଭ ଆସିଛି ଓ ସେ କରୋନା ଭୂତାଣୁ ମୁକ୍ତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ରାଜ୍ୟର ମୋଟ ୫୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଇତି ମଧ୍ୟରେ ୧୩ ଜଣ ଆରୋଗ୍ୟ ଲାଭ କରି ସାରିଲେଣି। ଗତକାଲି ରାଜ୍ୟ ସରକାର ସୂଚନା ଦେଇଥିଲେ ଯେ ଏମାନଙ୍କ ମଧ୍ୟରୁ ୩୫ ଜଣ ଯଥା ଶୀଘ୍ର ଆରୋଗ୍ୟ ଲାଭ କରିବେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିର ଦ୍ବିତୀୟ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି

କଳାହାଣ୍ଡି: ଗତକାଲି ମଧ୍ୟ ରାତ୍ରିରେ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି କରାଯାଇଛି। ଆଜି ୪୫ ନମ୍ବର କରୋନା ଆକ୍ରାନ୍ତଙ୍କ ତଥା କଳାହାଣ୍ଡି ଗୋଲମୁଣ୍ଡାର ୨୦ ବର୍ଷୀୟ ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ପ୍ରଦାନ କରାଯାଇଛି। ଆକ୍ରାନ୍ତ ଜଣକ ବେହେରାଗୁଡାରେ ମାର୍ଚ୍ଚ ୨୦ ଓ ୨୧ ତାରିଖରେ ସାଙ୍ଗଙ୍କ ସହ ମିଳାମିଶା କରିଛନ୍ତି ବୋଲି ସୂଚନା ମିଳିଛି। ସେହିପରି ମାର୍ଚ୍ଚ ୨୨ ରୁ ୨୪ ତାରିଖରେ ଘରେ ରହିଥିବା ନେଇ ତଥ୍ୟ ପ୍ରକାଶ କରିଛି। ମାର୍ଚ୍ଚ ୨୫ରେ ନିଜ ଗାଁରେ ତେଜରାତି ଦୋକାନକୁ ଯାଇଛନ୍ତି। ମାର୍ଚ୍ଚ ୨୬ରୁ ଏପ୍ରିଲ୍‌ ୩ ମଧ୍ୟରେ କୁଆଡେ ଯାଇ ନଥିବା ତଥ୍ୟରେ ଉଲ୍ଲେଖ ରହିଛି।

ଏପ୍ରିଲ୍‌ ୪ ରେ ବାହାରିନ୍‌ ଫେରନ୍ତା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡିଛି। ଏପ୍ରିଲ୍‌ ୪ ତାରିଖରେ ଘରେ ରହିଥିବାବେଳେ ଏପ୍ରିଲ୍‌ ୫ ତାରିଖରେ ସେ ଇନଷ୍ଟିଚ୍ୟୁସନାଲ୍‌ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଯାଇଥିଲେ। ଏପ୍ରିଲ୍‌ ୯ ତାରିଖରେ ତାଙ୍କ ପାଖରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଏପ୍ରିଲ୍‌ ୧୦ ତାରିଖରେ ତାଙ୍କୁ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।