ପିଏମ କେୟାର୍ସ ଫଣ୍ଡ ଓ ସିଏମଆରଏଫକୁ କଳାହାଣ୍ଡି ବିଚାର ବିଭାଗୀୟ କର୍ମଚାରୀଙ୍କ ସହାୟତା

Published: May 24, 2020, 5:19 pm IST

ଦୁଷ୍ମନ୍ତ ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ପିଏମ କେୟାର୍ସ ଫଣ୍ଡ ଓ ସିଏମଆରଏଫକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପିଏମ କେୟାର୍ସ ଫଣ୍ଡ ଓ ସିଏମଆରଏଫକୁ ୨ଲକ୍ଷ ୬୮ ହଜାର ୧୧୮ ଟଙ୍କାର ସହଯୋଗ ରାଶି ପୈଠ କରାଯାଇଥିବା ନେଇ କଳାହାଣ୍ଡି ଜିଲ୍ଲା କୋର୍ଟ ସିରସ୍ତାଦାର ଏବଂ କଳାହାଣ୍ଡି ଜିଲ୍ଲା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ଦିଲିପ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ସାଂପ୍ରତିକ ପରିସ୍ଥିତିରେ ସମଗ୍ର ଦେଶ କୋଭିଡ-୧୯ ସହ ଲଢୁଥିବା ବେଳେ କରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇ ଏହି ଅର୍ଥରାଶି ପ୍ରଦାନ କରାଯାଇଛି । ସମସ୍ତେ ଘରେ ରହିବା ସହିତ ସରକାରୀ ବିଧି ବ୍ୟବସ୍ଥାକୁ ଅନୁସରଣ କରି ଚଳିବା ଓ ସୁସ୍ଥ ଜୀବନ ଯାପନ କରିବା ପାଇଁ ଓଡିଶା ନ୍ୟାୟିକ କର୍ମଚାରୀ ସଂଘ ରାଜ୍ୟ ସାଧାରଣ ସଂପାଦକ ଏବଂ ଅଖିଳ ଭାରତୀୟ ନ୍ୟାୟୀକ କର୍ମଚାରୀ ମହାସଂଘ ପୂର୍ବ ଜୋନ ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ ନିବେଦନ କରିଛନ୍ତି ।

Related posts