Categories
ଆଜିର ଖବର ରାଜ୍ୟ ଖବର

ପିଏମ କେୟାର୍ସ ଫଣ୍ଡ ଓ ସିଏମଆରଏଫକୁ କଳାହାଣ୍ଡି ବିଚାର ବିଭାଗୀୟ କର୍ମଚାରୀଙ୍କ ସହାୟତା

ଦୁଷ୍ମନ୍ତ ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ପିଏମ କେୟାର୍ସ ଫଣ୍ଡ ଓ ସିଏମଆରଏଫକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପିଏମ କେୟାର୍ସ ଫଣ୍ଡ ଓ ସିଏମଆରଏଫକୁ ୨ଲକ୍ଷ ୬୮ ହଜାର ୧୧୮ ଟଙ୍କାର ସହଯୋଗ ରାଶି ପୈଠ କରାଯାଇଥିବା ନେଇ କଳାହାଣ୍ଡି ଜିଲ୍ଲା କୋର୍ଟ ସିରସ୍ତାଦାର ଏବଂ କଳାହାଣ୍ଡି ଜିଲ୍ଲା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ଦିଲିପ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ସାଂପ୍ରତିକ ପରିସ୍ଥିତିରେ ସମଗ୍ର ଦେଶ କୋଭିଡ-୧୯ ସହ ଲଢୁଥିବା ବେଳେ କରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇ ଏହି ଅର୍ଥରାଶି ପ୍ରଦାନ କରାଯାଇଛି । ସମସ୍ତେ ଘରେ ରହିବା ସହିତ ସରକାରୀ ବିଧି ବ୍ୟବସ୍ଥାକୁ ଅନୁସରଣ କରି ଚଳିବା ଓ ସୁସ୍ଥ ଜୀବନ ଯାପନ କରିବା ପାଇଁ ଓଡିଶା ନ୍ୟାୟିକ କର୍ମଚାରୀ ସଂଘ ରାଜ୍ୟ ସାଧାରଣ ସଂପାଦକ ଏବଂ ଅଖିଳ ଭାରତୀୟ ନ୍ୟାୟୀକ କର୍ମଚାରୀ ମହାସଂଘ ପୂର୍ବ ଜୋନ ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ ନିବେଦନ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ପିଏମ୍‌ କେୟାର ବିରୋଧୀ ଟ୍ବିଟ୍‌ ପାଇଁ ସୋନିଆଙ୍କ ବିରୋଧରେ ଏଫ୍‌ଆଇଆର

ନୂଆଦିଲ୍ଲୀ : ପିଏମ୍‌ କେୟାର ଫଣ୍ଡକୁ ନେଇ କଂଗ୍ରେସ ଦଳର ଟ୍ବିଟ୍‌ ବିରୋଧରେ କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । କର୍ଣ୍ଣାଟକର ଶିବାମୋଗ୍ଗାରେ ଏହି ଅଭିଯୋଗ ଦାଖଲ କରାଯାଇଛି । ପ୍ରବୀଣ କେଭି ନାମକ ଜନୈକ ଆଇନଜୀବୀ ସୋନିଆଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କ ନାମରେ ଏହି ମାମଲାର ଦାୟର କରିଛନ୍ତି । ଅଭିଯୋଗ ଅନୁଯାୟୀ କଂଗ୍ରେସର ଏହି ଟ୍ବିଟ୍‌ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ଥିଲା । ଆଇପିସିର ଧାରା 153 ଏବଂ 505 ଅନୁଯାୟୀ ଏହି ମାମଲା ଦାୟର କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପ୍ରବାସୀ ଶ୍ରମିକଙ୍କ ପାଇଁ ପିଏମ୍ କେୟାର୍ସ ଫଣ୍ଡରୁ ଖର୍ଚ୍ଚ ହେବ ଏକ ହଜାର କୋଟି

ନୂଆଦିଲ୍ଲୀ : କରୋନା ଲଢେଇ ପାଇଁ ଗଠନ ହୋଇଥିବା ପିଏମ୍‌ କେୟାର୍ସ ଫଣ୍ଡକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରି ଆସୁଛନ୍ତି । ଏହି ଫଣ୍ଡ୍‌ର ଅଡିଟ୍‌ ହେବା ପାଇଁ ଦାବି ମଧ୍ୟ ଜଣାଇଛି କଂଗ୍ରେସ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ପିଏମ୍‌ କେୟାର୍ସ ଫଣ୍ଡର ଅର୍ଥ ଆବଣ୍ଟନ ହେବାର ସୂଚନା ଦିଆଯାଇଛି।

ପ୍ରବାସୀ ଶ୍ରମିକଙ୍କ ପାଇଁ 1 ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି । ଏହି ଅର୍ଥ  1ହଜାର ପିଏମ୍‌ କେୟାର୍ସ ଫଣ୍ଡରୁ ଖର୍ଚ୍ଚ କରାଯିବ । କରୋନା ଲଢେଇ ପାଇଁ ଗଠନ ହୋଇଥିବା ପିଏମ୍‌ କେୟାର୍ସ ଫଣ୍ଡରୁ ଆଉ ଦୁଇ ହଜାର କୋଟି ଟଙ୍କା ଭେଣ୍ଟିଲେଟ୍‌ର ପାଇଁ ଖର୍ଚ୍ଚ କରାଯିବ ବୋଲି ସୂଚନା ରହିଛି ।

ପିଏମ୍‌ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଘୋଷଣା ଅନୁଯାୟୀ ପିଏମ୍‌ କେୟାର୍ସ ପାଣ୍ଠିରୁ ପ୍ରାଥମିକ ଭାବେ କୋଭିଡ୍‌ ମୁକାବିଲ ପାଇଁ 3100 କୋଟି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅର୍ଥରୁ 2ହଜାର କୋଟିଟଙ୍କା ଭେଣ୍ଟିଲେଟ୍‌ର ପାଇଁ ଖର୍ଚ୍ଚ କରାଯିବ । ସେହିପରି ପ୍ରବାସୀ ଶ୍ରମିକମାନଙ୍କ ପାଇଁ 1 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ବଳକା 100 କୋଟି ଟଙ୍କା କୋଭିଡ-19 ଭ୍ୟାକ୍‌ସିନ୍‌ ପାଇଁ ଆରମ୍ଭ ହୋଇଥିବା ପରୀକ୍ଷା ପାଇଁ ଖର୍ଚ୍ଚ କରାଯିବ ।

ମାର୍ଚ୍ଚ 27, 2020ରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଏହି ଟ୍ରଷ୍ଟ ଗଠନ କରାଯାଇଥିଲା । ଏହି ଟ୍ରଷ୍ଟରେ ଅନ୍ୟତମ ସଦସ୍ୟ ଭାବରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହା ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ରହିଛନ୍ତି । କରୋନା ସହ ଲଢେଇ ପାଇଁ ପ୍ରଧାନମନ୍ତ୍ରୀ ପିଏମ୍‌ କେୟାର୍ସ ଫଣ୍ଡରେ ସାହାଯ୍ୟ କରିବାକୁ ନିବେଦନ କରିଥିଲେ । କରୋନା ସହ ଲଢେଇ ପାଇଁ 2 ହଜାର କୋଟି ଟଙ୍କାରେ 50 ହଜାର ଭେଣ୍ଟିଲେଟ୍‌ର କ୍ରୟ କରାଯିବ । ଏହି ଭେଣ୍ଟିଲେଟର ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶରେ ସରକାରଙ୍କ ଦ୍ବାରା ସଞ୍ଚାଳିତ ହେଉଥିବା କୋଭିଡ୍‌-19 ହସ୍ପିଟାଲକୁ ଦିଆଯିବ । (ଏଜେନ୍ସି)