ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ୯ କୋଟି ୩ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ମଦନପୁର-ରାମପୁରଠାରେ ଅଗରବତୀ ପ୍ରସ୍ତୁତି କେନ୍ଦ୍ର, ଥୁଆମୂଳ-ରାମପୁରଠାରେ ଆମ୍ବରସ ପ୍ରକ୍ରିୟାକରଣ ଓ କ୍ୟାଣ୍ଡି ପ୍ରସ୍ତୁତି କେନ୍ଦ୍ର, ଭବାନୀପାଟଣାଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ଏବଂ ୨୪ଟି ଗ୍ରାମପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ଶ୍ରୀମତୀ ପରିଡ଼ା।
ଏହି ପ୍ରକଳ୍ପଗୁଡ଼ିକ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ମା’ ଓ ଭଉଣୀମାନଙ୍କ ପାଇଁ ଜୀବିକାର ନୂତନ ସୁଯୋଗ ସୃଷ୍ଟି କରିବା ସହ ସେମାନଙ୍କ ଆର୍ଥିକ ଶକ୍ତି ସୁଦୃଢ଼ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।


