ରବିବାର ଦିନ ୟୁକୋ ବ୍ୟାଙ୍କ୍ ବିର୍ଲା ସୂର୍ଯ୍ୟା ଲିମିଟେଡ୍ର ନିର୍ଦ୍ଦେଶକ ଯଶୋବର୍ଦ୍ଧନ ବିର୍ଲାଙ୍କୁ ଇଚ୍ଛାକୃତ ଋଣ ଖିଲାପକାରୀ ବା ଦେବାଳିଆ ଘୋଷିତ କରିଛି । କମ୍ପାନୀର ୬୭.୬୫ କୋଟିଟଙ୍କାର ଋଣ ପରିଶୋଧ କରିବାରେ ବିଫଳ ହେବାରୁ ତାଙ୍କୁ ଋଣ ଖିଲାପକାରୀ ଘୋଷଣା କରାଯାଇଛି । ଯଶୋବର୍ଦ୍ଧନ ବିର୍ଲା ୟଶ୍ ବିର୍ଲା ସମୂହର ଚେୟାରମ୍ୟାନ୍ ରହିଛନ୍ତି । ୟୁକୋ ବ୍ୟାଙ୍କ୍ ଦ୍ବାରା ଜାରି କରାଯାଇଥିବା ସାର୍ବଜନିକ ସୂଚନାରେ ଯଶୋବର୍ଦ୍ଧନ ବିର୍ଲାଙ୍କ ଫଟୋ ମଧ୍ୟ ପ୍ରକାଶିତ ହୋଇଛି । ୨୦୧୯ ଜୁନ୍ ୩ ତାରିଖରୁ ତାଙ୍କର ଆକାଉଣ୍ଟକୁ ଅଚଳ କରି ଦିଆଯାଇଛି । ନୋଟିସ୍ରେ କୁହାଯାଇଛି ଯେ, ବିର୍ଲା ସୂର୍ଯ୍ୟା ଲିମିଟେଡ୍କୁ ମୁମ୍ବାଇର ନରିମନ୍ ପଏଣ୍ଟ କର୍ପୋରେଟ୍ ଶାଖା ବିର୍ଲା ସୂର୍ଯ୍ୟାକୁ ୧୦୦ କୋଟି ଟଙ୍କାର ଋଣ ପ୍ରଦାନ କରିଥିଲା । ମାତ୍ର କମ୍ପାନୀ ମୂଳଧନରୁ ୬୭କୋଟି ଟଙ୍କା ଏବଂ ସୁଧ ପରିଶୋଧ କରିନଥିଲା । ୟୁକୋ ବ୍ୟାଙ୍କ ୨୦୧୩ ଜୁନ ୩ରେ ବିର୍ଲା ସୂର୍ଯ୍ୟାକୁ ନନ ପରଫରମିଙ୍ଗ ଆସେଟ୍ (ଏନପିଏ) ଘୋଷିତ କରିଥିଲା। ବ୍ୟାଙ୍କ ପକ୍ଷରୁ ଅନେକ ନୋଟିସ ମିଳିବା ପରେ ବି କମ୍ପାନୀ ଋଣ ସୁଝିନାହିଁ। ଫଳରେ ୟୁକୋ ବ୍ୟାଙ୍କ ଏବେ କମ୍ପାନୀ ନିର୍ଦେଶକ, ପ୍ରମୋଟର, ଗ୍ୟାରେଣ୍ଟରଙ୍କୁ ଇଚ୍ଛାକୃତ ଦେବାଳିଆ ଘୋଷିତ କରିଛି।
ୟୁକୋ ବ୍ୟାଙ୍କ ତରଫରୁ ଯଶୋବର୍ଦ୍ଧନ ବିର୍ଲାଙ୍କୁ ଇଚ୍ଛାକୃତ ଦେବାଳିଆ ଘୋଷିତ
Published:
Jun 17, 2019, 5:26 pm IST
Tags: