ଲୋକସଭା ନିର୍ବାଚନ ପାଇଁ ଏକାଠି ହେଲେ AAP- କଂଗ୍ରେସ, ଜାଣନ୍ତୁ ୫ ଟି ରାଜ୍ୟରେ କାହାକୁ ମିଳିଲା କେତେ ଆସନ?

Published: Feb 24, 2024, 12:04 pm IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପାଞ୍ଚଟି ରାଜ୍ୟ ପାଇଁ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଏକ ବଡ ଘୋଷଣା କରିଛନ୍ତି। AAP ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ସନ୍ଦୀପ ପଠକ, ଆତିଶି ଏବଂ ସୌରଭ ଭରଦ୍ୱାଜ ଅଂଶଗ୍ରହଣ କରିଥିଲେ। କଂଗ୍ରେସ ପକ୍ଷରୁ ମୁକୁଲ ୱାସନିକ, ଦୀପକ ବାୱରିଆ ଏବଂ ଅରବିନ୍ଦର ଲଭଲି ଥିଲେ।

କଂଗ୍ରେସ ନେତା ମୁକୁଲ ୱାସନିକ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ସହିତ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା, କଂଗ୍ରେସ ଏବଂ ଏଏପି ମଧ୍ୟରେ ଆସନ ଉପରେ ଚୁକ୍ତି ହୋଇଛି। ଦିଲ୍ଲୀର ୪ ଟି ଲୋକସଭା ଆସନରେ AAP ପ୍ରତିଦ୍ୱନ୍ଦ୍ୱିତା କରିବ। ଏଥିରେ AAP ନୂଆଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ ଏବଂ ପୂର୍ବ ଦିଲ୍ଲୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ କଂଗ୍ରେସ ଦିଲ୍ଲୀର ବାକି ୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ।

ଗୁଜୁରାଟ ବିଷୟରେ କହିବାକୁ ଗଲେ, AAP ଦୁଇଟି ଲୋକସଭା ଆସନ ଭରୁଚ ଏବଂ ଭାବନଗରରେ ନିର୍ବାଚନ ଲଢିବ। ଚଣ୍ଡିଗଡ଼ ଲୋକସଭା ଆସନରେ କଂଗ୍ରେସ ଏବଂ ଗୋଆର ଉଭୟ ଆସନରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରିବ। ତେବେ ସମଗ୍ର ପଞ୍ଜାବରେ ଏକାଠି ନିର୍ବାଚନ ଲଢିବା ନେଇ ଆଲୋଚନା ହୋଇନାହିଁ।

କେଉଁଠାରେ ଏବଂ କେତେ ଆସନ?:

ଦିଲ୍ଲୀରେ (୭ ଟି ସିଟ୍) କଂଗ୍ରେସ ୩ ରେ ଏବଂ AAP ୪ ରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଗୁଜୁରାଟରେ (୨୬ ଟି ସିଟ୍) କଂଗ୍ରେସ ୨୪ ରେ ଏବଂ AAP ୨ ରେ (ଭରୁଚ ଏବଂ ଭାବନଗରରେ) ପ୍ରତିଦ୍ୱନ୍ଦ୍ୱିତା କରିବ। ହରିୟାଣାରେ (୧୦ ଟି ସିଟ୍) କଂଗ୍ରେସ ୯ ଏବଂ AAP ୧ (କୁରୁକ୍ଷେତ୍ର) ପ୍ରତିଦ୍ୱନ୍ଦ୍ୱିତା କରିବ। ଚଣ୍ଡିଗଡ଼ର ଗୋଟିଏ ଆସନରେ କଂଗ୍ରେସ ନିର୍ବାଚନ ଲଢିବ। ଗୋଆର ଉଭୟ ଆସନରେ କଂଗ୍ରେସ ପ୍ରାର୍ଥୀ କରିବ।

Related posts