Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବେଜବଲ୍ ର ପ୍ରକୃତ ଅର୍ଥ କହିଲେ ଜୋ ରୁଟ୍, ସମାଲୋଚକଙ୍କୁ ଦେଲେ ଏଭଳି ଜବାବ
ଆଜିର ଖବର

ବେଜବଲ୍ ର ପ୍ରକୃତ ଅର୍ଥ କହିଲେ ଜୋ ରୁଟ୍, ସମାଲୋଚକଙ୍କୁ ଦେଲେ ଏଭଳି ଜବାବ

February 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଞ୍ଚିରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଭ୍ରମଣକାରୀ ଦଳର ପଲ୍ଲା ଭାରି ରହିଛି। ଇଂଲଣ୍ଡର ୩୫୩ ରନ୍‌ର ଜବାବରେ ଆୟୋଜକ ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ସାତୋଟି ୱିକେଟ୍ ହରାଇବା ପରେ ୨୧୯ ରନ୍ ସଂଗ୍ରହ କରିଛି। ତେବେ ଟିମ୍ ଇଣ୍ଡିଆ ଇଂଲଣ୍ଡଠାରୁ ୧୩୪ ରନ୍ ପଛରେ ରହିଛି। ଦ୍ୱିତୀୟ ଦିନରେ ଷ୍ଟମ୍ପ୍ ସମୟରେ ଧ୍ରୁଭ ଜୁରେଲ ୩୦ ରନ୍ ସ୍କୋର ଏବଂ କୁଲଦୀପ ଯାଦବ ୧୭ ରନ୍ ସ୍କୋର କରିବା ପରେ ଅପରାଜିତ ଫେରିଥିଲେ। ଦ୍ଵିତୀୟ ଦିନି ଖେଳ ଶେଷ ହେବା ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ବେଜବଲ୍ ର ପ୍ରକୃତ ଅର୍ଥ ବୁଝାଇଥିଲେ।

ଜୋ ରୁଟ ଶନିବାର କହିଛନ୍ତି ଯେ, ଟେଷ୍ଟ କ୍ରିକେଟରେ ତାଙ୍କ ଦଳର ବେଜବଲ ଶୈଳୀ ଅହଂକାର କରିବା କିମ୍ବା ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବା ନୁହେଁ ବରଂ ଦଳ ପାଇଁ ସର୍ବୋତ୍ତମ ଫଳାଫଳ ବାହାର କରିବା ଅଟେ। ରାଜକୋଟରେ ଚାଲିଥିବା ତୃତୀୟ ଟେଷ୍ଟରେ ଭାରତର ୪୩୪ ରନ୍ ରେ ପରାଜୟ ପରେ ଇଂଲଣ୍ଡର ଅତ୍ୟଧିକ ଆକ୍ରମଣାତ୍ମକ ‘ବେଜବଲ୍’ ରଣନୀତି ସମାଲୋଚନାର ଶିକାର ହୋଇଥିଲା।

ଜୋ ରୁଟ୍ କହିଛନ୍ତି ଯେ, “ବେଳେବେଳେ ଅଧିକ ଆକ୍ରମଣାତ୍ମକ ହେବା ହିଁ ଏହାର ସମାଧାନ ଅଟେ। ଉଦାହରଣ ସ୍ୱରୂପ, ଯଦି ମୁଁ ବଲ୍ ମାରିବାକୁ ସକ୍ଷମ ହୁଏ, ତେବେ ଜସପ୍ରୀତ ବୁମ୍ରାଙ୍କ ଉପରେ ଚାପ ପଡ଼ିବ। ଆମର ଆଭିମୁଖ୍ୟ ଅଲଗା ଅଟେ। ଏହା ଅହଂକାରର ବିଷୟ ନୁହେଁ। ବେଜବଲ୍ ଶବ୍ଦ ବହୁତ ବ୍ୟବହୃତ ହୁଏ। କିନ୍ତୁ ତାହା ଆପଣମାନଙ୍କର ଶବ୍ଦ। ତାହା ଆମେ ଏଭଳି ଦେଖୁନାହୁଁ। ଦଳ ପାଇଁ ପରସ୍ପରଠାରୁ ସର୍ବୋତ୍ତମ ଫଳାଫଳକୁ କିପରି ବାହାର କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ସବୁବେଳେ ଏହା ଫିଟ୍ ହୋଇନଥାଏ, କିନ୍ତୁ ଆମେ ସୁଧାରିବାକୁ ଚେଷ୍ଟା କରିବୁ।”

ଏକ ସମୟରେ, ୧୧୨ ରନ୍ ରେ ପାଞ୍ଚଟି ୱିକେଟ୍ ହରାଇବା ପରେ ଜୋ ରୁଟଙ୍କ ୧୨୨ ରନ୍ ଯୋଗୁଁ ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୨୧୯ ରନ୍ ରେ ସାତୋଟି ୱିକେଟ୍ ହରାଇଛି। ତେବେ ଏକ ସମୟରେ ଭାରତ ମାତ୍ର ୧୭୭ ରନ୍ ରେ ୭ ୱିକେଟ୍ ହରାଇଥିଲା, କିନ୍ତୁ କୁଲଦୀପ ଏବଂ ଧ୍ରୁଭ ଦ୍ୱିତୀୟ ଦିନରେ କୌଣସି କ୍ଷତି ହେବାକୁ ସୁଯୋଗ ଦେଇନଥିଲେ।

india joe root ranchi Test Series
Share. Facebook Twitter LinkedIn Email WhatsApp Copy Link

Related Posts

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026

ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ବାଚସ୍ପତି ଓ ବିଧାନସଭା ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୨୯ରେ ପରବର୍ତ୍ତୀ ଶୁଣାଣି

September 24, 2026
Latest News

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026

ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ବାଚସ୍ପତି ଓ ବିଧାନସଭା ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୨୯ରେ ପରବର୍ତ୍ତୀ ଶୁଣାଣି

September 24, 2026

ଗଭୀର ଅବପାତ: ରାଜ୍ୟର ୬ ଜିଲ୍ଲାରେ ଭୟଙ୍କର ବର୍ଷା, ୩୭ ବ୍ଲକ ଓ ୨୭୩ ଗାଁ ପ୍ରଭାବିତ

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.