Categories
ଆଜିର ଖବର ଖେଳ ଜାତୀୟ ଖବର

ବେଜବଲ୍ ର ପ୍ରକୃତ ଅର୍ଥ କହିଲେ ଜୋ ରୁଟ୍, ସମାଲୋଚକଙ୍କୁ ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ: ରାଞ୍ଚିରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଭ୍ରମଣକାରୀ ଦଳର ପଲ୍ଲା ଭାରି ରହିଛି। ଇଂଲଣ୍ଡର ୩୫୩ ରନ୍‌ର ଜବାବରେ ଆୟୋଜକ ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ସାତୋଟି ୱିକେଟ୍ ହରାଇବା ପରେ ୨୧୯ ରନ୍ ସଂଗ୍ରହ କରିଛି। ତେବେ ଟିମ୍ ଇଣ୍ଡିଆ ଇଂଲଣ୍ଡଠାରୁ ୧୩୪ ରନ୍ ପଛରେ ରହିଛି। ଦ୍ୱିତୀୟ ଦିନରେ ଷ୍ଟମ୍ପ୍ ସମୟରେ ଧ୍ରୁଭ ଜୁରେଲ ୩୦ ରନ୍ ସ୍କୋର ଏବଂ କୁଲଦୀପ ଯାଦବ ୧୭ ରନ୍ ସ୍କୋର କରିବା ପରେ ଅପରାଜିତ ଫେରିଥିଲେ। ଦ୍ଵିତୀୟ ଦିନି ଖେଳ ଶେଷ ହେବା ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ବେଜବଲ୍ ର ପ୍ରକୃତ ଅର୍ଥ ବୁଝାଇଥିଲେ।

ଜୋ ରୁଟ ଶନିବାର କହିଛନ୍ତି ଯେ, ଟେଷ୍ଟ କ୍ରିକେଟରେ ତାଙ୍କ ଦଳର ବେଜବଲ ଶୈଳୀ ଅହଂକାର କରିବା କିମ୍ବା ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବା ନୁହେଁ ବରଂ ଦଳ ପାଇଁ ସର୍ବୋତ୍ତମ ଫଳାଫଳ ବାହାର କରିବା ଅଟେ। ରାଜକୋଟରେ ଚାଲିଥିବା ତୃତୀୟ ଟେଷ୍ଟରେ ଭାରତର ୪୩୪ ରନ୍ ରେ ପରାଜୟ ପରେ ଇଂଲଣ୍ଡର ଅତ୍ୟଧିକ ଆକ୍ରମଣାତ୍ମକ ‘ବେଜବଲ୍’ ରଣନୀତି ସମାଲୋଚନାର ଶିକାର ହୋଇଥିଲା।

ଜୋ ରୁଟ୍ କହିଛନ୍ତି ଯେ, “ବେଳେବେଳେ ଅଧିକ ଆକ୍ରମଣାତ୍ମକ ହେବା ହିଁ ଏହାର ସମାଧାନ ଅଟେ। ଉଦାହରଣ ସ୍ୱରୂପ, ଯଦି ମୁଁ ବଲ୍ ମାରିବାକୁ ସକ୍ଷମ ହୁଏ, ତେବେ ଜସପ୍ରୀତ ବୁମ୍ରାଙ୍କ ଉପରେ ଚାପ ପଡ଼ିବ। ଆମର ଆଭିମୁଖ୍ୟ ଅଲଗା ଅଟେ। ଏହା ଅହଂକାରର ବିଷୟ ନୁହେଁ। ବେଜବଲ୍ ଶବ୍ଦ ବହୁତ ବ୍ୟବହୃତ ହୁଏ। କିନ୍ତୁ ତାହା ଆପଣମାନଙ୍କର ଶବ୍ଦ। ତାହା ଆମେ ଏଭଳି ଦେଖୁନାହୁଁ। ଦଳ ପାଇଁ ପରସ୍ପରଠାରୁ ସର୍ବୋତ୍ତମ ଫଳାଫଳକୁ କିପରି ବାହାର କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ସବୁବେଳେ ଏହା ଫିଟ୍ ହୋଇନଥାଏ, କିନ୍ତୁ ଆମେ ସୁଧାରିବାକୁ ଚେଷ୍ଟା କରିବୁ।”

ଏକ ସମୟରେ, ୧୧୨ ରନ୍ ରେ ପାଞ୍ଚଟି ୱିକେଟ୍ ହରାଇବା ପରେ ଜୋ ରୁଟଙ୍କ ୧୨୨ ରନ୍ ଯୋଗୁଁ ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୨୧୯ ରନ୍ ରେ ସାତୋଟି ୱିକେଟ୍ ହରାଇଛି। ତେବେ ଏକ ସମୟରେ ଭାରତ ମାତ୍ର ୧୭୭ ରନ୍ ରେ ୭ ୱିକେଟ୍ ହରାଇଥିଲା, କିନ୍ତୁ କୁଲଦୀପ ଏବଂ ଧ୍ରୁଭ ଦ୍ୱିତୀୟ ଦିନରେ କୌଣସି କ୍ଷତି ହେବାକୁ ସୁଯୋଗ ଦେଇନଥିଲେ।

Categories
ଆଜିର ଖବର ଜାତୀୟ ଖବର

ତବଲିଗ୍‌ ଜମାତ ସହ ଯୋଡି ହୋଇଥିବା 17 ବିଦେଶୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ରାଞ୍ଚି : ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ହିନ୍ଦପିଢିଠାରୁ ଧରାପଡିଥିବା ଜମାତୀଙ୍କୁ ବଡ ଝଟ୍‌କା ଲାଗିଛି । ସିଭିଲ୍‌ କୋର୍ଟ ଏହି 17 ବିଦେଶିନୀଙ୍କ ସମେତ 18 ଜଣଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ ଆଦେଶ ଦେଇଛନ୍ତି।

ଟୁରିଷ୍ଟ ଭିସା ଦ୍ବାରା ଭାରତରେ ଧର୍ମପ୍ରଚାର କରୁଥିବା ତବଲିଗ୍‌ ଜମାତ ସହ ସମ୍ପର୍କିତ 17 ବିଦେଶୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ କରାଯାଇଛି । ଭିସା ନିୟମ ଉଲ୍ଲଂଘନ ଅଭିଯୋଗରେ ସମସ୍ତଙ୍କ ବିରୋଧରେ ନ୍ୟାୟିକା ପ୍ରକ୍ରିୟା ଆରମ୍ଭ କରାଯାଇଛି । ରାଞ୍ଚି ପୋଲିସ୍‌ ଲକ୍ ଡାଉନ୍ ସମୟରେ ହିନ୍ଦପିଢିର ଏକ ମସ୍‌ଜିଦ୍‌ରେ ଲୁଚି ରହିଥିବା 17 ବିଦେଶୀଙ୍କ ସମେତ 23ଜଣଙ୍କୁ ଅଟକ ରଖି କ୍ବାରେଣ୍ଟାଇନ୍‌ରେ ରଖିବା ପାଇଁ ଖେଲ୍‌ ଗ୍ରାମଙ୍କୁ ପଠାଇଦେଇଥିଲେ ।

ଶନିବାର ଦିନ ଏହି କ୍ବାରେଣ୍ଟାଇନ୍‌ରେ ରହିଥିବା ଜଣେ ଜମାତୀଙ୍କ ନିକଟରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ପୋଲିସ୍‌ ସଂକ୍ରମିତଙ୍କୁ ରିମ୍ସର କୋଭିଡ୍‌ ବୋର୍ଡଙ୍କୁ ପଠାଇଥିବାବେଳେ ଅନ୍ୟ ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖିବା ସହିତ କଡା ନଜରରେ ରଖିଛି । ସମସ୍ତ ଜମାତୀଙ୍କୁ ପୁନର୍ବାର ଯାଞ୍ଚ କରାଯିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମିଳିଥିବା ସୂଚନା ଅନୁସାରେ ହିନ୍ଦପିଢିର ପୋଲିସ୍‌ 17 ଜମାତୀଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଇଥିବାବେଳେ ଯାଞ୍ଚ ପରେ 22 ବର୍ଷୀୟ ଜଣେ ମାଲେସିଆ ମହିଳାଙ୍କ ନିକଟରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ହିନ୍ଦପିଢି ନଦୀ ଗ୍ରାଉଣ୍ଡ ହରମୁ ସହିତ କଡରୁ ଅଞ୍ଚଳକୁ ପୂରାପୂରି ସିଲ୍‌ କରିଦେଇଛନ୍ତି।  (ଏଜେନ୍ସି)

Categories
ଆଜିର ଖବର

ବିଷାକ୍ତ ଖାଦ୍ୟ ଖାଇ 40 ଯବାନ ଅସୁସ୍ଥ

ରାଞ୍ଚି : ବିଷାକ୍ତ ଖାଦ୍ୟ ଖାଇ 40 ଯବାନ ଅସୁସ୍ଥ ହୋଇଥିବା ଜଣାପଡିଛି । ଝାରଖଣ୍ଡରେ ଏହି ଘଟଣା ଘଟିଥିବା ଜଣାପଡିଛି । ହଜାରିବାଘର ପଦ୍ମାରେ ରହିଥିବା ପୋଲିସ୍‌ ପ୍ରଶିକ୍ଷଣ କ୍ୟାମ୍ପରେ ବିଷାକ୍ତ ଖାଦ୍ୟ ପ୍ରଭାବରେ ଯବାନ ମାନେ ଆହତ ହୋଇଥିବା ଜଣାପଡିଛି । ଗୁରୁବାର ରାତ୍ରଭୋଜନ ପରେ ଯବାନ ମାନେ ଅସୁସ୍ଥ ହୋଇ ପଡିଥିଲେ । ଖାଇ ସାରିବା ପରେ ଯବାନ ମାନେ ବାନ୍ତି କରିବା ସହିତ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଜଣକ ପରେ ଜଣେ ଯବାନ ଅସୁସ୍ଥ ହେବାରୁ ସମସ୍ତ ଯବାନଙ୍କୁ ହଜାରିବାଘ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ସିଆରପିଏଫ୍‌ ଯବାନଙ୍କ ମଧ୍ୟରେ ଲଢେଇ : କମାଣ୍ଡରଙ୍କ ସମେତ ଦୁଇ ମୃତ

ରାଞ୍ଚି,9/12: ଝାରଖଣ୍ଡରେ ସିଆରପିଏଫ୍‌ ଯବାନଙ୍କ ମଧ୍ୟରେ ଳଢେଇ କାରଣରୁ 2 ଜଣଙ୍କ ପ୍ରାଣହାନି ଘଟିଛି । ମୃତକଙ୍କ ମଧ୍ୟରେ ଜଣେ କମାଣ୍ଡର ରହିଛନ୍ତି । ଯବାନଙ୍କ ମଧ୍ୟରେ ଝଗଡାର କାରଣ ଜଣା ପଡି ନାହିଁ । ଝଗଡାରୁ ଜଣେ ଯବାନ ନିଜ କମାଣ୍ଡରଙ୍କୁ ଗୁଳି ମାଡ କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ । ରାଞ୍ଚିର ଖେଲଗାଓଁରେ ଥିବା ସିଆରପିଏଫ୍‌ କ୍ୟାମ୍ପରେ ଏହି ଅଭାବନୀୟ ଘଟଣା ଘଟିଛି । କମ୍ପାନୀ କମାଣ୍ଡର ଏବଂ ଯବାନଙ୍କ ମଧ୍ୟରେ ବଚସା ହେବାରୁ ପ୍ରଥମେ କମାଣ୍ଡର ଏବଂ ପରେ ନିଜକୁ ଗୁଳି ମାରିଥିଲେ ଯବାନ । ଦୁଇ ଯବାନ ହେଉଛନ୍ତି କମ୍ପାନୀ କମାଣ୍ଡର ମେଲା ରାମ କୁରେ ଏବଂ ଯବାନ ବିକ୍ରମ ରାଜଓ୍ବାଡେ । (ଏଜେନ୍ସୀ)