ଏନ୍ଡିଏ ସମର୍ଥିତ ଲୋକସଭା ବାଚସ୍ପତି ପ୍ରାର୍ଥୀଙ୍କୁ ବିଜେଡି ଦେବ ସମର୍ଥନ। ଲୋକସଭାର ଆଗାମୀ ବାଚସ୍ପତି ପ୍ରାର୍ଥୀ ନେଇ ଏନଡିଏ୍ ବିଜେପି ସାଂସଦ ଓମ୍ ବିର୍ଲାଙ୍କୁ ଚୟନ କରିଛି।ଏନଡିଏର ବାଚସ୍ପତି ପ୍ରାର୍ଥୀ ଓମ ବିର୍ଲାଙ୍କୁ ବିଜୁ ଜନତା ଦଳ ସମର୍ଥନ ଦେବ ବୋଲି ସୂଚନା ରହିଛି। ଏହା ପୂର୍ବରୁ ବିଜେପି ତରଫରୁ ବିର୍ଲାଙ୍କୁ ସମର୍ଥନ ଦେବା ପାଇଁ ବିଜେଡ଼ିକୁ ଅନୁରୋଧ କରାଯାଇଥିଲା। ତେଣୁ ବିଜେଡ଼ିର ସଂସଦୀୟ ଦଳର ବୈଠକରେ ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଖବର ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି। ସୁମିତ୍ରା ମହାଜନଙ୍କ ସ୍ଥାନ ଗ୍ରହଣ କରିବେ ଏହି ୫୭ ବର୍ଷୀୟ ରାଜସ୍ଥାନ କୋଟାର ସାଂସଦ ଓମ୍ ବିର୍ଲା। ସେ ରାଜସ୍ଥାନ ବିଧାନସଭାକୁ ୩ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବେଳେ ଦୁଇ ଦୁଇ ଥର ସାଂସଦ ରୂପେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସାଂସଦ ବିର୍ଲା ଦିନ ୧୨ଟା ସମୟରେ ବାଚସ୍ପତି ପଦବୀ ପାଇଁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବା ସମ୍ଭାବନା ରହିଛି। ତେବେ ଏନ୍ଡିଏର ଏହି ପ୍ରାର୍ଥୀ ନିର୍ବିବାଦୀୟ ଭାବେ ନିର୍ବାଚିତ ହେବା ନେଇ ସୂଚନା ରହିଛି। ବିଜେଡ଼ି ସହିତ ଓ୍ବାଇଏସ୍ଆର୍ କଂଗ୍ରେସ ମଧ୍ୟ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ନେଇ ମତ ପ୍ରକାଶ କରିଛି।
ବିଜେଡ଼ି ସଂସଦୀୟ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ : ଏନଡ଼ିଏ ଲୋକସଭା ବାଚସ୍ପତି ପ୍ରାର୍ଥୀ ଓମ ବିର୍ଲାଙ୍କୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି
Published:
Jun 18, 2019, 11:53 am IST