Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱୟମ୍ ପ୍ଲସ ପ୍ଲାଟଫର୍ମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ସ୍ୱୟମ୍ ପ୍ଲସ ପ୍ଲାଟଫର୍ମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

February 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱୟମ୍ ପ୍ଲସ ପ୍ଲାଟଫର୍ମ ସମସ୍ତଙ୍କୁ ଶିକ୍ଷା କ୍ଷେତ୍ରରେ ସୁଯୋଗ ପ୍ରଦାନ କରିବ। ବିଶେଷଭାବରେ ଡିଜିଟାଲ ବିପ୍ଳବରୁ ଉପକୃତ ହୋଇ ଜ୍ଞାନ ଅର୍ଥନୀତିରେ ପ୍ରବେଶ କରିନଥିବା ଯୁବଶକ୍ତିଙ୍କୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ଉପଲବ୍ଧ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ନୂଆଦିଲ୍ଲୀ ଠାରେ ସ୍ୱୟମ୍ ପ୍ଲସ ପ୍ଲାଟଫର୍ମର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ଯେ ଉଚ୍ଚଶିକ୍ଷା କ୍ଷେତ୍ରରେ ମୋଟ ନାମଲେଖା ଅନୁପାତ ୨୦୩୫ ସୁଦ୍ଧା ୫୦ ପ୍ରତିଶତ ଏବଂ ୨୦୪୭ ସୁଦ୍ଧା ୬୫ ପ୍ରତିଶତ ହାସଲ କରିବାକୁ ଭାରତ ଲକ୍ଷ୍ୟ ରଖିଛି।  ଅର୍ଥାତ୍ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ଯଥାକ୍ରମେ ୩୭ ନିୟୁତ ଏବଂ ୬୬ ନିୟୁତ ଶିକ୍ଷାର୍ଥୀ ଉଚ୍ଚଶିକ୍ଷା କ୍ଷେତ୍ରରେ ଯୋଡ଼ିହେବାର ଆକଳନ କରାଯାଇଛି। ସମସ୍ତ ଶିକ୍ଷାର୍ଥୀଙ୍କୁ ସର୍ବୋତ୍ତମ ଶିକ୍ଷାର ଉପଲବ୍ଧି କରାଇବା ଦିଗରେ ଡିଜିଟାଲ ପଦ୍ଧତିର ବହୁଳ ବ୍ୟବହାର ପାଇଁ ସରକାର ପ୍ରାଥମିକତା ଦେଉଛନ୍ତି। ଏ ଦିଗରେ ସ୍ୱୟମ୍ ହେଉଛି ଶିକ୍ଷା ମନ୍ତ୍ରଣାଳୟର ଏକ ବୃହତ ଓପନ୍ ଅଲାଇନ କୋର୍ସ(ଏମଓଓସି) ପ୍ଲାଟଫର୍ମ,  ଯାହା ବହୁ ସଂଖ୍ୟକ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷା ସୁଯୋଗ ପ୍ରଦାନ କରୁଛି।

ସେ କହିଛନ୍ତି ଯେ ଆମେ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରିଥିବା ବେଳେ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ପାଇଁ ନୂଆପିଢିଙ୍କୁ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛୁ। ଆଗାମୀ ଦିନରେ ଆମର ଅର୍ଥନୀତି ୩୦ରୁ ୩୫ ଟ୍ରିଲିୟନ ଆମେରିକୀୟ ଡଲାର ହେବ। ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ବଢିଥିବା ବେଳେ ବିଶେଷ ଭାବରେ ଛାତ୍ରୀଙ୍କ ସଂଖ୍ୟା ବଢିଛି। ଷ୍ଟେମ ଶିକ୍ଷାରେ ୪୩ ପ୍ରତିଶତ ଛାତ୍ରୀ ବଢିଛନ୍ତି, ଯାହା ଦୁନିଆର ସବୁଠୁ ସର୍ବାଧିକ। ଆଗାମୀ ଦିନରେ ପାଠପଢା କଣ ହେବ, ଜ୍ଞାନ ଆବଶ୍ୟକତା କଣ ରହିବ, ପ୍ରତିଯୋଗିତା ପାଇଁ କଣ ଆବଶ୍ୟକତା ପଡିବ, ଏହା ଉପରେ ଚର୍ଚ୍ଚା କରିବା ଦରକାର।

ଆଗାମୀ ଦିନରେ ସେମିକଣ୍ଡକର ଓ ଏଆଇ ବଢିବ ଦିଗରେ ସ୍ୱୟମର ବିଶେଷ ଯୋଗଦାନ ରହିବ। ଯୁବପିଢ଼ିଙ୍କ ପାଇଁ ସେମି କଣ୍ଡକ୍ଟର ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଭବିଷ୍ୟତ ପାଠ୍ୟକ୍ରମ ସ୍ଥାନୀୟ ଭାଷାରେ ହେବା ଦରକାର, ଯାହା ଦ୍ୱାରା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରାଯାଇପାରିବ, କାରଣ ଉଦ୍ଭାବନର କୌଣସି ଭାଷା ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ଭାରତ ସରକାର ଶିକ୍ଷା ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.