Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହିମାଚଳ ପ୍ରଦେଶରେ ବଡ ରାଜନୈତିକ ସଙ୍କଟ, ସିଏମ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଲେ ସୁଖବିନ୍ଦର ସିଂ ସୁଖୁ
ଆଜିର ଖବର

ହିମାଚଳ ପ୍ରଦେଶରେ ବଡ ରାଜନୈତିକ ସଙ୍କଟ, ସିଏମ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଲେ ସୁଖବିନ୍ଦର ସିଂ ସୁଖୁ

February 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ନିଜ ପଦରୁ ଇସ୍ତଫା ଦେଇପାରନ୍ତି। କଂଗ୍ରେସ ହାଇକମାଣ୍ଡ ପଠାଇଥିବା ପର୍ଯ୍ୟବେକ୍ଷକଙ୍କ ସାମ୍ନାରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ସେ ଏପର୍ଯ୍ୟନ୍ତ ରାଜ୍ୟପାଳଙ୍କ ନିକଟରେ କୌଣସି ଇସ୍ତଫା ଦାଖଲ କରିନାହାଁନ୍ତି।

ଯଦି ମୁଖ୍ୟମନ୍ତ୍ରୀ ଏହି ପଦରୁ ଇସ୍ତଫା ଦିଅନ୍ତି, ତେବେ ଆଜି ବଜେଟ୍ ପାରିତ ହେବ ନାହିଁ। ଏହା ସରକାରଙ୍କ ପାଇଁ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିପାରେ। ସୂତ୍ରରୁ ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ସୁଖୁ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟପାଳଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିପାରନ୍ତି।

ଡି.କେ ଶିବକୁମାର କ’ଣ କହିଲେ?:

ଏହି ସମୟ ମଧ୍ୟରେ କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ସଙ୍କଟମୋଚକ ଡି.କେ ଶିବକୁମାର ଶିମଲାରେ ପହଞ୍ଚୁଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଁ ହିମାଚଳ ପ୍ରଦେଶରେ ପହଞ୍ଚୁଛି। କୌଣସି ଗୁଜବ ପ୍ରଚାର କରିବାର ସମ୍ପୂର୍ଣ୍ଣ ଆବଶ୍ୟକତା ନାହିଁ, କାରଣ ମୁଁ ନିଶ୍ଚିତ ଯେ କଂଗ୍ରେସ ଦଳର ବିଧାୟକମାନେ ଦଳ ପ୍ରତି ବିଶ୍ୱସ୍ତ ରହିବେ ଏବଂ ସେମାନଙ୍କୁ ଦିଆଯାଇଥିବା ଆଦେଶ ପାଳନ କରିବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ତେବେ ବିଜେପି କ୍ଷମତା ହାସଲ କରିବାକୁ କେଉଁ ସ୍ତର ପର୍ଯ୍ୟନ୍ତ ଯାଇପାରେ, ତାହା ଉପରେ ପ୍ରଶ୍ନବାଚୀ ଓ ଚିନ୍ତା କରାଯିବା ଉଚିତ୍। ଗଣତନ୍ତ୍ର ତଥା ଜନାଦେଶକୁ ନଷ୍ଟ କରିବାକୁ ବିଜେପି ଚେଷ୍ଟା କରୁଛି।

Breaking News Himachal Pradesh Himachal Pradesh News Sukhvinder Singh Sukhu
Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ଫେଡ୍ ପକ୍ଷରୁ ସମବାୟ ସପ୍ତାହ ପାଳିତ

June 30, 2026

ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ରର ଦୁଇଟି ବଡ଼ ନିଷ୍ପତ୍ତି

June 30, 2026

ବିଂଶତମ ପରିସଂଖ୍ୟାନ ଦିବସ ୨୦୨୬ରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

June 30, 2026

ଅମିତ ଶାହଙ୍କ ଉପସ୍ଥିତିରେ ଯମୁନା ଜଳ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକାରିତା ପାଇଁ ଚୁକ୍ତି ସ୍ୱାକ୍ଷର

June 30, 2026
Latest News

ଓମ୍ଫେଡ୍ ପକ୍ଷରୁ ସମବାୟ ସପ୍ତାହ ପାଳିତ

June 30, 2026

ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ରର ଦୁଇଟି ବଡ଼ ନିଷ୍ପତ୍ତି

June 30, 2026

ଫୋନ୍ ଚାର୍ଜରର ଏହି ଅଭ୍ୟାସ ବଢ଼ାଇପାରେ ବିଦ୍ୟୁତ୍ ଅପଚୟ, ଜାଣନ୍ତୁ କିପରି

June 30, 2026

ବିଂଶତମ ପରିସଂଖ୍ୟାନ ଦିବସ ୨୦୨୬ରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

June 30, 2026

ଅମିତ ଶାହଙ୍କ ଉପସ୍ଥିତିରେ ଯମୁନା ଜଳ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକାରିତା ପାଇଁ ଚୁକ୍ତି ସ୍ୱାକ୍ଷର

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.