Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ପ୍ରଗତିକୁ ସହିପାରୁ ନାହିଁ ଡିଏମକେ: ତାମିଲନାଡୁ ସରକାରଙ୍କ ବିଜ୍ଞାପନରେ ଚୀନ୍ ପତାକା ଦେଖି କହିଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଭାରତର ପ୍ରଗତିକୁ ସହିପାରୁ ନାହିଁ ଡିଏମକେ: ତାମିଲନାଡୁ ସରକାରଙ୍କ ବିଜ୍ଞାପନରେ ଚୀନ୍ ପତାକା ଦେଖି କହିଲେ ପ୍ରଧାନମନ୍ତ୍ରୀ

February 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ: ତାମିଲନାଡୁର ଡିଏମକେ ସରକାରଙ୍କ ବିଜ୍ଞାପନରେ ଚୀନ୍ ପତାକା ବ୍ୟବହାର ଯୋଗୁଁ ରାଜନୀତି ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁ ଗସ୍ତର ଦ୍ୱିତୀୟ ଦିନରେ ବୁଧବାର ଦିନ କୁଲାସେଖରପଟ୍ଟିନମରେ ISRO ର ନୂତନ ଲଞ୍ଚ କମ୍ପ୍ଲେକ୍ସର ମୂଳଦୁଆ ପକାଇଛନ୍ତି। ଏହି ପ୍ରକଳ୍ପ ସମ୍ପର୍କରେ ରାଜ୍ୟର ଡିଏମକେ ସରକାରଙ୍କ ପଶୁପାଳନ ମନ୍ତ୍ରୀ ଅନୀତା ରାଧାକୃଷ୍ଣନ ସ୍ଥାନୀୟ ଖବରକାଗଜରେ ଏକ ବିଜ୍ଞାପନ ଜାରି କରିଛନ୍ତି। ବିଜ୍ଞାପନରେ ଚାଇନାର ପତାକା ରକେଟ ଉପରେ ରଖାଯାଇଥିଲା। ଏ ସମ୍ପର୍କରେ ପିଏମ ମୋଦୀ ଡିଏମକେକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡିଏମକେ ଭାରତର ପ୍ରଗତିକୁ ସହ୍ୟ କରିପାରୁ ନାହିଁ। ତେବେ ବରିଷ୍ଠ ଡିଏମକେ ନେତା କାନିମୋଝି ବିଜ୍ଞାପନରେ ଚାଇନାର ପତାକା ବ୍ୟବହାରକୁ ମାନବୀୟ ଭୁଲ ବୋଲି କହିଛନ୍ତି।

ତିରୁନେଲଭେଲିରେ ଏହି ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ଡିଏମକେ ସରକାର ଭାରତର ପ୍ରଗତିକୁ ସହ୍ୟ କରିପାରୁ ନାହାଁନ୍ତି। ସେମାନେ ISRO ଲଞ୍ଚ ପ୍ୟାଡ ପାଇଁ ଶ୍ରେୟ ନେବାକୁ ଖବରକାଗଜ ବିଜ୍ଞାପନରେ ଚାଇନାର ଷ୍ଟିକର ଲଗାଉଛନ୍ତି।” ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ମହାକାଶ କ୍ଷେତ୍ରରେ ଭାରତର ଅଗ୍ରଗତିକୁ ଗ୍ରହଣ କରିବାକୁ ଡିଏମକେ ପ୍ରସ୍ତୁତ ନୁହେଁ। ସେମାନେ ବିଜ୍ଞାପନ କରନ୍ତି ଏବଂ ଭାରତର ସ୍ପେସ୍ ଫଟୋ ମଧ୍ୟ ଅନ୍ତର୍ଭୂକ୍ତ କରନ୍ତି ନାହିଁ। ସେମାନେ ଭାରତର ମହାକାଶ ସଫଳତାକୁ ଲୋକଲୋଚନକୁ ଆଣିବା ପାଇଁ ଚାହୁଁନଥିଲେ।

ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲାଇ ଡିଏମକେ ଖବରକାଗଜରେ ପ୍ରକାଶିତ ବିଜ୍ଞାପନର ପୃଷ୍ଠାକୁ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ- “ଚୀନ୍ ପ୍ରତି ଡିଏମକେ ସରକାରଙ୍କ ପ୍ରେମ ହ୍ରାସ ପାଇନାହିଁ। ଏହି ଲୋକମାନେ ଆମ ଦେଶର ସାର୍ବଭୌମତ୍ଵକୁ ଅଣଦେଖା କରିଛନ୍ତି। ଆଜିର ବିଜ୍ଞାପନ ଏହାର ଏକ ଉଦାହରଣ।”

BJP dmk isro narendra modi tamilnadu
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.