Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ପାରିକୁଦରୁ ଆସିଥିବା ମହିଳାଙ୍କ ମୃତ୍ୟୁ
ଆଜିର ଖବର

ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ପାରିକୁଦରୁ ଆସିଥିବା ମହିଳାଙ୍କ ମୃତ୍ୟୁ

February 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଗ୍ରାମ ଛକରେ ଏକ ମର୍ମନ୍ତୁଦ ସଡକ ଘଟଣା ଘଟିଯାଇଛି। ଏକ କଣ୍ଟେନର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ବଡ଼ଅଁଳ ଗ୍ରାମର ସଂଗ୍ରାମ କେଶରୀ ଜେନା (୨୮) ନିଜ ମାମୁଁଘର ବିବାହ କାର୍ଯ୍ୟ ସାରି ଆଜି ବଡି ଭୋରରୁ ନିଜ ମା’ ଅମୁଲ ଜେନାଙ୍କ ସହ ଏକ ସ୍କୁଟିରେ ନିଜ ଗ୍ରାମ ବଡ଼ ଅଁଳକୁ ଫେରୁଥିଲେ। ତେବେ ହଠାତ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଗ୍ରାମ ଛକ ନିକଟରେ ଏକ ଅଣ୍ଡା ବୋଝେଇ କଣ୍ଟେନର ସଂଗ୍ରାମଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସଂଗ୍ରାମଙ୍କ ମା’ ଅମୁଲ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ।

ସ୍ଥାନୀୟ ଅଞ୍ଚଳବାସୀଙ୍କ ସହାୟତାରେ ତାଙ୍କୁ ବାଲୁଗାଁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ସଂଗ୍ରାମ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିବାପରେ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡ଼ ଦୁର୍ଘଟଣା ଘଟାଇଥିବା ଗାଡି ଜବତ କରିବା ସହ ଗାଡି ଚାଳକଙ୍କୁ ଅଟକ ରଖି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

accident balugaon national highway
Share. Facebook Twitter LinkedIn Email WhatsApp Copy Link

Related Posts

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026

ମେକାପ ସେବକଙ୍କ ବିରୋଧରେ ଆକ୍ସନ

May 20, 2026
Latest News

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026

ମେକାପ ସେବକଙ୍କ ବିରୋଧରେ ଆକ୍ସନ

May 20, 2026

ଭଦ୍ରକ ଜିଲ୍ଲାରେ ଆସନ୍ତା ୩୧ ପର୍ଯ୍ୟନ୍ତ ଅଙ୍ଗନବାଡି ବନ୍ଦ

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.