Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ୪ ବର୍ଷ ପୂରଣ କଲା ସମ୍ ଅଲ୍ଟିମେଟ ମେଡିକେୟାର
ଆଜିର ଖବର

ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ୪ ବର୍ଷ ପୂରଣ କଲା ସମ୍ ଅଲ୍ଟିମେଟ ମେଡିକେୟାର

March 1, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜନସାଧାରଣଙ୍କୁ ଉତମ ମାନର ତଥା ଗୁଣବତାଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ରାଜଧାନୀର ନୂତନ ମଲ୍ଟି ସୁପର ସ୍ପେଶିଆଲିଟି କ୍ୱାଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌) ଗୁରୁବାର ସଫଳତାର ୪ ବର୍ଷ ପୂରଣ କରିଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଏହି ହସ୍ପିଟାଲଟି ଫେବୃଆରୀ ୨୯ ତାରିଖ ୨୦୨୦ ମସିହାରେ ଉଦ୍‌ଘାଟିତ ହୋଇଥିଲା। ୩୫୦ ଶଯ୍ୟା ବିଶିଷ୍ଟ ଏହି ଲୋକପ୍ରିୟ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ହସ୍ପିଟାଲ ଆଜି ପୂର୍ବ ଭାରତରେ ଏକ ଅଗ୍ରଣୀ ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍ ଭାବେ ଉଭା ହୋଇଛି।

ସମ୍ମମ୍‌ର ପ୍ରତିଷ୍ଠା ଦିବସ ଅବସରରେ ହସ୍ପିଟାଲ ପକ୍ଷରୁ ଏଠାରେ ଗୁରୁବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ, ଚିଫ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର୍ (ଡାକ୍ତର) ବିରାଜ ମୋହନ ମିଶ୍ର ଓ ମେଡିକାଲ ସୁପରିଟେଣ୍ଡେଂଟ ଡାକ୍ତର ପି.କେ. ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ବ୍ରିଗେଡିୟର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସିଇଓ ଡକ୍ଟର ଦାଶ ନିଜ ଭାଷଣରେ ସମ୍ମମ୍‌ର ସମସ୍ତ ଡାକ୍ତର, ନର୍ସ, ପାରାମେଡିକ୍ସ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଦୀର୍ଘ ୪ ବର୍ଷ ମଧ୍ୟରେ ସେମାନଙ୍କର କର୍ତବ୍ୟନିଷ୍ଠା, ସେବା ମନୋଭାବ ଓ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ମମ୍‌କୁ ଜନସାଧାରଣଙ୍କ ହସ୍ପିଟାଲ ବୋଲି ଅଭିହିତ କରିବା ସହ ୪ ବର୍ଷ ମଧ୍ୟରେ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିପାରିଥିବାରୁ ‘ଆମେ ନିଜକୁ ଧନ୍ୟ ମନେ କରୁଛୁ’ ବୋଲି ସେ କହିଥିଲେ। ପ୍ରତିଷ୍ଠା ଦିବସର ଏହି ସମୟ ଉତ୍ସବର ମୁହୁର୍ତ ବୋଲି କହିବା ସହ ସବୁ ପ୍ରତିକୁଳ ପରିସ୍ଥିତିର ସାମ୍ନା କରି ସମ୍ମମ୍ ସଫଳତା ସାଉଁଟିଛି ବୋଲି ଡକ୍ଟର ଦାଶ କହିଥିଲେ।

ଏହି ଉତ୍ସବକୁ ‘ସମମ ବୋନମ’- ଲାଟିନ୍ ଭାଷାରେ ଏହାର ଅର୍ଥ ସର୍ବୋତମ- ନାମରେ ନାମିତ କରାଯାଇଥିଲା। ଏହି ଅବସରରେ ସମ୍ମମ୍‌ର ପତାକା ଓ ସଂଗୀତ ମଧ୍ୟ ଉନ୍ମୋଚିତ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ କେୟାର ମେଡିସିନ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କୁ ‘ଲାଇଫଟାଇମ୍ ସର୍ଭିସ ଆଣ୍ଡ ହେଲ୍‌ଥକେୟାର ଏକ୍ସିଲେନ୍ସ ଆୱାର୍ଡ’, ଜେନେରାଲ ମେଡିସିନ୍ ବିଭାଗର ସିନିୟର କନସଲ୍‌ଟାଂଟ ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ କୁମାର ଧର ଓ ଡାକ୍ତର ପ୍ରମୋଦ କୁମାର ଟୁଡୁ, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ସିନିୟର କନସଲ୍‌ଟାଂଟ ଡାକ୍ତର ଆନନ୍ଦ ମିଶ୍ର ଓ ଡାକ୍ତର ଆଲୋକ କୁମାର ପାଣିଗ୍ରାହୀଙ୍କୁ ‘ହେଲ୍‌ଥ କେୟାର ହିରୋଇକ୍‌ସ ଆଣ୍ଡ ଏକ୍ସିଲେନ୍ସ ଆୱାର୍ଡ’, ନ୍ୟୁରୋ ସର୍ଜରୀ ବିଭାଗର ସିନିୟର କନସଲ୍‌ଟାଂଟ ଡାକ୍ତର ସୋମନାଥ ପ୍ରସାଦ ଜେନା ଓ ଡାକ୍ତର ବିକାଶ ରଞ୍ଜନ ବେହେରା, ମେଡିକାଲ୍ ଅଙ୍କୋଲୋଜି ବିଭାଗର ସିନିୟର କନସଲ୍‌ଟାଂଟ ଡାକ୍ତର ପ୍ରିୟା ପ୍ରିୟଦର୍ଶିନୀ ନାୟକ ତଥା ନ୍ୟୁକ୍ଲିୟର ମେଡିସିନ୍ ବିଭାଗର ସିନିୟର କନସଲ୍‌ଟାଂଟ ଡାକ୍ତର ସୁଦତା ରାୟଙ୍କୁ ‘ଆଉଟ୍ ଷ୍ଟାଣ୍ଡିଂ ପରଫରମାନ୍ସ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ଚିଫ ସିକ୍ୟୁରିଟି ଅଫିସର ତଥା ମ୍ୟାନେଜର ଶ୍ରୀ ପବିତ୍ର ମୋହନ ଦାସଙ୍କୁ ‘ଗାର୍ଡିଆନ୍ ଅଫ ସେଫଟି ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ଏଫ ଆଣ୍ଡ ବି ବିଭାଗର ଡ଼ିଜିଏମ ସରୋଜ କୁମାର ସାହାଣୀଙ୍କୁ ‘କମ୍ପାସନେଟ୍ କେୟାର ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ୟୁଏଚ ବିଭାଗର ଆସିଷ୍ଟାଂଟ ଜେନେରାଲ ମ୍ୟାନେଜର ଶୁଭ୍ରାଶିଷ ମହାପାତ୍ରଙ୍କୁ ‘କେୟାର ଆଣ୍ଡ କ୍ଲିନଲିନେସ-ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, କଂଟେଂଟ ଷ୍ଟ୍ରାଟେଜିଷ୍ଟ ଆଣ୍ଡ ଏଡିଟୋରିଆଲ୍‌, ହସ୍ପିଟାଲ ପବ୍ଲିକେସନ ଆଣ୍ଡ ରିସର୍ଚ୍ଚ ବିଭାଗର ଚିଫ କନସଲ୍‌ଟାଂଟ ପ୍ରେମଜିତ୍ ମହାପାତ୍ରଙ୍କୁ ‘ମିଷ୍ଟର ଇନଭିଜିବୁଲ୍ ଷ୍ଟ୍ରେଂଥ – ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ଏଫ ଆଣ୍ଡ ଏ ବିଭାଗର ଡେପୁଟି ମ୍ୟାନେଜର ଏନ. ଶ୍ରୀରାମ ପାତ୍ରଙ୍କୁ ‘ଫାଇନାନ୍ସିଆଲ ଷ୍ଟିୱାର୍ଡସିପ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ଡାଇଟେଟିକ୍ସ ବିଭାଗର ଆସିଷ୍ଟାଂଟ ମ୍ୟାନେଜର ସୁଶ୍ରୀ ସଙ୍ଗୀତା ଜେନାଙ୍କୁ ‘କମ୍ପାସନେଟ୍ କେୟାର ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ନ୍ୟୁକ୍ଲିୟର ମେଡିସିନ ଫିଜିସିଷ୍ଟ ନୀଳେନ୍ଦ୍ର ପାଠକଙ୍କୁ ‘ମେଡିକାଲ ଏକ୍ସିଲେନ୍ସ ଆୱାର୍ଡ, ମେଂଟେନାନ୍ସ ଇଞ୍ଜିନିୟରିଂ ବିଭାଗର ଡେପୁଟି ମ୍ୟାନେଜର ଶୁଭ୍ରଜ୍ୟୋତି ବିଶ୍ୱାଳଙ୍କୁ ଆଉଟ୍ ଷ୍ଟାଣ୍ଡିଂ ପରଫରମାନ୍ସ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ, ପେସେଂଟ ଡିସଚାର୍ଜ ସେଲ ଆଣ୍ଡ ଇନଚାର୍ଜ ହସ୍ପିଟାଲ ଷ୍ଟ୍ରାଟେଜିକ ଇନିସିଏଟିଭସ, ବ୍ଲଡ ବ୍ୟାଙ୍କ, ଅଦର ଆଉଟସାଇଡ ହସ୍ପିଟାଲ୍ କୋର୍ଡିନେସନର ଆସିଷ୍ଟାଂଟ ମ୍ୟାନେଜର ବିଶ୍ୱଜିତ୍ ଶତପଥିଙ୍କୁ ଲାଇଫ ସେଭିଂ ସର୍ଭିସ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ, ଜୁନିୟର ଡକ୍ଟର ଡାକ୍ତର ହିମାଂଶୁ ଶେଖର ସେଠୀ ଓ ଡାକ୍ତର ଦିବ୍ୟଶ୍ରୀ ସ୍ୱାଇଁଙ୍କୁ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ, ନର୍ସିଂ ଇନଚାର୍ଜ ସବିତା ମିଶାଲଙ୍କୁ ‘ହିଲିଂ ହ୍ୟାଣ୍ଡସ୍ ସର୍ଭିସ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ରେଡିଓଲୋଜି, ରେଡ଼ିଏସନ ଥେରାପି ଓ ନ୍ୟୁକ୍ଲିୟର ମେଡିସିନ ୟୁନିଟ୍‌ର ସିନିଅର ଏଗଜିକ୍ୟୁଟିଭ ସୌରଭ କୁମାର ଦାସଙ୍କୁ ରାଡିଆଂଟ କେୟାର ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ, ମେଡିକାଲ ରେକର୍ଡସ୍ ବିଭାଗର ଏଗଜିକ୍ୟୁଟିଭ ରତିକାନ୍ତ ବାରିକଙ୍କୁ ହେଲଥ ରେକର୍ଡ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ନର୍ସିଂ, କ୍ୟାଥ ଲ୍ୟାବର ଇନଚାର୍ଜ ରିୟଙ୍କା ମହାନ୍ତି, ସିନିଅର ଷ୍ଟାଫ ନର୍ସ ସିଫ୍ଟ ଇନ୍‌ଚାର୍ଜ ମୋକ୍ଷଦା ବେହେରା, ନର୍ସିଂ ଜୁନିୟର ଇନଚାର୍ଜ ପ୍ରଣୟିନୀ ରାଉତ ଓ ଷ୍ଟାଫ ନର୍ସ ସୋନାଲି ଖଣ୍ଡୁଆଳ, ୟୁଏଚ – ଷ୍ଟାଫ ଦୁଲେଶ୍ୱରୀ ଦେହୁରୀ ଓ କାଳୁ ଚରଣ ସ୍ୱାଇଁଙ୍କୁ ହିଲିଂ ହ୍ୟାଣ୍ଡସ ସର୍ଭିସ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ, ସିଇଓ ଅଫିସ ଆଣ୍ଡ କ୍ୟୁଏମଏସର ଏଗ୍‌ଜିକ୍ୟୁଟିଭ ଭାସ୍କର ଚନ୍ଦ୍ର ପୃଷ୍ଟି, ସିଇଓ ଅଫିସର ସିନିଅର ଡ୍ରାଇଭର ପବିତ୍ର ମୋହନ ସାହୁ ଓ ଏଫଆଣ୍ଡବି ବିଭାଗର ଜୁନିଅର ଷ୍ଟିୱାର୍ଡ ବିଶ୍ୱଜିତ୍ ବାରିକଙ୍କୁ ଅନସଙ୍ଗ ହିରୋ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’ ତଥା ସିକ୍ୟୁରିଟି ଗାର୍ଡ ଅରୁଣ କୁମାର ସେଠୀଙ୍କୁ ସେଫ୍ଟି ସେନ୍‌ଟିନେଲ୍ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’ ଉପାଧିରେ ସମ୍ମାନିତ କରାଯାଇଥିଲା।

ଏହି ଉତ୍ସବରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପୁଷ୍ପରାଜ ସାମନ୍ତସିଂହାରଙ୍କୁ ‘ମିଷ୍ଟର ହ୍ୟୁମାନ୍ ପାରାଗନ୍‌’ ଉପାଧି ଦିଆଯାଇଥିବା ବେଳେ ହସ୍ପିଟାଲ୍‌ର ଅପରେସନ୍ ମୁଖ୍ୟ ଡକ୍ଟର ରାଜେଶ ଲେଙ୍କାଙ୍କୁ ‘ମିଷ୍ଟର ସୁପ୍ରିମ୍ ସ୍କଲାର୍‌’, ହସ୍ପିଟାଲ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଗିରିଜାନନ୍ଦିନୀ କାନୁନ୍‌ଗୋଙ୍କୁ ‘ମିସେସ୍ ଲାଇଫ୍ ବ୍ଲଡ୍‌’, ସୋଆର ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ପରେଶ ଦାସଙ୍କୁ ‘ମିଷ୍ଟର ମାଷ୍ଟର ସ୍କ୍ରାଇବ୍‌’, ସୋଆର ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ରଙ୍କୁ ‘ମିସ୍ ସିମରିଙ୍ଗ୍ ସ୍ପାର୍କଲ୍‌’, ପ୍ରମେୟ (ଭୁବନେଶ୍ୱର)ର ବ୍ୟୁରୋ ଚିଫ୍ ଦେବେନ୍ଦ୍ର ସୁଆରଙ୍କୁ ‘ମିଷ୍ଟର ଅଲ୍ ୱେଦର ଫ୍ରେଣ୍ଡ’, ନ୍ୟୁଜ୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀଙ୍କୁ ‘ମିଷ୍ଟର ବ୍ରାଣ୍ଡ ବୁଷ୍ଟର’, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସଙ୍କୁ ‘ମିଷ୍ଟର ରେଡୀ ରେକନର’, କନ୍‌ସେପ୍ଟ ଆର୍କିଡିଜାଇନ କନ୍‌ସଲଟାଂଟ୍‌ସ ପ୍ରାଇଭେଟ ଲିମିଟେଡ୍‌ର ପ୍ରିନସିପାଲ୍ ଆର୍କିଟେକ୍ଟ ତଥା ପ୍ରତିଷ୍ଠାତା ସୌମ୍ୟଜିତ ମିଶ୍ରଙ୍କୁ ‘ମିଷ୍ଟର କ୍ରିଏଟିଭ୍ ଡାଇନେମୋ’, ସୋଆ ବିଶ୍ୱବିଦ୍ୟାଳୟର ଜଏଂଟ ରେଜିଷ୍ଟ୍ରାର ଡକ୍ଟର ଶଶାଙ୍କ ଶେଖର ମିଶ୍ରଙ୍କୁ ‘ମିଷ୍ଟର ଷ୍ଟେଲାର ପାଲ’, ସୋଆ ବିଶ୍ୱବିଦ୍ୟାଳୟର ଅଡିଟର୍ ଶେଖ୍ ଅରିଫ୍‌ଙ୍କୁ ‘ମିଷ୍ଟର ଫାଇନାନ୍ସିଆଲ୍ ସେଂଟିନେଲ୍‌’, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୱାଲିଟି ମ୍ୟାନେଜମେଂଟ ସିଷ୍ଟମ୍‌ର ମୁଖ୍ୟ ଡକ୍ଟର ଅରୋଲିପି ଦାସଙ୍କୁ ‘ମିସେସ୍ ରିଲେଂଟଲେସ୍ ଡାଇନେମୋ’, ହସ୍ପିଟାଲ୍‌ର ବାୟୋମେଡିକାଲ୍ ଇଞ୍ଜିନିୟରିଂର ମୁଖ୍ୟ ମନୋରମା ପରିଡାଙ୍କୁ ‘ମିସେସ୍ ଅନ୍‌ଷ୍ଟପେବୁଲ୍‌’, ସୋଆ ପ୍ରେସ୍‌ର ସିନିୟର ମ୍ୟାନେଜର ସଞ୍ଜୀବ୍ କୁମାର ପଟ୍ଟନାୟକଙ୍କୁ ‘ମିଷ୍ଟର ଇଙ୍କ୍ ମାଏଷ୍ଟ୍ରୋ’, ସୋଆ ବିଶ୍ୱବିଦ୍ୟାଳୟର ଉପନିର୍ଦ୍ଦେଶକ ପ୍ରିୟବ୍ରତ ଦାଶଙ୍କୁ ‘ମିଷ୍ଟର ଫାଂଟାଷ୍ଟିକ୍ ବଡି’, ଇଲେକ୍ଟ୍ରିକାଲ୍ ଡେପୁଟି ଜେନେରାଲ୍ ମ୍ୟାନେଜର ବିବେକ ପ୍ରଧାନଙ୍କୁ ‘ମିଷ୍ଟର ସିଭିଲ୍ ଆଲି’, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ କମଳିନୀ ମଲ୍ଲିକ୍‌ଙ୍କୁ ‘ଶ୍ରୀମତି ଇନ୍‌କ୍ରେଡିବଲ୍‌’ ଓ ଡିଏସ୍ ଇନ୍‌ଫ୍ରା ପ୍ରାଇଭେଟ ଲିମିଟେଡ୍‌ର ସିନିୟର ଇଞ୍ଜିନିୟର ମନୋରଞ୍ଜନ ଶାଙ୍କୁ ‘ମିଷ୍ଟର ଜେନେସିସ୍ କମ୍ପାନିୟନ୍‌’ ଉପାଧିରେ ସମ୍ମାନିତ କରାଯାଇଥିଲା।

ଡାକ୍ତରମାନଙ୍କ ଦ୍ୱାରା ପରିବେଷିତ ଚିତାକର୍ଷକ ସଂଗୀତ କାର୍ଯ୍ୟକ୍ରମ ସମସ୍ତଙ୍କର ମନ ମୋହିଥିଲା। ସେହିପରି କର୍ମଚାରୀ ଓ ପ୍ରିନ୍ସ ଡ୍ୟାନ୍ସଗ୍ରୁପ୍ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ସମ୍ମମ୍‌ର କର୍ମଚାରୀଙ୍କ ଦ୍ୱାରା କ୍ୟାଟ ୱାକ୍ ଓ ସ୍ପଟ୍ ଲାଇଟ୍ ଡ୍ରାମା ପରିବେଷଣ କରାଯାଇଥିଲା।

SUM Ultimate Medicare SUMUM
Share. Facebook Twitter LinkedIn Email WhatsApp Copy Link

Related Posts

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026

ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

March 23, 2026
Latest News

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.