ସମୀକ୍ଷା ଖବର ସତ: ବିଜେପିରେ ମିଶିବେ ବିଜେଡି ବିଧାୟକ ଅରବିନ୍ଦ ଢାଲି, କଲେ ଘୋଷଣା

Published: Mar 2, 2024, 11:19 am IST

ଭୁବନେଶ୍ବର: ଶେଷରେ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି ଜୟଦେବ ନିର୍ବାଚନ ମଣ୍ଡଳିରେ ବିଧାୟକ ଅରବିନ୍ଦ ଢାଲି। ସେ ଆଜି ତାଙ୍କର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହାପରେ ସେ ଘୋଷଣା କରିଛନ୍ତି ଯେ, ଆସନ୍ତାକାଲି ରବିବାର ଦିନ ସେ ବିଜେପିରେ ସାମିଲ ହେବେ।

ଆପଣଙ୍କ ମନେଥିବ: ବିଜେପିରେ ଯୋଗଦେବେ ବିଧାୟକ ଅରବିନ୍ଦ ଢାଲି

ଇସ୍ତଫା ପରେ ସେ କହିଛନ୍ତି ଯେ, ମୁଁ ଘରବାହୁଡା କରିବି। ସେହି କାରଣ ପାଇଁ ମୁଁ ବିଜେଡି ଛାଡିଲି। ଆସନ୍ତାକାଲି ଦିନ 11 ଟା ବେଳେ ବିଜେପିରେ ମିଶିବି ବୋଲି ସେ କହିଛନ୍ତି। ଏ ନେଇ ବହୁ ପୂର୍ବରୁ ସମୀକ୍ଷାରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ କୁହାଯାଇଥିଲା ଯେ ବିଜେଡି ବିଧାୟକ ଅରବିନ୍ଦ ଢାଲି ବିଜେଡି ଛାଡି ବିଜେପିରେ ମିଶିବେ। ଯାହା ଆଜି ସତ ହୋଇଛି।

Related posts