Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ ଅନଲାଇନରେ ହେବ ଖବରକାଗଜ ଓ ପତ୍ରିକାର ପଞ୍ଜୀକରଣ
ଆଜିର ଖବର

ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ ଅନଲାଇନରେ ହେବ ଖବରକାଗଜ ଓ ପତ୍ରିକାର ପଞ୍ଜୀକରଣ

March 2, 2024No Comments6 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଭାରତ ସରକାର ଐତିହାସିକ ପ୍ରେସ୍ ଆଣ୍ଡ  ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ ଆକ୍ଟ (ପିଆରପି ନିୟମ), ୨୦୨୩  ଏବଂ ଏହାର ନିୟମାବଳୀକୁ ଗେଜେଟରେ ବିଜ୍ଞପ୍ତି ଜାରି କରି ସୂଚିତ କରିଛନ୍ତି ଏବଂ ଫଳସ୍ୱରୂପ ଏହି ଆଇନ ୨୦୨୪ ମାର୍ଚ୍ଚ ପହିଲାରୁ ଲାଗୁ ହୋଇଛି।

ଏଣିକି ପତ୍ରିକା ଗୁଡ଼ିକର ପଞ୍ଜୀକରଣ ପ୍ରେସ୍ ଆଣ୍ଡ  ରେଜିଷ୍ଟ୍ରେସନ୍ ଅଫ୍ ପରିୟଡିକାଲ୍ ନିୟମ (ପିଆରପି ଆକ୍ଟ), ୨୦୨୩ ଏବଂ ପ୍ରେସ୍ ଆଣ୍ଡ  ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ନିୟନ୍ତ୍ରିତ ହେବ। ବିଜ୍ଞପ୍ତି ଅନୁଯାୟୀ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ- ପିଆରଜିଆଇ (ତତ୍କାଳୀନ ରେଜିଷ୍ଟ୍ରାର ଅଫ୍ ନ୍ୟୁଜ୍‌ପେପର୍ସ ଫର୍ ଇଣ୍ଡିଆ- ଆର୍‌ଏନ୍‌ଆଇ)ଙ୍କ କାର୍ଯ୍ୟାଳୟ ନୂଆ ଆଇନର ତଦାରଖ କରିବ।

ଡିଜିଟାଲ ଇଣ୍ଡିଆ ନୀତି ଅନୁଯାୟୀ, ନୂତନ ଆଇନରେ ଦେଶରେ ଖବରକାଗଜ ଏବଂ ଅନ୍ୟାନ୍ୟ ପତ୍ରିକାର ପଞ୍ଜୀକରଣ ସୁବିଧା ପାଇଁ ଏକ ଅନଲାଇନ୍ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ପର୍ଯ୍ୟାୟରେ ଏକାଧିକ ପଦକ୍ଷେପ ଏବଂ ଅନୁମୋଦନ ସହିତ ଜଡିତ ପ୍ରଚଳିତ ମାନୁଆଲ, ଜଟିଳ ପ୍ରକ୍ରିୟାକୁ ଏହି ନୂତନ ବ୍ୟବସ୍ଥା ବଦଳାଇ ଦେଇଛି ଯାହା ପ୍ରକାଶକ ମାନଙ୍କ ପାଇଁ ଅନାବଶ୍ୟକ ଅସୁବିଧା ସୃଷ୍ଟି କରିଥାଏ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ନୂଆ ଆଇନ ଅନୁଯାୟୀ ବିଭିନ୍ନ ଆବେଦନ ଗ୍ରହଣ ନିମନ୍ତେ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କ ଅନଲାଇନ୍ ପୋର୍ଟାଲ ପ୍ରେସ୍ ସେବା ପୋର୍ଟାଲ (presssewa.prgi.gov.in) ର ଶୁଭାରମ୍ଭ କରିଥିଲେ। ପତ୍ରିକାର ପ୍ରିଣ୍ଟରଙ୍କ ଦ୍ୱାରା ସୂଚନା, ବିଦେଶୀ ପତ୍ରିକାର ଆନୁଷ୍ଠାନିକ ସଂସ୍କରଣ ପଞ୍ଜୀକରଣ ପାଇଁ ଆବେଦନ, ପତ୍ରିକା ପଞ୍ଜୀକରଣ ପ୍ରମାଣପତ୍ର ପାଇବା ପାଇଁ ପ୍ରକାଶକଙ୍କ ଦ୍ୱାରା ଆବେଦନ, ପଞ୍ଜୀକରଣ ପ୍ରମାଣପତ୍ର ସଂଶୋଧନ ପାଇଁ ଆବେଦନ, ପତ୍ରିକାର ମାଲିକାନା ହସ୍ତାନ୍ତର ପାଇଁ ଆବେଦନ, ପତ୍ରିକାର ପ୍ରକାଶକଙ୍କ ଦ୍ୱାରା ବାର୍ଷିକ ବିବରଣୀ ପ୍ରଦାନ ସମେତ ସମସ୍ତ ଆବେଦନ, ଏବଂ ଏକ ପତ୍ରିକାର ପ୍ରସାରଣ ଯାଞ୍ଚ ପାଇଁ ଡେସ୍କ ଅଡିଟ୍ ପ୍ରକ୍ରିୟା ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ ଅନଲାଇନରେ ହେବ ।

ପ୍ରେସ୍ ସେବା ପୋର୍ଟାଲ କାଗଜବିହୀନ ପ୍ରକ୍ରିୟାକରଣକୁ ସୁନିଶ୍ଚିତ କରେ ଏବଂ ଇ-ସାଇନ୍ ସୁବିଧା, ଡିଜିଟାଲ ପେମେଣ୍ଟ ଗେଟ୍ ୱେ, ତୁରନ୍ତ ଡାଉନଲୋଡ୍ ପାଇଁ କ୍ୟୁଆର୍ କୋଡ୍ ଆଧାରିତ ଡିଜିଟାଲ୍ ସାର୍ଟିଫିକେଟ୍‌, ପ୍ରିଣ୍ଟିଂ ପ୍ରେସ୍ ଦ୍ୱାରା ସୂଚନା ପ୍ରଦାନ ପାଇଁ ଅନଲାଇନ୍ ବ୍ୟବସ୍ଥା, ଶୀର୍ଷକ ଉପଲବ୍ଧତାର ସମ୍ଭାବନାର ପ୍ରତିଶତ, ସମସ୍ତ ପ୍ରକାଶକଙ୍କ ପାଇଁ ପଞ୍ଜୀକରଣ ଡାଟା ଅନଲାଇନ୍‌ରେ ଆକସେସ କରିବା, ବାର୍ଷିକ ବିବରଣୀ ଦାଖଲ ଆଦି ସେବା ପ୍ରଦାନ କରେ । ଏହା ବ୍ୟତୀତ ଏକ ଚାଟ୍ ବଟ୍ ଆଧାରିତ ଇଣ୍ଟରଆକ୍ଟିଭ୍ ଅଭିଯୋଗ ସମାଧାନ ବ୍ୟବସ୍ଥା ମଧ୍ୟ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରେସ୍ ସେବା ପୋର୍ଟାଲ ସହିତ ଏକ ନୂତନ ୱେବସାଇଟ୍ (prgi.gov.in) ରହିଛି ଯେଉଁଥିରେ ସମସ୍ତ ସମ୍ବନ୍ଧୀୟ ସୂଚନା ଏବଂ ଏକ ଉପଭୋକ୍ତା – ଅନୁକୂଳ ଇଣ୍ଟରଫେସ୍ ରହିଛି ।

ନୂଆ ପିଆରପି ଆଇନ ପୁରୁଣା ପିଆରବି ଆଇନ ଦ୍ୱାରା ଆବଶ୍ୟକ ହେଉଥିବା ପଞ୍ଜୀକରଣ ପରିସରରୁ ପୁସ୍ତକ ଏବଂ ପତ୍ରିକାକୁ ହଟାଇ ଦେଇଛି; ନୂତନ ଅଧିନିୟମରେ ଏକ ପତ୍ରିକାକୁ “ଏକ ଖବରକାଗଜ ସମେତ କୌଣସି ପ୍ରକାଶନ ଯାହା ନିୟମିତ ବ୍ୟବଧାନରେ ସାର୍ବଜନୀନ ଖବର କିମ୍ବା ସାର୍ବଜନୀନ ଖବର ଉପରେ ମନ୍ତବ୍ୟ ସହିତ ପ୍ରକାଶିତ ଏବଂ ମୁଦ୍ରିତ ହୁଏ କିନ୍ତୁ ଏଥିରେ କୌଣସି ପୁସ୍ତକ କିମ୍ବା ବିଜ୍ଞାନଭିତ୍ତିକ, ବୈଷୟିକ ଏବଂ ଶିକ୍ଷାଭିତ୍ତିକ ଜର୍ଣ୍ଣାଲ୍ ଅନ୍ତର୍ଭୁକ୍ତ ହୋଇନଥାଏ ବୋଲି ସଜ୍ଞାକୃତ କରାଯାଇଛି । ତେଣୁ ” ବିଜ୍ଞାନଭିତ୍ତିକ, ବୈଷୟିକ ଏବଂ ଶିକ୍ଷାଭିତ୍ତିକ ପୁସ୍ତକ କିମ୍ବା ଜର୍ଣ୍ଣାଲ୍ ” ପିଆରଜିଆଇରେ ପଞ୍ଜୀକରଣ ଆବଶ୍ୟକ କରେ ନାହିଁ ।

ନୂଆ ଆଇନ ଅନୁଯାୟୀ ପତ୍ରିକା ପଞ୍ଜୀକରଣ ପାଇଁ ସମସ୍ତ ଆବେଦନ କେବଳ ପ୍ରେସ୍ ସେବା ପୋର୍ଟାଲ ଜରିଆରେ ଅନଲାଇନ ମାଧ୍ୟମରେ କରାଯିବ । ତଦନୁଯାୟୀ ପତ୍ରିକା ପ୍ରକାଶ କରିବାକୁ ଚାହୁଁଥିବା ପ୍ରକାଶକମାନେ ଏହାକୁ ପ୍ରକାଶ କରିବା ପୂର୍ବରୁ ନିଜର ଶୀର୍ଷକ ପଞ୍ଜୀକରଣ କରିବା ଆବଶ୍ୟକ । ଯେହେତୁ ପଞ୍ଜୀକରଣ ପ୍ରକ୍ରିୟା ଅନ୍‌ଲାଇନ୍ ଏବଂ ସଫ୍ଟୱେୟାର୍ ମାଧ୍ୟମରେ ପରିଚାଳିତ ହେବ, ତେଣୁ ଆପ୍ଲିକେସନ୍‌ରେ ଅସଙ୍ଗତି ହେବାର ସମ୍ଭାବନା ଯଥେଷ୍ଟ ହ୍ରାସ ପାଇବ ଯାହା ଫଳରେ ଆପ୍ଲିକେସନ୍ ଗୁଡ଼ିକର ଦ୍ରୁତ ପ୍ରକ୍ରିୟାକରଣ ହେବ । ସମସ୍ତ ପର୍ଯ୍ୟାୟରେ ଆବେଦନର ସ୍ଥିତି ଅପଡେଟ୍ କରାଯିବ ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ ଭୁଲ ଯୋଗାଯୋଗ କାରଣରୁ ବିଳମ୍ବ ଦୂର କରିବା ପାଇଁ ଆବେଦନକାରୀଙ୍କୁ ଏସ୍‌ଏମ୍‌ଏସ୍ ଏବଂ ଇମେଲ ମାଧ୍ୟମରେ ଅବଗତ କରାଯିବ ।

ନୂତନ ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ ପତ୍ରିକା ପଞ୍ଜୀକରଣରେ ସମ୍ପୃକ୍ତ ପଦକ୍ଷେପଗୁଡ଼ିକ ନିମ୍ନଲିଖିତ ପ୍ରକାରର ଅଟେ:

– ଏକ ପତ୍ରିକାର ମାଲିକଙ୍କ ଦ୍ୱାରା ସାଇନ୍ ଅପ୍ ଏବଂ ପ୍ରୋଫାଇଲ୍ ସୃଷ୍ଟି: ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ, ପ୍ରସ୍ତାବିତ ପତ୍ରିକାର ମାଲିକଙ୍କୁ ପ୍ରାଥମିକତା କ୍ରମରେ ୫ଟି ପ୍ରସ୍ତାବିତ ଶୀର୍ଷକ ସହିତ ଆବଶ୍ୟକ ଅନୁଯାୟୀ ପ୍ରାସଙ୍ଗିକ ଦସ୍ତାବିଜ / ବିବରଣୀ ପ୍ରଦାନ କରି ପ୍ରେସ୍ ସେବା ପୋର୍ଟାଲରେ ସାଇନ୍ ଅପ୍ ଏବଂ ଏକ ପ୍ରୋଫାଇଲ୍ ସୃଷ୍ଟି କରିବା ଆବଶ୍ୟକ । ଏହି ଶୀର୍ଷକ ବିକଳ୍ପଗୁଡ଼ିକ ଭାରତର ଯେକୌଣସି ସ୍ଥାନରେ କିମ୍ବା ସେହି ରାଜ୍ୟର ଅନ୍ୟ କୌଣସି ଭାଷାରେ ପତ୍ରିକାର ଅନ୍ୟ କୌଣସି ମାଲିକଙ୍କ ପାଖରେ ଥିବା ଶୀର୍ଷକ ସହିତ ସମାନ ହେବ ନାହିଁ କିମ୍ବା ସାମଞ୍ଜସ୍ୟ ରହିବ ନାହିଁ, ଏବଂ ଏହି ଶୀର୍ଷକ ବିକଳ୍ପଗୁଡ଼ିକ ଏହି ଉଦ୍ଦେଶ୍ୟରେ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ୱାରା ପ୍ରସ୍ତୁତ ନିର୍ଦ୍ଦେଶାବଳୀ ଅନୁଯାୟୀ ହେବ ।

– ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଏବଂ ଜିଲ୍ଲାରେ ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କ ନିକଟରେ ଏକକାଳୀନ ଦାଖଲ: ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ ଦାଖଲ କରାଯାଇଥିବା ଆବେଦନଗୁଡ଼ିକ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଏବଂ ଜିଲ୍ଲାର ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କ ନିକଟରେ ଏକାସାଙ୍ଗରେ ଉପଲବ୍ଧ ହେବ । ତେଣୁ ଅନ୍ୟ କୌଣସି ଅଫିସ/ପୋର୍ଟାଲରେ ପୃଥକ ଭାବେ ଆବେଦନ କରିବାର ଆବଶ୍ୟକତା ନାହିଁ ।

– ମାଲିକଙ୍କ ଦ୍ୱାରା ପ୍ରକାଶକ/ପ୍ରକାଶକ ମାନଙ୍କୁ ନିମନ୍ତ୍ରଣ: ପ୍ରୋଫାଇଲ୍ ସୃଷ୍ଟି ହେବା ପରେ, ମାଲିକ ପୋର୍ଟାଲ ମାଧ୍ୟମରେ ସେମାନଙ୍କ ପତ୍ରିକା/ସମ୍ବାଦ ସହିତ ଜଡ଼ିତ ସେମାନଙ୍କର ମନୋନୀତ ପ୍ରକାଶକ/ ପ୍ରକାଶକ ମାନଙ୍କୁ ନିମନ୍ତ୍ରଣ ପ୍ରଦାନ କରିବେ ।

– ପ୍ରିଣ୍ଟର (ପ୍ରିଣ୍ଟିଂ ପ୍ରେସର ମାଲିକ/ତତ୍ତ୍ୱାବଧାରକ)ଙ୍କ ଦ୍ୱାରା ସାଇନ୍ ଅପ୍ ଏବଂ ଅନଲାଇନ୍ ସୂଚନା: ପ୍ରିଣ୍ଟର (ପ୍ରିଣ୍ଟିଂ ପ୍ରେସର ମାଲିକ/ ତତ୍ତ୍ୱାବଧାରକ) ପୋର୍ଟାଲରେ ଆବଶ୍ୟକ ଅନୁଯାୟୀ ପ୍ରାସଙ୍ଗିକ ବିବରଣୀ ପ୍ରଦାନ କରି ପ୍ରେସ୍ ସେବା ପୋର୍ଟାଲରେ ଏକ ଅନଲାଇନ୍ ଆକାଉଣ୍ଟ ସୃଷ୍ଟି କରିବା ଆବଶ୍ୟକ ।

– ପ୍ରକାଶକଙ୍କ ଦ୍ୱାରା ସାଇନ୍ ଅପ୍ ଏବଂ ପ୍ରୋଫାଇଲ୍ ସୃଷ୍ଟି: ଏପରି ନିମନ୍ତ୍ରିତ/ନିଯୁକ୍ତ ପ୍ରକାଶକ/ମାନଙ୍କୁ ପ୍ରାସଙ୍ଗିକ ଦସ୍ତାବିଜ/ବିବରଣୀ ପ୍ରଦାନ କରି ପୋର୍ଟାଲରେ ନିଜର ପ୍ରୋଫାଇଲ୍ ତିଆରି କରିବା ଆବଶ୍ୟକ।

– ପ୍ରକାଶକଙ୍କ ଦ୍ୱାରା ପ୍ରିଣ୍ଟର ଚୟନ/ମନୋନୀତ କରିବା: ପଞ୍ଜୀକରଣ ପ୍ରକ୍ରିୟାର ଏକ ଅଂଶ ଭାବରେ, ପ୍ରକାଶକମାନେ ପ୍ରେସ୍ ସେବା ଡାଟାବେସରୁ ସେମାନଙ୍କର ସମ୍ପୃକ୍ତ ପ୍ରିଣ୍ଟିଂ ପ୍ରେସ୍‌କୁ ମନୋନୀତ/ଚୟନ କରିବା ଆବଶ୍ୟକ ଯେଉଁଠାରେ ପ୍ରିଣ୍ଟିଂ ପ୍ରେସ୍ ଆକାଉଣ୍ଟ ପୂର୍ବରୁ ଡାଟାବେସରେ ଉପଲବ୍ଧ ରହିଥିବ । ନଚେତ୍‌, ସେମାନେ ପୋର୍ଟାଲରେ ଏକ ଅନଲାଇନ୍ ପ୍ରୋଫାଇଲ୍ ତିଆରି କରିବାକୁ ପ୍ରିଣ୍ଟର୍‌ଙ୍କୁ ଅନୁରୋଧ କରିପାରନ୍ତି, ଏବଂ ଏହା ପରେ ପ୍ରସ୍ତାବିତ ପତ୍ରିକା ପାଇଁ ସେମାନଙ୍କୁ ପ୍ରିଣ୍ଟର୍ ଭାବରେ ଚୟନ କରିପାରିବେ ।

– ପ୍ରକାଶକଙ୍କ ଦ୍ୱାରା ଦାଖଲ ହେବାକୁ ଥିବା ସମୟକାଳୀନ ପଞ୍ଜୀକରଣ ଆବେଦନ: ସେମାନଙ୍କ ପ୍ରୋଫାଇଲ୍ ସୃଷ୍ଟି ହେବା ପରେ ପ୍ରକାଶକ ସମସ୍ତ ପ୍ରାସଙ୍ଗିକ ବିବରଣୀ/ ଦସ୍ତାବିଜ ପୂରଣ/ ଦାଖଲ କରି, ଆବେଦନକୁ ଇ-ସ୍ୱାକ୍ଷର କରି ଏବଂ ଭାରତକୋଶ ମାଧ୍ୟମରେ ନିର୍ଦ୍ଧାରିତ ଶୁଳ୍କ ପ୍ରଦାନ କରି ପଞ୍ଜୀକରଣ ପାଇଁ ଆବେଦନ ଦାଖଲ କରିପାରିବେ।

– ଆବେଦନ ଦାଖଲ ପରେ ସଂଶୋଧନ ୱିଣ୍ଡୋ: ଆବେଦନ ଦାଖଲ ପରେ, ଆବେଦନରେ ସାମାନ୍ୟ ସଂଶୋଧନ କରିବା ପାଇଁ ପ୍ରକାଶକମାନଙ୍କ ପାଖରେ ୫ ଦିନ (୧୨୦ ଘଣ୍ଟିଆ ସମୟ-ୱିଣ୍ଡୋ) ଅଛି । ଏହି ଅବଧି ପରେ ଆପ୍ଲିକେସନରେ କୌଣସି ସଂଶୋଧନ ସମ୍ଭବ ନୁହେଁ ।

– ଏକ ଅନନ୍ୟ ଆପ୍ଲିକେସନ୍ ରେଫରେନ୍ସ ନମ୍ବର ସହିତ ସ୍ୱୀକୃତି: ଆବେଦନର ସଫଳ ଅପଲୋଡ୍ ପରେ, ପ୍ରେସ୍ ସେବା ପୋର୍ଟାଲ ଏକ ଅନନ୍ୟ ଦଶ ଅଙ୍କ ବିଶିଷ୍ଟ ଆଲ୍ଫାନ୍ୟୁମେରିକ୍ ଆପ୍ଲିକେସନ୍ ରେଫରେନ୍ସ ନମ୍ବର (ଏଆରଏନ) ସହିତ ଏକ ସ୍ୱୀକୃତି ସୃଷ୍ଟି କରିବ ଏବଂ ପ୍ରକାଶକ ଏବଂ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଭବିଷ୍ୟତର ସମସ୍ତ ଚିଠିପତ୍ର ଏବଂ ରେଫରେନ୍ସ ପାଇଁ ଆବେଦନକାରୀ ରେଫରେନ୍ସ ନମ୍ବର ବ୍ୟବହାର କରିବେ ।

– ଆବେଦନରେ ତ୍ରୁଟି ଏବଂ ଠିକ୍ ସମୟରେ ପ୍ରତିକ୍ରିୟା: ପ୍ରାରମ୍ଭିକ ଯାଞ୍ଚ ପରେ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ (ପିଆରଜିଆଇ)ଙ୍କ କାର୍ଯ୍ୟାଳୟ ଆବଶ୍ୟକ ପଡ଼ିଲେ ଏକ ଅଭାବନୀୟ ଯୋଗାଯୋଗ ଜାରି କରିବ । ପ୍ରକାଶକମାନେ ୩୦ ଦିନର ସମୟ ସୀମା ମଧ୍ୟରେ ସେମାନଙ୍କର ଜବାବ ଦାଖଲ କରିବାକୁ ପଡିବ । ଏହି ନିର୍ଦ୍ଦିଷ୍ଟ ଅବଧିକୁ ପାଳନ କରିବାରେ ବିଫଳ ହେଲେ ଆବେଦନ ଖାରଜ ହୋଇଯିବ ।

– ଭାରତକୋଶ ମାଧ୍ୟମରେ ଅନଲାଇନ୍ ରେଜିଷ୍ଟ୍ରେସନ ଦେୟ  ପ୍ରଦାନ: ପ୍ରେସ୍ ସେବା ପୋର୍ଟାଲରେ ସମନ୍ୱିତ ଭାରତକୋଶ ଡିଜିଟାଲ ପେମେଣ୍ଟ ସିଷ୍ଟମ ମାଧ୍ୟମରେ ସମସ୍ତ ପ୍ରକାଶକଙ୍କ ପାଇଁ ୧୦୦୦ ଟଙ୍କା (କେବଳ ଏକ ହଜାର ଟଙ୍କା) ପଞ୍ଜୀକରଣ ଶୁଳ୍କ ପ୍ରଦାନ କରିବା ବାଧ୍ୟତାମୂଳକ ।

– ପଞ୍ଜୀକରଣ ବିବରଣୀ ସଂଶୋଧନ: ପ୍ରେସ୍ ସେବା ପୋର୍ଟାଲରେ ପଞ୍ଜୀକରଣ ବିବରଣୀ ସଂଶୋଧନ ପାଇଁ ଅନଲାଇନ୍ ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ । ପଞ୍ଜୀକରଣ ସଂଶୋଧନ ପାଇଁ ସମସ୍ତ ଆବେଦନ ପତ୍ରପତ୍ରିକା ଗୁଡ଼ିକର ବିବରଣୀରେ ପରିବର୍ତ୍ତନ ସହିତ ପୋର୍ଟାଲ ମାଧ୍ୟମରେ କରାଯିବ । ଏହି ବିକଳ୍ପଗୁଡ଼ିକ ମାଲିକ/ ପ୍ରକାଶକ ପ୍ରୋଫାଇଲ୍‌ରେ ଉପଲବ୍ଧ ହେବ ।

ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ସ ନିୟମ, ୨୦୨୩ ହେଉଛି ପଞ୍ଜୀକରଣ ପ୍ରକ୍ରିୟା ପ୍ରତି ପାରମ୍ପରିକ ଆଭିମୁଖ୍ୟରୁ ଏକ ଆଦର୍ଶ ପରିବର୍ତ୍ତନ ଆଣିବା ପାଇଁ ଏକ ପଦକ୍ଷେପ ଏବଂ ଏହା ପ୍ରକାଶକମାନଙ୍କ ପାଇଁ ଅଧିକ ଅନୁକୂଳ ବାତାବରଣ ସୃଷ୍ଟି କରିବ ଯାହା ବ୍ୟବସାୟ କରିବାରେ ସହଜତା ସୁନିଶ୍ଚିତ କରିବ । ନୂତନ ଆଇନ ପ୍ରଣୟନ ପ୍ରଚଳିତ ଆଇନ ଗୁଡ଼ିକରୁ ଅପ୍ରଚଳିତ ଏବଂ ପୁରୁଣା ବ୍ୟବସ୍ଥାଗୁଡ଼ିକୁ ହଟାଇବା ପାଇଁ ସରକାରଙ୍କ ପ୍ରୟାସକୁ ମଧ୍ୟ ପ୍ରମାଣିତ କରୁଛି ।

ବିସ୍ତୃତ ସୂଚନା ପାଇଁ ପ୍ରକାଶକ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ପ୍ରେସ୍ ଆଣ୍ଡ  ପତ୍ରିକା ଆଇନ ଏବଂ ପିଆରପି ନିୟମାବଳୀର ବ୍ୟବସ୍ଥାଗୁଡ଼ିକୁ ସତର୍କତାର ସହ ଅନୁଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି।

anurag thakur
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.