Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସନରାଇଜର୍ସ ହାଇଦ୍ରାବାଦର ନୂତନ ଅଧିନାୟକ ହେଲେ ପ୍ୟାଟ୍ କମିନ୍ସ, ଏଡେନ ମାର୍କ୍ରାମଙ୍କୁ ଛୁଟି
ଆଜିର ଖବର

ସନରାଇଜର୍ସ ହାଇଦ୍ରାବାଦର ନୂତନ ଅଧିନାୟକ ହେଲେ ପ୍ୟାଟ୍ କମିନ୍ସ, ଏଡେନ ମାର୍କ୍ରାମଙ୍କୁ ଛୁଟି

March 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୪ ଆଇପିଏଲ୍ ପୂର୍ବରୁ, ସନରାଇଜର୍ସ ହାଇଦ୍ରାବାଦ ଏକ ବଡ ପରିବର୍ତ୍ତନ କରିଛି ଏବଂ ପ୍ୟାଟ୍ କମିନ୍ସଙ୍କୁ ନୂତନ ଅଧିନାୟକ କରିଛି। ଗତ ସଂସ୍କରଣରେ ଅର୍ଥାତ୍ ୨୦୨୩ରେ ଦାୟିତ୍ୱ ଗ୍ରହଣ କରିଥିବା ଏଡେନ ମାର୍କ୍ରାମଙ୍କୁ ଫ୍ରାଞ୍ଚାଇଜ୍ ଛୁଟି କରିଛି। ୨୦୨୪ ଆଇପିଏଲ୍ ପାଇଁ ଆୟୋଜିତ ମିନି ନିଲାମରେ କମିନ୍ସଙ୍କୁ ହାଇଦ୍ରାବାଦ ୨୦.୫୦କୋଟି ଟଙ୍କାରେ କିଣିଥିଲା। ଏହାପରେ କମିନ୍ସ ଆଇପିଏଲ୍ ଇତିହାସରେ ବିକ୍ରି ହୋଇଥିବା ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଥିଲେ।

ବିପୁଳ ପରିମାଣରେ କମିନ୍ସଙ୍କୁ କିଣିଥିବା ସନରାଇଜର୍ସ ହାଇଦ୍ରାବାଦ ବର୍ତ୍ତମାନ ତାଙ୍କୁ ଏକ ନୂତନ ଦାୟିତ୍ଵ ଦେଇଛି ଏବଂ ତାଙ୍କୁ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେଉଥିବା ୨୦୨୪ ଆଇପିଏଲ୍ ପାଇଁ ଅଧିନାୟକ କରିଛି। ସୋସିଆଲ ମିଡିଆ ଜରିଆରେ ସନରାଇଜର୍ସ ହାଇଦ୍ରାବାଦ ନୂତନ ଅଧିନାୟକ ଘୋଷଣା କରିଛି। ହାଇଦ୍ରାବାଦ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛି ଯେ ଆମର ନୂତନ ଅଧିନାୟକ ପାଟ କମିନ୍ସ।

ଗତ ସିଜନରେ ହାଇଦ୍ରାବାଦର ପ୍ରଦର୍ଶନ ସବୁଠାରୁ ଖରାପ ଥିଲା:

ପ୍ରକାଶ ଯେ, ଏଡେନ ମାର୍କ୍ରାମଙ୍କ ଅଧିନାୟକତ୍ୱରେ ଖେଳିବାବେଳେ ୨୦୨୩ ଆଇପିଏଲ୍ ରେ ସନରାଇଜର୍ସ ହାଇଦ୍ରାବାଦ ବହୁତ ଖରାପ ପ୍ରଦର୍ଶନ କରିଥିଲା। ମାର୍କ୍ରାମଙ୍କ ଅଧିନାୟକତ୍ୱରେ ଦଳ ୧୪ ଟି ଲିଗ୍ ମ୍ୟାଚ୍ ମଧ୍ୟରୁ ୪ ଟି ଜିତିପାରିଥିଲା। ଦଳ ପଏଣ୍ଟ ଟେବୁଲରେ ଦଶମ ଅର୍ଥାତ୍ ନିମ୍ନରେ ଥିଲା। ଗତ ସିଜିନର ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦଳ ପରିଚାଳନା ଏହି ପରିବର୍ତ୍ତନ କରିଛି। କମିନ୍ସ ବର୍ତ୍ତମାନର ଅନ୍ୟତମ ସଫଳ ଅଧିନାୟକ। ତାଙ୍କ ଅଧିନାୟକତ୍ୱରେ କମିନ୍ସ ଅଷ୍ଟ୍ରେଲିଆକୁ ୨୦୨୩ ବିଶ୍ୱକପରେ ଚାମ୍ପିୟନ କରିଥିଲେ।

IPL-2024 Pat Cummins SRH
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026
Latest News

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.