ଏଲୋନ୍ ମସ୍କ ହରାଇଲଲେ ଏକ ନମ୍ବର ଧନୀ ମୁକୁଟ, ଟ୍ୱିଟରର ପୂର୍ବତନ ସିଇଓ ଦାୟର କଲେ କୋଟି ଟଙ୍କାର ମାମଲା

Published: Mar 5, 2024, 1:27 pm IST

ନୂଆଦିଲ୍ଲୀ: ଏକ୍ସ (ଟ୍ୱିଟର), ଟେସଲା ଏବଂ ସ୍ପେସ୍ ଏକ୍ସ ମାଲିକ ଏଲୋନ୍ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହେବାର ମୁକୁଟ ହରାଇଛନ୍ତି। ଏବେ ତାଙ୍କ ପାଇଁ ଆଉ ଏକ ଖରାପ ଖବର ଆସିଛି। ପୂର୍ବତନ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ, ଚାରିଜଣ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଏଲୋନ୍ ମସ୍କଙ୍କ ବିରୋଧରେ ୧୨୮ ମିଲିୟନ ଡଲାରରୁ ଅଧିକ ମାମଲା ଦାୟର କରିଛନ୍ତି। ପରାଗଙ୍କ ସହ ଯେଉଁମାନେ ମସ୍କଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି, ସେମାନେ ଟ୍ୱିଟରର ପୂର୍ବତନ ମୁଖ୍ୟ ଆର୍ଥିକ ଅଧିକାରୀ ନେଡ ସେଗାଲ, ପୂର୍ବତନ ଲିଗଲ ଚିଫ ଅଫିସର ବିଜୟ ବିଜୟ ଗଡେ ଏବଂ ପୂର୍ବତନ ଜେନେରାଲ କାଉନସିଲ ସିନ ଏଡଗେଟଙ୍କ ନାମ ଅନ୍ତର୍ଭୁକ୍ତ ଅଛି।

ଅଭିଯୋଗଗୁଡିକ କ’ଣ?:

ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଏହି ମକଦ୍ଦମା ଦାୟର କରିଛି ଯେ ଟ୍ୱିଟର ହାସଲ କରିବା ପରେ ମସ୍କ ହଜାର ହଜାର କର୍ମଚାରୀଙ୍କୁ ଉଚିତ ଏବଂ ଉପଯୁକ୍ତ କାରଣ ବିନା ବରଖାସ୍ତ କରିଛି, ଯେଉଁ କାରଣରୁ କମ୍ପାନୀ କର୍ମଚାରୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁନାହିଁ। ଏହା ସହିତ ଏହି ଅଧିକାରୀମାନେ ମଧ୍ୟ କହିଛନ୍ତି ଯେ, ମସ୍କ ତାଙ୍କର ବିଲ ପଇଠ କରୁନାହାଁନ୍ତି। ସେମାନେ ଅନୁଭବ କରନ୍ତି ଯେ, ନିୟମ ତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ଯେଉଁମାନେ ତାଙ୍କ ମତ ସହିତ ସହମତ ନୁହଁନ୍ତି, ସେ ତାଙ୍କ ଅର୍ଥର ବଳରେ ସେମାନଙ୍କୁ ଏଡ଼ାଇଦିଅନ୍ତି।

Related posts