ରାଜନୀତିରେ ପାଦ ଥାପିବେ ଲେଖିକା ଡ. ଇତିରାଣୀ ସାମନ୍ତ, ଜାଣନ୍ତୁ କେଉଁଠି ହେବେ ପ୍ରାର୍ଥୀ

Published: Mar 5, 2024, 6:55 pm IST

ଭୁବନେଶ୍ବର: ଖୁବ ଶିଘ୍ର କାଦମ୍ବିନୀ ପତ୍ରିକାର ସଂପାଦିକା ତଥା ସୁଲେଖିକା ଡ. ଇତିରାଣୀ ସାମନ୍ତ ରାଜନୀତିରେ ପାଦ ଦେବେ। ସେ ବିଜେଡିରେ ସାମିଲି ହେବେ ବୋଲି ଏକ ବିଶେଷ ସୁତ୍ରରୁ ଜଣାପଡିଛି। ତାଙ୍କ ଭାଇ ଡ ଅଚ୍ୟୁତ ସାମନ୍ତ ବର୍ତ୍ତମାନ ବିଜେଡିର କନ୍ଧମାଳ ସାଂସଦ ଅଛନ୍ତି। ସେ ହେଉଛନ୍ତି ଦେଶର ପ୍ରତିଷ୍ଠିତ କିଟ କିସ୍ ଅନୁଷ୍ଠାନର ପ୍ରତିଷ୍ଠାତା।

ତେବେ ଖବର ଅନୁସାରେ ଇତି ସାମନ୍ତ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆସିଛନ୍ତି। ପୂର୍ବରେ ସେ ଭୁବନେଶ୍ବର ମେୟର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ମଧ୍ୟ ଚାଲିଥିଲା। ହେଲେ ଶେଷ ମୂହୁର୍ତ୍ତରେ ତାହା ବାତିଲ ହୋଇଥିଲା।

ତେବେ ବର୍ତ୍ତମାନ ସେ ବିଜେଡି ଯୋଗ ଦେଇ ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି। କାରଣ ତାଙ୍କ ଭାଇ ଡ ସାମନ୍ତଙ୍କ କିଟ କିସ୍ ସେହି ନିର୍ବାଚନ ମଣ୍ଡଳିରେ ରହିଛି। ତାଙ୍କର ସେହି ଅଞ୍ଚଳରେ ବେଶ ଦବଦବା ମଧ୍ୟ ରହିଛି।

ଅନ୍ୟପକ୍ଷରେ ଡ ଇତିରାଣୀ ସାମନ୍ତ ଜଣେ ସୁଲେଖିକା ତଥା ସମାଜସେବୀ ଭାବେ ପ୍ରତିଷ୍ଠା ରହିଛି। ସେଥିପାଇଁ ସେହି ଅଞ୍ଚଳବାସୀ ତାଙ୍କୁ ପ୍ରାର୍ଥୀ ହେବା ପାଇଁ ମଧ୍ୟ ଦାବୀ କରୁଛନ୍ତି। ତେବେ ଏ ନେଇ ଇତିରାଣୀ ସାମନ୍ତ କିମ୍ବା ବିଜେଡି ତରଫରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।

Related posts