ସର୍ଟ ସର୍କିଟ ଯୋଗୁଁ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ, ୩ ବାଳିକାଙ୍କ ସମେତ ୫ ନିହ

Published: Mar 6, 2024, 10:53 am IST

ଲକ୍ଷ୍ନୌ: ସର୍ଟ ସର୍କିଟ ଯୋଗୁଁ ଉତ୍ତରପ୍ରଦେଶର ରାଜଧାନୀ କାକୋରି ସହରରେ ରହୁଥିବା ମୁଶୀରଙ୍କ ଘରେ ଦୁଇଟି ସିଲିଣ୍ଡର ବିସ୍ଫୋରଣ ହୋଇଛି, ଯେଉଁଥିରେ ତିନି ଝିଅ ଏବଂ ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ମଙ୍ଗଳବାର ରାତିରେ କାକୋରିର ହାତା ହଜରତ ସାହେବ ଅଞ୍ଚଳରେ ଥିବା ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ମାତ୍ରେ ସିଲିଣ୍ଡରରେ ବିସ୍ଫୋରଣ ଘଟିଥିଲା। ଏହି ଦୁର୍ଘଟଣାରେ ଦମ୍ପତିଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ନିରୀହ ପିଲାମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ,

ପୋଲିସ ମୁଖପାତ୍ର କହିଛନ୍ତି ଯେ, କାକୋରୀ ସହରର ହାତା ହଜରତ ସାହେବ ନିବାସୀ ମୁଶେର ଅଲି (୫୦) ଜରଦୋଜିରେ କାମ କରନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦.୩୦ ସମୟରେ ତାଙ୍କ ଘରର ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କିଛି ମିନିଟ୍ ପରେ ସିଲିଣ୍ଡରରେ ପ୍ରବଳ ବିସ୍ଫୋରଣ ହୋଇଥିଲା। ଘର ଭିତରେ ଥିବା ଲୋକମାନେ ବାହାରକୁ ଆସିବା ବେଳକୁ ନିଆଁ ସାରା ଘରେ ବ୍ୟାପି ଯାଇଥିଲା।

ଏହି ସିଲିଣ୍ଡର ବିସ୍ଫୋରଣ ପ୍ରସଙ୍ଗରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏକ ପୋଷ୍ଟ କରିଛନ୍ତି। ସିଏମ୍ ଯୋଗୀଙ୍କ ହ୍ୟାଣ୍ଡେଲରୁ ପ୍ରସ୍ତୁତ ଏକ ପୋଷ୍ଟରେ ସେ ଲେଖିଛନ୍ତି ଯେ, ଲକ୍ଷ୍ନୌ ଜିଲ୍ଲାରେ ସିଲିଣ୍ଡର ବିସ୍ଫୋରଣରେ ପ୍ରାଣ ହରାଇଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। “

Related posts