ରାଜଧାନୀର ୧୫ଟି ବଡ଼ ଘରୋଇ ହସ୍ପିଟାଲରେ ଅଗ୍ନିଶମ ବିଭାଗର ଯାଞ୍ଚ

Published: Jun 18, 2019, 5:27 pm IST

ଦେଶର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିବା ପରେ ଏବେ ଅଗ୍ନିକାଣ୍ଡ ଯାଞ୍ଚକୁ ବେଶ୍‌ ବ୍ୟାପକ କରାଯାଇଛି । ରାଜଧାନୀର ୧୫ଟି ବଡ଼ ଘରୋଇ ହସ୍ପିଟାଲ୍‌ରେ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି ।  ଅଧିକାଂଶ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ନଥିବା ସୂଚନା ଦେଇଛି ଅଗ୍ନିଶମ ବିଭାଗ । କେତେକ କେତେକ ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଅଗ୍ନି ନିର୍ବାପକ ଯନ୍ତ୍ର ନଥିବାବେଳେ ବହୁ ସ୍ଥାନରେ ଆପତ୍‌କାଳୀନ ଯିବା ଆସିବା ରାସ୍ତା ବନ୍ଦ ରଖାଯାଇଛି ବୋଲି ଅଗ୍ନିଶମ ବିଭାଗ କହିଛି । ଯାଞ୍ଚ ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଜାଡ଼ିବାକୁ ହସ୍ପିଟାଲ ଗୁଡ଼ିକୁ ନୋଟିସ ଜାରି କରାଯାଇଛି । କିଛି ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଅଗ୍ନି ନିରାପତ୍ତା ତାଲିମ ପ୍ରଦାନ କରାଯାଇଛି ।

Related posts