Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ୍ ର ଅନୁମୋଦନ
ଆଜିର ଖବର

୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ୍ ର ଅନୁମୋଦନ

March 7, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ ମଞ୍ଜୁରି
କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରିଛି।

୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟ (ପୂର୍ବ ଟିଡି-୫ ଗ୍ରେଡ୍ ସହ ସମାନ ଟିଡିଏନ୍-୩)ର ଏମଏସପି କ୍ୱିଣ୍ଟାଲ ପିଛା ୫,୩୩୫/- ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚ ତୁଳନାରେ ୬୪.୮ ପ୍ରତିଶତ ଅଧିକ ଲାଭ ସୁନିଶ୍ଚିତ କରିବ। ସର୍ବଭାରତୀୟ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ସ୍ତରରେ ଏମଏସପି ଧାର୍ଯ୍ୟ କରିବା ଲାଗି ୨୦୧୮-୧୯ ବଜେଟରେ  ସରକାର ଘୋଷଣା କରିଥିଲେ ଏବଂ ଏହି ନୀତି ଅନୁଯାୟୀ ୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟର ଏମଏସପି ଘୋଷଣା କରାଯାଇଛି।

କୃଷି ଖର୍ଚ୍ଚ ଓ ମୂଲ୍ୟ ଆୟୋଗ (ସିଏସିପି)ର ସୁପାରିସ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି।

ପୂର୍ବ ଋତୁ ତୁଳନାରେ ୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟର ଏମଏସପି କ୍ୱିଣ୍ଟାଲ ପିଛା ୨୮୫ ଟଙ୍କା ବୃଦ୍ଧି କରାଯାଇଛି। ୨୦୧୪-୧୫ରେ କଞ୍ଚା ଝୋଟର କ୍ୱିଣ୍ଟାଲ ପିଛା ଏମଏସପି ୨,୪୦୦ ଟଙ୍କା ଥିବା ବେଳେ ଗତ ଦଶବର୍ଷ ମଧ୍ୟରେ ଏଥିରେ ୧୨୨ ପ୍ରତିଶତ ବୃଦ୍ଧି ସହିତ ୨୦୨୪-୨୫ରେ ଏହା କ୍ବିଣ୍ଟାଲ ପିଛା ୫,୩୩୫ ଟଙ୍କାରେ ପହଞ୍ଚିଛି।

ଚଳିତ ୨୦୨୩-୨୪ ଋତୁରେ କେନ୍ଦ୍ର ସରକାର ୫୨୪.୩୨ କୋଟି ଟଙ୍କା ବ୍ୟୟରେ ରେକର୍ଡ ପରିମାଣର ୬.୨୪ ଲକ୍ଷ ଗଣ୍ଠିରୁ ଅଧିକ କଞ୍ଚା ଝୋଟ କିଣିଛନ୍ତି, ଯାହାଦ୍ୱାରା ପ୍ରାୟ ୧.୬୫ ଲକ୍ଷ କୃଷକ ଉପକୃତ ହୋଇଛନ୍ତି।

ଭାରତୀୟ ଝୋଟ ନିଗମ (ଜେସିଆଇ) ମୂଲ୍ୟ ସହାୟକ ପରିଚାଳନା କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାରଙ୍କ ନୋଡାଲ ଏଜେନ୍ସି ଭାବରେ କାର୍ଯ୍ୟ କରିବ ଏବଂ ଯଦି ଏହିପରି ପରିଚାଳନା  କାର୍ଯ୍ୟରେ କ୍ଷତି ହୁଏ, ତେବେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବରେ କ୍ଷତି ଭରଣା କରିବେ।

modi govt. msp narendra modi union cabinet
Share. Facebook Twitter LinkedIn Email WhatsApp Copy Link

Related Posts

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026

ଜେଲ ଯିବେ ତରୁଣ ତେଜପାଲ: ଝଟକା ଦେଲେ ସୁପ୍ରିମକୋର୍ଟ

August 25, 2026

ସଙ୍କଟ ସମୟରେ ଭାରତକୁ ସବୁକିଛି ଯୋଗାଇବ ରୁଷ: ପୁଟିନ ଦେଲେ ବଡ଼ ପ୍ରତିଶ୍ରୁତି

August 25, 2026

ମନୁସ୍ମୃତି ଉପରେ ବୟାନ ପାଇଁ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ଦେଲେ ଚେତାବନୀ

August 25, 2026
Latest News

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026

ଜେଲ ଯିବେ ତରୁଣ ତେଜପାଲ: ଝଟକା ଦେଲେ ସୁପ୍ରିମକୋର୍ଟ

August 25, 2026

ସଙ୍କଟ ସମୟରେ ଭାରତକୁ ସବୁକିଛି ଯୋଗାଇବ ରୁଷ: ପୁଟିନ ଦେଲେ ବଡ଼ ପ୍ରତିଶ୍ରୁତି

August 25, 2026

ମନୁସ୍ମୃତି ଉପରେ ବୟାନ ପାଇଁ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ଦେଲେ ଚେତାବନୀ

August 25, 2026

ଟିଏମସି ବିଦ୍ରୋହୀଙ୍କୁ ଝଟକା!: ଅଭିଷେକ ବାନାର୍ଜୀଙ୍କ ଆବେଦନ ଉପରେ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.