କଂଗ୍ରେସକୁ ଝଟକା: ବ୍ୟାଙ୍କ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଖାରଜ କଲା ଆଇଟି ଟ୍ରିବ୍ୟୁନାଲ

Published: Mar 8, 2024, 6:19 pm IST

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। କଂଗ୍ରେସ ବ୍ୟାଙ୍କ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଦାଖଲ ହୋଇଥିବା ଆବେଦନକୁ ଆୟକର ଟ୍ରିବ୍ୟୁନାଲ ପ୍ରତ୍ୟାଖ୍ୟାନ କରିଛି। ଦଳର ବ୍ୟାଙ୍କ ଆକାଉଣ୍ଟରୁ ୬୫ କୋଟି ଟଙ୍କା ଆୟକର ବିଭାଗ ପ୍ରତ୍ୟାହାର କରିଥିବା କଂଗ୍ରେସ ଅଭିଯୋଗ କରିଛି। ପାର୍ଟିର ୧୧୫ କୋଟି ଟଙ୍କା ବକେୟା ଟ୍ୟାକ୍ସ ଥିଲା। କଂଗ୍ରେସ କହିଛି ଯେ, ଆୟକର ଟ୍ରିବ୍ୟୁନାଲରେ (ITAT) ଟ୍ୟାକ୍ସ ରିଟର୍ଣ୍ଣ ମାମଲା ବିଚାରାଧୀନ ଅଛି। ମଙ୍ଗଳବାର ଢଙ୍ଗ ଆଇଟି ବିଭାଗ ଅଣ ଗଣତାନ୍ତ୍ରିକ ଢଙ୍ଗରେ ଟଙ୍କା ପ୍ରତ୍ୟାହାର କରିନେଇଛି।

ଆଜି ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରାଯିବା ପରେ କଂଗ୍ରେସ ଓକିଲ ବିବେକ ତନଖା ଟ୍ରିବ୍ୟୁନାଲରେ ଆବେଦନ କରି ଆସନ୍ତା ୧୦ ଦିନ ସ୍ଥଗିତ ରଖିବାକୁ କହିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଦଳ ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବ।

Related posts