Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସିଲେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ
ଆଜିର ଖବର

ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସିଲେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ

March 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସିଲେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ଇନସ୍ପାଇରିଂ ଇନକ୍ଲୁଜନ” (ଅନ୍ତର୍ଭୁକ୍ତିକରଣ ପାଇଁ ପ୍ରେରଣା) ଶୀର୍ଷକରେ ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ପ୍ରସ୍ତୁତ ଥିବା ବେଳେ ମହିଳା ସଶକ୍ତିକରଣ ଏବଂ ପାରିପାର୍ଶ୍ବିକ ଗୋଷ୍ଠୀ ଅନ୍ତର୍ଭୁକ୍ତିକରଣର ଏକ ଉତ୍ସାହଜନକ ପ୍ରଦର୍ଶନ ଭାବରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ବା ଆଇଆଇଟି ଭୁବନେଶ୍ୱରର ଉନ୍ନତ ଭାରତ ଅଭିଯାନ (ୟୁବିଏ) ଟିମ୍ ପ୍ରତିଷ୍ଠାନର ପୋଷ୍ୟ ଗ୍ରାମଗୁଡିକର ମହିଳାମାନଙ୍କ ପାଇଁ ଭୁବନେଶ୍ୱର ଏକ ସିଲେଇ ପ୍ରଶିକ୍ଷଣ ପଦକ୍ଷେପ ଆରମ୍ଭ କରିଛି। ମାର୍ଚ୍ଚ ୧, ୨୦୨୪ ରେ କଂସାପଦା ଏବଂ ପୋଡପଡା ଗ୍ରାମରେ ଏହି ପଦକ୍ଷେପର ଶୁଭାରମ୍ଭ କରାଯାଇଥିଲା।

ଡକ୍ଟର ସୀମା ବାହିନୀପତି (ସଂଯୋଜକ-ୟୁବିଏ, ଆଇଆଇଟି ଭୁବନେଶ୍ୱର), ଡକ୍ଟର ମଧୁସ୍ମିତା ଦଶ (ସେଲ୍ଫ ରିଲାଏନ୍ସ ଫାକଲ୍ଟି ଥିମ୍ ଲିଡର) ଏବଂ ଶ୍ରୀମତୀ ଜୟଶ୍ରୀ (ରାନୁ) ମହାନ୍ତିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପଟି କଂସାପଦା ଗ୍ରାମର ଜଣେ ସ୍ଥାନୀୟ ପ୍ରଶିକ୍ଷକଙ୍କ ମାଧ୍ୟମରେ ଏସ୍ ବିନାୟକ ଟେଲରିଂ ସେଣ୍ଟର ଠାରେ ମହିଳାମାନଙ୍କୁ ସିଲେଇ ପ୍ରଶିକ୍ଷଣ ଦ୍ୱାରା ସଶକ୍ତ ଓ ଦକ୍ଷ କରିବା ପାଇଁ ଲକ୍ଷ ରଖିଛି। ୧୬ ଜଣ ଉତ୍ସାହୀ ମହିଳା ପ୍ରଶିକ୍ଷାର୍ଥୀ କଂସାପଦା ପ୍ରାଥମିକ ବିଦ୍ୟାଳୟରେ ଏକତ୍ରିତ ହୋଇଥିଲେ, ଯେଉଁଠାରେ ୟୁବିଏ ପକ୍ଷରୁ ପାଞ୍ଚଟି ସିଲେଇ ମେସିନ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଥିଲା।

ଉଦ୍ଘାଟନୀ ଉତ୍ସବରେ ଡକ୍ଟର ରାଜକୁମାର ଗୁଦୁରୁ (ଡିଜିଟାଲ ସଚେତନତାର ଫାକଲ୍ଟି ଥିମ୍ ଲିଡର), କଂସାପଦା ଗ୍ରାମର ୱାର୍ଡ ମେମ୍ବର ତଥା ଉଭୟ କଂସାପଦା ଏବଂ ପୋଡପଡା ଗ୍ରାମର ଅଧିବାସୀମାନେ ମଧ୍ୟ ଉପସ୍ଥିତ ଥିଲେ। ଉଦଘାଟନ ଏବଂ ପଞ୍ଜୀକରଣ ପରେ, ଛଅ ମାସର ଟେଲରିଂ ଟ୍ରେନିଂ କ୍ଲାସ୍ ମାର୍ଚ୍ଚ୍ ୪, ୨୦୨୪ ରୁ ଆରମ୍ଭ ହୋଇଥିଲା।

ଏହି ପଦକ୍ଷେପ ସମ୍ପର୍କରେ ଡକ୍ଟର ସୀମା ବାହିନୀପତି ପ୍ରକାଶ କରିଛନ୍ତି ଯେ ଏହି ମହିଳାମାନେ ବର୍ତ୍ତମାନ ଆଇଆଇଟି ଭୁବନଶ୍ୱରର ୟୁବିଏ ଅନ୍ତର୍ଭୁକ୍ତ ‘ଆତ୍ମନିର୍ଭରଶୀଳତା ଏବଂ ଡିଜିଟାଲ ସଚେତନତା’ ଦଳ ସହାୟତାରେ ଆତ୍ମନିର୍ଭରଶୀଳ ହେବା ପାଇଁ ଏକ ଯାତ୍ରା ଆରମ୍ଭ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ସିଲେଇ ସହିତ କଂସାପଦା ଗାଁର ଟେଲରିଂ ପ୍ରଶିକ୍ଷଣ ପଦକ୍ଷେପ ଆଶା ଏବଂ ସଶକ୍ତିକରଣର ପ୍ରତିଶୃତି ଦେଇ ଏହାର ମହିଳାମାନଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବ।

ଶ୍ରୀମତୀ ଜୟଶ୍ରୀ (ରାନୁ) ମହାନ୍ତି କହିଛନ୍ତି: ‘ଆମର ବିଶ୍ୱାସ’, ଆଇଆଇଟି ଭୁବନେଶ୍ୱରର ଉନ୍ନତ ଭାରତ ଅଭିଯାନ ଦ୍ୱାରା ନିଆଯାଇଥିବା ପଦକ୍ଷେପରେ ସାମିଲ ହୋଇ ଅତ୍ୟନ୍ତ ସନ୍ତୁଷ୍ଟ। ଏହି ପଦକ୍ଷେପ ଏହାର ସମ୍ପ୍ରଦାୟର କଲ୍ୟାଣ ଦିଗରେ ଉତ୍ତରଦାୟିତ୍ୱ ପରିପ୍ରକାଶ ଦିଗରେ ଏକ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଉଦ୍ୟମର ଏକ ଉତ୍ତମ ଓ ଅନୁକରଣୀୟ ଉଦାହରଣ ଅଟେ। ” ଏହା ଉଲ୍ଲେଖ କରାଯାଇପାରେ ଯେ ଭାରତର ଓଡିଶା ରାଜ୍ୟର ସହରାଞ୍ଚଳ ତଥା ଗ୍ରାମରେ ନାନୋ ଫାଇନାନ୍ସ ଧାରଣାକୁ କାର୍ଯ୍ୟକାରୀ କରିବା ପାଇଁ ଆମର ବିଶ୍ୱାସ ଅନୁଷ୍ଠାନ ୨୦୦୭ ମସିହାରୁ କାର‌୍ୟ୍ୟ କରୁଛି।

ପ୍ରୟୋଗାତ୍ମକ କୌଶଳ ପ୍ରଦାନ ବ୍ୟତୀତ, ଏହି ପଦକ୍ଷେପ ଗାଁର ମହିଳା ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସମ୍ପ୍ରଦାୟର ଭାବନା ଏବଂ ଆତ୍ମନିର୍ଭରଶୀଳତା ସୃଷ୍ଟି କରିବା ପାଇଁ ପ୍ରୟାସ କରିବ। ପ୍ରଶିକ୍ଷଣ କାର‌୍ୟ୍ୟକ୍ରମର ଜନୈକ ଅଂଶଗ୍ରହଣକାରୀ ସୁଶ୍ରୀ କବିତା ନାୟକ ଉଲ୍ଲେଖ କରିଛନ୍ତି, “ଆମ ପାଇଁ ଏହି ପଦକ୍ଷେପ ଅର୍ଥନୈତିକ ସ୍ୱାଧୀନତା ଏବଂ ବ୍ୟକ୍ତିଗତ ଅଭିବୃଦ୍ଧି ପାଇଁ ଏକ ସୁଯୋଗ।”

IIT Bhubaneswar iitbbsr
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026
Latest News

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.