ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ତାମିଲନାଡୁ ଏବଂ ପୁଡୁଚେରୀରେ ମୋଟ ୪୦ ଟି ଆସନରେ ଆସନ ବାଣ୍ଟିବା ପ୍ରସଙ୍ଗରେ କଂଗ୍ରେସ ଏବଂ ଡିଏମକେ ମଧ୍ୟରେ ସହମତି ପ୍ରକାଶ ପାଇଛି।
କଂଗ୍ରେସ ଦଳର ଜାତୀୟ ସାଧାରଣ ସମ୍ପାଦକ କେସି ଭେନୁଗୋପାଲ କହିଛନ୍ତି ଯେ, ଡିଏମକେ ମୁଖ୍ୟ ଡିଏମକେ ଷ୍ଟାଲିନଙ୍କ ସହ ବାର୍ତ୍ତାଳାପ ଅତ୍ୟନ୍ତ ସୌହାର୍ଦ୍ଧ୍ୟପୂର୍ଣ୍ଣ ଥିଲା। ତାମିଲନାଡୁ ଏବଂ ପୁଡୁଚେରୀରେ ସିଟ୍ ବଣ୍ଟନ ସମ୍ପର୍କରେ ତାଙ୍କ ସହ ସହମତି ହୋଇଛି।
କଂଗ୍ରେସ ଦଳ ରାଜ୍ୟର ୩୯ ଟି ଆସନ ମଧ୍ୟରୁ ୯ ଟିରେ ପ୍ରାର୍ଥୀ ଦେବ। ଏଥି ସହିତ ପୁଡୁଚେରୀର ଗୋଟିଏ ଆସନରେ କଂଗ୍ରେସ ମଧ୍ୟ ନିର୍ବାଚନ ଲଢିବ। ତାମିଲନାଡୁର ଅବଶିଷ୍ଟ ସମସ୍ତ ଆସନରେ ଡିଏମକେ ଏବଂ ସହଯୋଗୀ ଦଳର ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରିବ। ଚେନ୍ନାଇର ଡିଏମକେ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବବୈଠକରେ ଡିଏମକେ ମୁଖ୍ୟ ତଥା ତାମିଲନାଡୁର ସିଏମ ଏମ ଷ୍ଟାଲିନ ଏବଂ କଂଗ୍ରେସ ସାଂସଦ କେ ଭେନୁଗୋପାଲ ବ୍ୟତୀତ ମୁକୁଲ ୱାସନିକ, ପୂର୍ବତନ କଂଗ୍ରେସ ସାଂସଦ ଅଜୟ କୁମାର ଇତ୍ୟାଦି ପ୍ରମୁଖ ଉପସ୍ଥିତ ଥିଲେ।
ତାମିଲନାଡୁ ଏବଂ ପଣ୍ଡିଚେରୀରେ ସିଟ୍ ବାଣ୍ଟିବା ନେଇ ଡିଏମକେ ଏବଂ କଂଗ୍ରେସ ମଧ୍ୟରେ ହୋଇଥିବା ଚୁକ୍ତିରେ କଂଗ୍ରେସ ପ୍ରାର୍ଥୀମାନେ ମୋଟ ୧୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ଚୁକ୍ତିନାମା ଅନୁଯାୟୀ, ଡିଏମକେ ୨୧ ଟି ଆସନରେ ପ୍ରାର୍ଥୀ ଦେବ।
ଏହି ଦଳଗୁଡିକ ମିଳିତ ସୂତ୍ରରେ ଏତେ ସଂଖ୍ୟକ ଆସନ ପାଇଲେ
ଏହି ଦୁଇଟି ରାଜ୍ୟରେ, ସିଟ୍ ବଣ୍ଟନ ସୂତ୍ର ଅନୁଯାୟୀ, ସିପିଆଇ ୨ ଟି ସିଟ୍, ସିପିଏମ୍ ୨, ଭିସିକେ ୨, MDMK ୧, IUML ୧, KNMK ୧ (DMK ଚିହ୍ନରେ) ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥି ସହିତ, ୨୦୨୫ ପାଇଁ କମଲ MNM କୁ ଗୋଟିଏ ରାଜ୍ୟସଭା ଆସନ ଦେବାକୁ ମଧ୍ୟ ସହମତି ପ୍ରକାଶ ପାଇଛି।