Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫-‘ଟି’ ଉପକ୍ରମରେ କୃଷି ବିଭାଗର ତାଲିମ ପ୍ରତିଷ୍ଠାନଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ପ୍ରଚଳନ
ଆଜିର ଖବର

୫-‘ଟି’ ଉପକ୍ରମରେ କୃଷି ବିଭାଗର ତାଲିମ ପ୍ରତିଷ୍ଠାନଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ପ୍ରଚଳନ

March 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
୫-‘ଟି’ ଉପକ୍ରମରେ କୃଷି ବିଭାଗର ତାଲିମ ପ୍ରତିଷ୍ଠାନଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ପ୍ରଚଳନ

ଭୁବନେଶ୍ବର: ୫-‘ଟି’ ଉପକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଥିବା ସମସ୍ତ ତାଲିମ ପ୍ରତିଷ୍ଠାନରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହା ରାଜ୍ୟର ଚାଷୀ ଏବଂ ବିଭାଗର ସଂପ୍ରସାରଣ କର୍ମଚାରୀଙ୍କ ତାଲିମ ପ୍ରଦାନ କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଓ ପରିବର୍ତ୍ତନ ଆଣିବ।

ରାଜ୍ୟର ଚାଷୀଭାଇ ଓ ଭଉଣୀମାନେ ଉନ୍ନତ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଦୃଷ୍ଟିରୁ ସଶକ୍ତ ହୋଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ୧୧ଟି ତାଲିମ ପ୍ରତିଷ୍ଠାନର ନବନିର୍ମିତ ସ୍ମାର୍ଟ କ୍ଲାସ୍‌ରୁମ୍‌ଗୁଡ଼ିକର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ୫-‘ଟି’ ଉପକ୍ରମରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ପ୍ରଚଳନ ଫଳରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କାର୍ଯ୍ୟକ୍ରମରେ ଯୋଡ଼ି ହୋଇଯାଇଛି ଆଉ ଏକ ନୂତନ ଫର୍ଦ୍ଦ, ଯାହା ପାରମ୍ପରିକ ତାଲିମ ପ୍ରଦାନ ପଦ୍ଧତିରେ ରୂପାନ୍ତରଣ ଆଣି ପ୍ରଶିକ୍ଷଣକୁ ଅଧିକ ଯୁଗୋପଯୋଗୀ କରିପାରିଛି।

କୃଷି କ୍ଷେତ୍ରରେ ଗବେଷଣାଲବ୍ଧ ଜ୍ଞାନକୌଶଳ ଓ ନୂତନ ପ୍ରଯୁକ୍ତିବିଦ୍ୟାକୁ ରାଜ୍ୟର ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ବିଭାଗ ପକ୍ଷରୁ ନିରନ୍ତର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁରହିଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ ସରକାର ଉନ୍ନତ ମାନର ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ବିଭାଗ ଦ୍ୱାରା କୃଷି କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର, ଉନ୍ନତ ମାନର ବିହନ ଓ କୀଟନାଶକ ବ୍ୟବହାର ଓ ଜଳସେଚନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଫଳରେ ବିଗତ ଦୁଇଦଶନ୍ଧିରେ କୃଷି ଉତ୍ପାଦନ ଓ ଉତ୍ପାଦିକତାରେ ଉଲ୍ଲେଖନୀୟ ସଫଳତା ମିଳିଛି ଓ ରାଜ୍ୟ ଖାଦ୍ୟଶସ୍ୟରେ ଏକ ନିଅଣ୍ଟିଆ ରାଜ୍ୟରୁ ବଳକା ରାଜ୍ୟରେ ପରିଣତ ହୋଇପାରିଛି।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ ପ୍ରଶିକ୍ଷଣ ପଦ୍ଧତିରେ ସ୍ମାର୍ଟ କ୍ଲାସ୍‌ରୁମ୍‌ର ପ୍ରଚଳନ ଫଳରେ ଚାଷୀ ଓ ବିଭାଗୀୟ କର୍ମଚାରୀମାନେ ପ୍ରଯୁକ୍ତିବିଦ୍ୟାର ସଠିକ୍‌ ଉପଯୋଗ ନିମନ୍ତେ ଦକ୍ଷ ହୋଇପାରିବେ ଓ ସମୟ ସହିତ ତାଳଦେଇ ଚାଲିପାରିବେ। ଏହି କାର୍ଯ୍ୟକ୍ରମ ଚାଷୀମାନଙ୍କ ପାଇଁ ଶିକ୍ଷଣୀୟ ଓ ଲାଭଦାୟକ ସାବ୍ୟସ୍ତ ହେବା ସହିତ ଓଡ଼ିଶାର କୃଷି କ୍ଷେତ୍ରରେ ରୂପାନ୍ତରଣ ଆଣିବାରେ ସକ୍ଷମ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ପ୍ରାରମ୍ଭରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଓ ପ୍ରୟୋଗ କ୍ଷେତ୍ରରେ ବିଭାଗ ରାଜ୍ୟର ଏକ ଆଗୁଆ ବିଭାଗ ରୂପେ ବିବେଚିତ ହୋଇଆସୁଛି। ନିକଟ ଅତୀତରେ ମେଲିଣ୍ଡା ଗେଟସ୍‌ ଫାଉଣ୍ଡେସନ୍‌ କୋ-ଚେୟାର ବିଲ୍‌ ଗେଟସ୍‌ଙ୍କ କୃଷି ଭବନ ପରିଦର୍ଶନ ଓ କୃଷି ସମୀକ୍ଷା କେନ୍ଦ୍ରର ଅନୁଧ୍ୟାନ ରାଜ୍ୟର କୃଷି କ୍ଷେତ୍ରରେ ହୋଇଥିବା ନୂତନ ଜ୍ଞାନକୌଶଳର ପ୍ରୟୋଗ ସଂପର୍କରେ ଓଡ଼ିଶାକୁ ବିଶ୍ୱଦରବାରରେ ପରିଚିତ କରାଇପାରିଛି।

ସ୍ମାର୍ଟ କ୍ଲାସ୍‌ରୁମ୍‌ ପ୍ରଚଳନ ତାଲିମ ଅନୁଷ୍ଠାନଗୁଡ଼ିକରେ ଶୈକ୍ଷିକ ବାତାବରଣକୁ ସ୍ମାର୍ଟ କରିବା ସହିତ ଚାଷୀଭାଇମାନଙ୍କର ବହୁଳ ଉପଯୋଗୀ ହୋଇପାରିବ ବୋଲି ଡ. ପାଢ଼ୀ କହିଥିଲେ।
ସୂଚନାଯୋଗ୍ୟ ଯେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଭୁବନେଶ୍ୱରରେ ଇମେଜ୍‌ ସମେତ ୫ଟି ତାଲିମ ପ୍ରତିଷ୍ଠାନ ସାଙ୍ଗକୁ ଢେଙ୍କାନାଳର ମହିଷାପାଟ, ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ ବଲାଙ୍ଗିରର ୩ଟି ରିଜିଓନାଲ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଫର ଟ୍ରେନିଂ ଆଣ୍ଡ ଏକ୍ସଟେନ୍‌ସନ୍‌ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଅନ୍ତର୍ଗତ ଖୋର୍ଦ୍ଧା, ସମ୍ବଲପୁର ଓ କଳିଙ୍ଗା, ଜି. ଉଦୟଗିରିର ତାଲିମ କେନ୍ଦ୍ରରେ ସ୍ମାର୍ଟ କ୍ଲାସ୍‌ରୁମ୍‌ର ପ୍ରଚଳନ କରାଯାଇଛି।

କାର୍ଯ୍ୟକ୍ରମ ଶେଷରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଆଭାସି ମାଧ୍ୟମରେ ସମସ୍ତ ତାଲିମ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

ଅରବିନ୍ଦ ପାଢୀ କୃଷି ବିଭାଗ ରଣେନ୍ଦ୍ର ପ୍ରତାପ ସ୍ବାଇଁ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026

ଓଡ଼ିଶାରେ ସଚିବ ସ୍ତରରେ ବଡ଼ ଅଦଳବଦଳ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅତିରିକ୍ତ ଦାୟିତ୍ଵ

February 5, 2026

ପୂର୍ବତଟ ରେଳପଥ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷର

February 5, 2026
Latest News

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୃଷି କ୍ଷେତ୍ରକୁ ନେଇ କୌଣସି ସାଲିସ୍‌ ହୋଇନାହିଁ: କେନ୍ଦ୍ର ମନ୍ତ୍ରୀ

February 5, 2026

Odisha Budget 2026: ବଜେଟ ପ୍ରସ୍ତୁତି ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେଲେ ମୁଖ୍ୟମନ୍ତ୍ରୀ

February 5, 2026

ସାରା ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ, ବସିଲା ପ୍ରସ୍ତୁତି ବୈଠକ, ଜାଣନ୍ତୁ ଏଥିରେ କଣ ହେବ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.