Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀରେ ଖୋଲିଲା ଓୟୋର ପ୍ରଥମ “ହୋମ୍ ଷ୍ଟେ”, ଦକ୍ଷ ମାନବ ସମ୍ବଳ ଯୋଗାଇଦେବ ଓଏସଡିଏ
ଆଜିର ଖବର

ପୁରୀରେ ଖୋଲିଲା ଓୟୋର ପ୍ରଥମ “ହୋମ୍ ଷ୍ଟେ”, ଦକ୍ଷ ମାନବ ସମ୍ବଳ ଯୋଗାଇଦେବ ଓଏସଡିଏ

March 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର/ପୁରୀ: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ସହଯୋଗିତାରେ ଓୟୋ ରୁମ୍ସ (ଓୱାଇଓ) ପକ୍ଷରୁ ରାଜ୍ୟରେ ପ୍ରଥମ “ହୋମ୍ ଷ୍ଟେ” ହୋଟେଲ ସେବା ଆରମ୍ଭ ହୋଇଛି। ଐତିହ୍ୟ ସହର ପୁରୀରେ ଏହି ସେବାକୁ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି।

ପୁରୀ ସହରର ସାରଦା ଦେବୀ ରୋଡରେ ଓୟୋ ସୁଶିଳା ନିବାସରେ “ହୋମ୍ ଷ୍ଟେ” ସେବା ଖୋଲିଛି। ପୁରୀକୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ସୁବିଧାରେ ରହିପାରିବେ। ଆଗାମୀ ଦିନରେ ଓୟୋ ପକ୍ଷରୁ ପୁରୀ, କୋଣାର୍କ ଭଳି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ୫୦ଟି ହୋମ୍ ଷ୍ଟେ ସେବା ଖୋଲିବାକୁ ଯାଉଛି।

ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଏସଡିଏ ଏବଂ ଓୟୋ ଭିତରେ ଏକ ବୁଝାମଣା ସ୍ୱାକ୍ଷର ହୋଇଥିଲା। ଏହି ବୁଝାମଣା ଅନୁଯାୟୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ବିଭିନ୍ନ “ହୋମ୍ ଷ୍ଟେ” ପାଇଁ ଦକ୍ଷ ମାନବ ସମ୍ବଳ ଯୋଗାଇ ଦେବ।

“ପୁରୀ ହେଉଛି ଶ୍ରୀ ଜଗନ୍ନାଥଙ୍କ ଧାମ। ଏଠାରେ ପ୍ରତିଦିନ ବହୁ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଓଏସଡିଏ ସହଯୋଗକ୍ରମେ ଓୟୋ ପକ୍ଷରୁ ଆରମ୍ଭ ହୋଇଥିବା ଏହି ହୋମ୍ ଷ୍ଟେ ସେବା ପର୍ଯ୍ୟଟକମାନଙ୍କ ପାଇଁ ବିଶେଷ ସୁବିଧାଜନକ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡ଼ିଶାର ଯୁବପିିଙ୍କ ଦକ୍ଷତା ବିକାଶ ଲାଗି ଯେଉଁ କାର୍ଯ୍ୟକ୍ରମ କରାଯାଉଛି ସେଥିରେ ତାଲିମପ୍ରାପ୍ତ ଯୁବକ ଯୁବତୀମାନେ ଏହି “ହୋମ୍ ଷ୍ଟେ”ରେ ନିଯୁକ୍ତି ପାଇପାରିବେ। ଏହା ସ୍ଥାନୀୟ ଲୋକଙ୍କ ପାଇଁ ମଧ୍ୟ ଜୀବିକାର ମାଧ୍ୟମ ହେବ”, ଏହି ଅବସରରେ କହିଛନ୍ତି କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା।

“ଶ୍ରୀକ୍ଷେତ୍ର ପୁରୀରେ ଶୁଭାରମ୍ଭ ହୋଇଥିବା ଓୟୋର ଏହି ହୋମ୍ ଷ୍ଟେ ସେବା ବେଶ୍ ସଫଳ ହେବ ବୋଲି ମୁଁ ଆଶା କରୁଛି। ଏହା ସମସ୍ତଙ୍କ ପାଇଁ ଲାଭଜନକ ହେବା ସହ ଓଡ଼ିଶାରେ ତାଲିମପ୍ରାପ୍ତ ଯୁବକ ଯୁବତୀଙ୍କ ଲାଗି ନିଯୁକ୍ତିର ବିଶେଷ ସମ୍ଭାବନା ହୋଇପାରିବ। ପ୍ରଥମ ହୋମ୍ ଷ୍ଟେ ଲାଗି ଆଗେଇ ଆସିଥିବା ସୁଶିଳା ନିବାସର ମାଲିକ ଓ ତାଙ୍କ ପରିବାରକୁ ମୁଁ ଅଭିନନ୍ଦନ ଜଣାଉଛି”, କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ଅଳକା ମିଶ୍ର।

ପର୍ଯ୍ୟଟକମାନେ ଗୋଟିଏ ନୂତନ ସ୍ଥାନକୁ ଗଲେ ସାଧାରଣତଃ ହୋଟେଲରେ ରୁମ୍ ନେଇ  ରହିଥାନ୍ତି। କିନ୍ତୁ ହୋମ୍ ଷ୍ଟେ ହେଉଛି ଏକ ଆଧୁନିକ ହୋଟେଲ ସେବା, ଯେଉଁଠି ଜଣେ ଗ୍ରାହକ କିଛିଦିନ ପାଇଁ ଗୋଟିଏ ସମ୍ପୂର୍ଣ୍ଣ ଘରକୁ ଭଡ଼ାରେ ନେଇ ରହିପାରିବେ। ସେଠାରେ ନିଜ ଘର ଭଳି ଆସବାବ, ରୋଷେଇ ଉପକରଣ ଏବଂ ସମସ୍ତ ପ୍ରକାର ବ୍ୟବହାର୍ଯ୍ୟ ଜିନିଷ ପ୍ରସ୍ତୁତ ହୋଇ ରହିଥାଏ। ଆଜିର ଦିନରେ ଅନେକ ପର୍ଯ୍ୟଟକ ପରିବାରଙ୍କ ସହ ହୋଟେଲରେ ନରହି ଏଭଳି ହୋମ୍ ଷ୍ଟେ ସେବାକୁ ପସନ୍ଦ କରୁଛନ୍ତି। ତେଣୁ ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଓୟୋ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୫୦ଟି ହୋମ୍ ଷ୍ଟେ ଆରମ୍ଭ କରିବାକୁ ଯୋଜନା ରହିଛି ବୋଲି କମ୍ପାନିର ଷ୍ଟ୍ରାଟେଜିକ୍ ଆଲିଆନ୍ସ ମୁଖ୍ୟ ନିତିନ ଠାକୁର ପୁରୀଠାରେ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ଓୟୋର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ସୁଶିଳା ନିବାସର ମାଲିକ ଓ ପରିବାରବର୍ଗ ଉପସ୍ଥିତ ଥିଲେ।

ଦକ୍ଷ ମାନବ ସମ୍ବଳ ପୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

୯ ପୋଲିସକୁ ଫାଶୀ

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Latest News

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

କଣ୍ଢଲ ଆଶ୍ରମ ବିଦ୍ୟାଳୟରେ ସ୍ବତନ୍ତ୍ର ମାର୍ଗଦର୍ଶନ ଓ ପରାମର୍ଶ ଶିବିର

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.