Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସକୁ ଲାଗିଲା ଝଟକା!, ଟିକସ ମାମଲାରେ ଆଶ୍ଵସ୍ତି ଦେବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ
ଆଜିର ଖବର

କଂଗ୍ରେସକୁ ଲାଗିଲା ଝଟକା!, ଟିକସ ମାମଲାରେ ଆଶ୍ଵସ୍ତି ଦେବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

March 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟ ୧୦୫ କୋଟି ଟଙ୍କାର ବକେୟା ଟିକସ ପୁନରୁଦ୍ଧାର ପାଇଁ ଆୟକର ନୋଟିସ ଉପରେ ରୋକ ଲଗାଇବାକୁ ଦଳର ଆବେଦନକୁ ଖାରଜ କରି କଂଗ୍ରେସକୁ ଝଟକା ଦେଇଛନ୍ତି। ମାର୍ଚ୍ଚ ୨୦୨୪ ରେ କଂଗ୍ରେସ ଦଳ ଏହି ମାମଲାରେ କୋର୍ଟଙ୍କ ନିକଟରେ ପହଞ୍ଚିଥିଲା।

ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ନେତୃତ୍ୱରେ ଖଣ୍ଡପୀଠ କହିଛନ୍ତି ଯେ, ଦିଆଯାଇଥିବା ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ମାର୍ଚ୍ଚ ୮ ତାରିଖରେ ଏହି ଆବଦେନକୁ ଖାରଜ କରିବା ପରେ କଂଗ୍ରେସ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା, ଯେଉଁଥିରେ ପାର୍ଟି ବିରୋଧରେ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆୟକର ବିଭାଗର ଫେବୃଆରୀ ୧୩ ନୋଟିସ ଉପରେ ରୋକ ଲଗାଇବାକୁ ଦାବି କରାଯାଇଥିଲା।

ଦିଲ୍ଲୀ ହାଇକୋର୍ଟଙ୍କ ତରଫରୁ କଂଗ୍ରେସ ପାର୍ଟିକୁ ପୁଣିଥରେ ITAT ରେ ଉପସ୍ଥାପନ କରିବାକୁ କୁହାଯାଇଛି। ଫେବୃଆରୀ ମାସରେ, ଆୟକର ବିଭାଗ କଂଗ୍ରେସ ଦଳର ଚାରୋଟି ମୁଖ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ୨୦୧୮-୧୯ ପାଇଁ ୨୧୦ କୋଟି ଟଙ୍କା ଆୟକର ଦାବି କରିଛି। ଏହା ପରେ ଦଳ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାକୁ ଦାବି କରି ଟ୍ରିବ୍ୟୁନାଲ ନିକଟକୁ ଯାଇ କହିଥିଲା ଯେ, ଯଦି ସେମାନଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଏ ତେବେ ଦଳ ବିଲ୍ ଏବଂ ଦରମା ପ୍ରଦାନ କରିପାରିବ ନାହିଁ।

ଫେବୃଆରୀ ୨୧ ତାରିଖରେ କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ୍ ଅଭିଯୋଗ କରିଛନ୍ତି ଯେ, ଏହି ମାମଲାର ଶୁଣାଣି ଏବଂ ନିଷ୍ପତ୍ତି ବିଚାରାଧୀନ ଥିବାବେଳେ ଆୟକର ବିଭାଗ ବ୍ୟାଙ୍କଗୁଡ଼ିକୁ କଂଗ୍ରେସ, ଭାରତୀୟ ଯୁବ କଂଗ୍ରେସ ଏବଂ ଏନଏସୟୁଇ ଆକାଉଣ୍ଟରୁ ୬୫ କୋଟି ଟଙ୍କା ସରକାରଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି।

Breaking News Congress delhi High Court Income Tax
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.