Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସକୁ ଲାଗିଲା ଝଟକା!, ଟିକସ ମାମଲାରେ ଆଶ୍ଵସ୍ତି ଦେବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟ ୧୦୫ କୋଟି ଟଙ୍କାର ବକେୟା ଟିକସ ପୁନରୁଦ୍ଧାର ପାଇଁ ଆୟକର ନୋଟିସ ଉପରେ ରୋକ ଲଗାଇବାକୁ ଦଳର ଆବେଦନକୁ ଖାରଜ କରି କଂଗ୍ରେସକୁ ଝଟକା ଦେଇଛନ୍ତି। ମାର୍ଚ୍ଚ ୨୦୨୪ ରେ କଂଗ୍ରେସ ଦଳ ଏହି ମାମଲାରେ କୋର୍ଟଙ୍କ ନିକଟରେ ପହଞ୍ଚିଥିଲା।

ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ନେତୃତ୍ୱରେ ଖଣ୍ଡପୀଠ କହିଛନ୍ତି ଯେ, ଦିଆଯାଇଥିବା ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ମାର୍ଚ୍ଚ ୮ ତାରିଖରେ ଏହି ଆବଦେନକୁ ଖାରଜ କରିବା ପରେ କଂଗ୍ରେସ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା, ଯେଉଁଥିରେ ପାର୍ଟି ବିରୋଧରେ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆୟକର ବିଭାଗର ଫେବୃଆରୀ ୧୩ ନୋଟିସ ଉପରେ ରୋକ ଲଗାଇବାକୁ ଦାବି କରାଯାଇଥିଲା।

ଦିଲ୍ଲୀ ହାଇକୋର୍ଟଙ୍କ ତରଫରୁ କଂଗ୍ରେସ ପାର୍ଟିକୁ ପୁଣିଥରେ ITAT ରେ ଉପସ୍ଥାପନ କରିବାକୁ କୁହାଯାଇଛି। ଫେବୃଆରୀ ମାସରେ, ଆୟକର ବିଭାଗ କଂଗ୍ରେସ ଦଳର ଚାରୋଟି ମୁଖ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ୨୦୧୮-୧୯ ପାଇଁ ୨୧୦ କୋଟି ଟଙ୍କା ଆୟକର ଦାବି କରିଛି। ଏହା ପରେ ଦଳ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାକୁ ଦାବି କରି ଟ୍ରିବ୍ୟୁନାଲ ନିକଟକୁ ଯାଇ କହିଥିଲା ଯେ, ଯଦି ସେମାନଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଏ ତେବେ ଦଳ ବିଲ୍ ଏବଂ ଦରମା ପ୍ରଦାନ କରିପାରିବ ନାହିଁ।

ଫେବୃଆରୀ ୨୧ ତାରିଖରେ କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ୍ ଅଭିଯୋଗ କରିଛନ୍ତି ଯେ, ଏହି ମାମଲାର ଶୁଣାଣି ଏବଂ ନିଷ୍ପତ୍ତି ବିଚାରାଧୀନ ଥିବାବେଳେ ଆୟକର ବିଭାଗ ବ୍ୟାଙ୍କଗୁଡ଼ିକୁ କଂଗ୍ରେସ, ଭାରତୀୟ ଯୁବ କଂଗ୍ରେସ ଏବଂ ଏନଏସୟୁଇ ଆକାଉଣ୍ଟରୁ ୬୫ କୋଟି ଟଙ୍କା ସରକାରଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଣିକି ଡାକ୍ତରମାନେ ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ ଲେଖିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର, ଡାକ୍ତରମାନେ ଏଣିକି ରୋଗୀଙ୍କୁ ସ୍ପଷ୍ଟଭାବେ ପ୍ରେସକ୍ରିପସନ ଲେଖିବେ। ଏନେଇ ଓଡିଶା ହାଇକୋର୍ଟ ଏକ ନିର୍ଦ୍ଦେଶ ଜାରୀ କରିଛନ୍ତି। ପୂର୍ବରୁ ଡାକ୍ତରମାନେ ସ୍ପଷ୍ଟ ଭାବେ ଲେଖିବା ପାଇଁ ମେଡିକାଲ କାଉନସଲ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ତାହାକୁ କେହି ପାଳନ କରୁ ନାହାଁନ୍ତି। ମୁଖ୍ୟତଃ ଯେଉଁ ଡାକ୍ତରଙ୍କର ଭଲ ଅକ୍ଷର ହୁଏ ନାହିଁ ସେମାନେ କ୍ୟାପିଟଲ ଲେଟରରେ ଔଷଧର ନାମ ଲେଖିବା ପାଇଁ ନିର୍ଦ୍ଦେଶ ରହିଛି।

ମୁଖ୍ୟ ଶାସନ ସଚିବ ଏହା ଉପରେ ଅନୁଧ୍ୟାନ କରି ନିୟମକୁ କଡାକଡି ଭାବେ ଲାଗୁ କରନ୍ତୁ ବୋଲି କୋର୍ଟ କହିଛନ୍ତି। ଏକ ଅନ୍ତରିଣ ଜାମିନୀ ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି ଜଷ୍ଟିସ ସଂଜୀବ କୁମାର ପାଣଗ୍ରାହୀ।