୨୦୨୪ ଲୋକସଭା ନିର୍ବାଚନ: ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ଓଡିଶାରେ କାହାକୁ ମିଳିଲା ଟିକେଟ?

Published: Mar 13, 2024, 7:30 pm IST

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦିଲ୍ଲୀର ଅବଶିଷ୍ଟ ଦୁଇଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବ ଦିଲ୍ଲୀରୁ ହର୍ଷ ମଲହୋତ୍ରା ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀର ଯୋଗେନ୍ଦ୍ର ଚନ୍ଦୋଲିଆଙ୍କୁ ଟିକେଟ ଦିଆଯାଇଛି। କିନ୍ତୁ ବିଜେପି ର ଦ୍ଵିତୀୟ ପ୍ରାର୍ଥୀ ତାଲିକାରେ ମଧ୍ୟ ଓଡିଶାର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ହିମାଚଳର ହମିରପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଯେଉଁଠାରେ ଧାରୱାଡରୁ ପ୍ରହ୍ଲାଦ ଯୋଶୀ, ନାଗପୁରର ନିତିନ ଗଡକରୀ, କରନାଲରୁ ମନୋହର ଲାଲ ଖଟ୍ଟର ପ୍ରାର୍ଥୀ ହୋଇଛନ୍ତି।

ଏହି ତାଲିକାରେ ୩୪ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିବାବେଳେ ତିନିଜଣ ମନ୍ତ୍ରୀଙ୍କ ଟିକେଟ୍ ବାତିଲ କରାଯାଇଛି। ଦଳର ପ୍ରଥମ ତାଲିକାରେ ୨୮ ମହିଳା ଏବଂ ୪୭ ଯୁବକ ଅନ୍ତର୍ଭୁକ୍ତ ହୋଇଥିବାବେଳେ ୨୭ ଜଣ ପ୍ରାର୍ଥୀ ଅନୁସୂଚିତ ଜାତିର, ୧୮ ଜଣ ଅନୁସୂଚିତ ଜନଜାତିର ଏବଂ ୫୭ ଜଣ ଅନ୍ୟ ପଛୁଆ ବର୍ଗର।

ଏହି ତାଲିକାରେ ଉତ୍ତରପ୍ରଦେଶରେ ୫୧ ଟି, ପଶ୍ଚିମବଙ୍ଗରେ ୨୦ ଟି, ମଧ୍ୟପ୍ରଦେଶରେ ୨୪ ଟି, ଗୁଜୁରାଟ ଏବଂ ରାଜସ୍ଥାନରେ ୧୫-୧୫ ଟି ସିଟ୍, କେରଳ ଏବଂ ତେଲେଙ୍ଗାନାରେ ୧୨-୧୨ ଟି ସିଟ୍, ଝାଡଖଣ୍ଡ, ଛତିଶଗଡ ଏବଂ ଆସାମରେ ୧୧ ଟି ସିଟ୍ ଏବଂ ପାଞ୍ଚଟି ସିଟ୍ ରହିଛି। ଏହି ଆସନ ସମେତ ଅନ୍ୟ କେତେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାର୍ଥୀ ଘୋଷଣା କରାଯାଇଥିଲା।

Related posts