Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାକୁ ‘ସ୍କିଲ୍‌ କ୍ୟାପିଟାଲ’ରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ୍ୟ: କାର୍ତ୍ତିକ ପାଣ୍ଡିଆନ୍‌
ଆଜିର ଖବର

ଓଡ଼ିଶାକୁ ‘ସ୍କିଲ୍‌ କ୍ୟାପିଟାଲ’ରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ୍ୟ: କାର୍ତ୍ତିକ ପାଣ୍ଡିଆନ୍‌

March 16, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ଥିବା ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରତିବର୍ଷ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି କ୍ରମରେ ୨୦୨୩-୨୪ ବର୍ଷ ପାଇଁ ପୂର୍ବରୁ ଆୟୋଜିତ ବିଭିନ୍ନ ଦକ୍ଷତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଆଜି ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଦକ ଓ ସାର୍ଟିଫିକେଟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି।

ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଶୁକ୍ରବାର ଅପରାହ୍ଣରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ‘୫-ଟି ଓ ନବୀନ ଓଡ଼ିଶା’ ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ୍‌ ଯୋଗଦେଇ ‘ଓଡ଼ିଶା ସ୍କିଲ୍ସ’ର ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସେ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କ ସହିତ କଥା ହେବା ସହ ବିଭିନ୍ନ ଦକ୍ଷତା କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ।

‘‘ସ୍କିଲ୍ଡ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମକୁ ବିଶ୍ୱସ୍ତରୀୟ କରିବା ସହିତ ଆଗାମୀ ଦିନରେ ଓଡ଼ିଶାକୁ ‘ସ୍କିଲ୍‌ କ୍ୟାପିଟାଲ’ରେ ପରିଣତ କରିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ୍ୟ। ଏହାକୁ ପୂରଣ କରିବା ଦିଗରେ ରାଜ୍ୟର ଦକ୍ଷତା ବିକାଶ ଛାତ୍ରଛାତ୍ରୀମାନେ ‘ଆମ୍ବାସଡର’ ଭୂମିକା ଗ୍ରହଣ କରିବେ। ସେମାନେ ଦେଶ ବିଦେଶରେ କାମ କରି ଓଡ଼ିଶା ପାଇଁ ସୁନାମ ଆଣିବେ’’, କହିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ୍।

ଏହି ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରର କେତେକ ଛାତ୍ରଛାତ୍ରୀ ସେମାନଙ୍କ ଦକ୍ଷତା ବିକାଶ ଯାତ୍ରାର ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ। ବିଶେଷକରି ଓଡ଼ିଶା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର କିଭଳି ସେମାନଙ୍କ ସ୍ୱପ୍ନ ଓ ଜୀବନକୁ ଏକ ନୂଆ ରୂପ ଦେଇଛି ସେ ବିଷୟରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଏସଡିଏ ଅଧ୍ୟକ୍ଷା ଅଳକା ମିଶ୍ର, ବିଭାଗୀୟ ସଚିବ ଊଷା ପାଢ଼ୀ, କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବ ଆର୍‌ ଭିନିଲକ୍ରିଷ୍ଣା, ଓଏସଡିଏ ସିଇଓ ରେଘୁ ଜି ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଏହା ପରେ ପରେ ସନ୍ଧ୍ୟାରେ ଆୟୋଜିତ ଏକ ବିସ୍ତୃତ କାର୍ଯ୍ୟକ୍ରମରେ ଓଏସଡିଏ ଅଧ୍ୟକ୍ଷା ଶ୍ରୀମତୀ ଅଳକା ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ‘ଓଡ଼ିଶା ସ୍କିଲ୍ସ’ର ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସର ଉତ୍ସବମୁଖର ହୋଇ ଉଠିଥିଲା।

‘ଓଡ଼ିଶା ସ୍କିଲ୍ସ’ରେ ୪୫ଟି ଦକ୍ଷତାକୁ ନେଇ ହୋଇଥିବା ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପଦକ ଓ ସାର୍ଟିଫିକେଟ ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ୫୧ ଜଣଙ୍କୁ ସ୍ୱର୍ଣ୍ଣ, ୪୪ ଜଣଙ୍କୁ ରୌପ୍ୟ ଏବଂ ୪୭ ଜଣଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଥିଲା।

‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଆଇଟିଆଇ, ପଲିଟେକନିକ୍‌ ଏବଂ ବିଭିନ୍ନ ଦକ୍ଷତା ବିକାଶ ତାଲିମ ଅନୁଷ୍ଠାନରୁ ଆସିଥିବା ୮୦୦ରୁ ଅଧିକ ଛାତ୍ରଛାତ୍ରୀ ୬ଟି କ୍ଷେତ୍ରରେ ହୋଇଥିବା ୪୫ଟି ଦକ୍ଷତାରେ ସେମାନଙ୍କ ପ୍ରତିଭା ଦେଖାଇଥିଲେ। ପ୍ରତିଯୋଗୀମାନଙ୍କ ଦକ୍ଷତାକୁ ପରଖିବା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ସ୍ୱତନ୍ତ୍ର ବିଚାରକମାନେ ନିୟୋଜିତ ହୋଇଥିଲେ। ଏହା ସହିତ ‘ଇଣ୍ଡିଆ ସ୍କିଲ୍ସ’ ବିଶେଷଜ୍ଞମାନେ ମଧ୍ୟ ବିଭିନ୍ନ କେନ୍ଦ୍ରରେ ଉପସ୍ଥିତ ରହି ପ୍ରତିଯୋଗିତାର ଗୁଣାତ୍ମକ ଦିଗକୁ ସୁନିଶ୍ଚିତ କରିଥିଲେ।

‘ଓଡ଼ିଶା ସ୍କିଲ୍ସ’ରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀମାନେ ଆସନ୍ତା ଏପ୍ରିଲରେ ଜାତୀୟ ସ୍ତରରେ ହେବାକୁ ଥିବା ‘ଇଣ୍ଡିଆ ସ୍କିଲ୍ସ’ ଏବଂ ସେଠାରୁ ଉତ୍ତୀର୍ଣ୍ଣ ହୋଇ ସେପ୍ଟେମ୍ବର ମାସରେ ଫ୍ରାନ୍ସରେ ହେବାକୁ ଥିବା ‘ୱାର୍ଲ୍ଡ ସ୍କିଲ୍ସ’ରେ ନିଜର ଦକ୍ଷତା ଦେଖାଇବାର ସୁଯୋଗ ପାଇବେ।

ପୁରସ୍କାର ପ୍ରଦାନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀଯୁକ୍ତ ଥାମ୍ବିରାଜ ଟି ଓ ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ତଥା ଦକ୍ଷତା ବିକାଶ କ୍ଷେତ୍ରର ଅଧିକାରୀ ଓ ପ୍ରଶିକ୍ଷକମାନେ ଯୋଗ ଦେଇଥିଲେ। ‘ଓଡ଼ିଶା ସ୍କିଲ୍ସ’ ଚଳିତ ସଂସ୍କରଣ ଉପରେ ପ୍ରସ୍ତୁତ ଏକ ଭିଡିଓ ସେଠାରେ ପ୍ରଦର୍ଶନ କରାଯାଇଥିଲା।

ଓଡିଶା କାର୍ତ୍ତିକ ପାଣ୍ଡିଆନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026

ଖୋଲା ସ୍ଥାନରେ ନମାଜ କରିବାକୁ ମନା!: ବଡ଼ ନିଷ୍ପତ୍ତି ନେଲୀ UAE

March 18, 2026

ମିଶନ ପୋଷଣ ୨.୦: ସ୍ମାର୍ଟଫୋନ୍ ପ୍ରଦାନ ଦ୍ୱାରା ସଶକ୍ତ ହେଉଛନ୍ତି କର୍ମଚାରୀ

March 18, 2026

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 18, 2026
Latest News

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026

ଖୋଲା ସ୍ଥାନରେ ନମାଜ କରିବାକୁ ମନା!: ବଡ଼ ନିଷ୍ପତ୍ତି ନେଲୀ UAE

March 18, 2026

ମିଶନ ପୋଷଣ ୨.୦: ସ୍ମାର୍ଟଫୋନ୍ ପ୍ରଦାନ ଦ୍ୱାରା ସଶକ୍ତ ହେଉଛନ୍ତି କର୍ମଚାରୀ

March 18, 2026

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 18, 2026

୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ‘କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.