
ଖୋର୍ଦ୍ଧା : ଜେଲ ଭିତରୁ ମୋବାଇଲ ମିଳିବା ଘଟଣା ପରେ ଆସାମୀ ଭିତରେ କୁହୁଳୁଛି ଆସନ୍ତି। ଗତକାଲି ଖୋର୍ଦ୍ଧା ଜେଲରେ ଅପରାଧି ଗୋଷ୍ଠୀ ଜଣେ ଅନ୍ତବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ କରିଛନ୍ତି ସଙ୍ଘ ବଦ୍ଧ ଆକ୍ରମଣ। ଏ ନେଇ ଖୋର୍ଦ୍ଧା ଟାଉନ ଥାନାରେ ୭ରୁ ଉର୍ଦ୍ଧ ଅନେବସୀଙ୍କ ନାଁ ରେ ମାମଲା ରୁଜୁ ହୋଇଛି।
ଆକ୍ରମଣର ଶିକାର ହୋଇଛି ଆସାମୀ ପ୍ରକାଶ ନାୟକ, ସେ କୋରେସ୍କ କଫ ରିରଫ ବେପାର ଘଟଣାରେ ଜେଲରେ ଅଛି। ଜେଲରୁ ମୋବାଇଲ ମିଳିବା ଘଟଣାରେ ପୋଲିସ କୁ ସୂଚନା ଦେଉଥିବା ସନ୍ଦେହ କରି ପ୍ରକାସଙ୍କୁ ଆକ୍ରମଣ କରିଥିଲେ ଅନ୍ୟ କଏଦୀ।
ପୂର୍ବରୁ ବ୍ରାଉନସୁଗାର ଓ ହତ୍ୟା ଘଟଣାରେ ଜେଲରେ ଥିବା ଆସାମୀମାନଙ୍କ ଠାରୁ ମିଳିଥିଲା ୧୦ଟି ମୋବାଇଲ। ପୂର୍ବରୁ ଗୋଟେ ମୋବାଇଲ ମିଳିବା ପରେ ତାକୁ ଆଧାର କରି କିପରି ମୋବାଇଲ ଜେଲ ଭିତରକୁ ଆସିଲା ତାହାର ଖୋଳ ତାଡ କରୁ କରୁ ଆହୁରି ୯ଟି ମୋବାଇଲ ପୋଲିସ କୁ ମିଳିଥିଲା। ଏପରିକି ଜେଲ ଭିତରୁ ବ୍ରାଉନସୁଗାର କାରବାରର ଅପରେଟିଂ ହେଉଥିବା ଜଣା ପଡିଥିଲା।
ପୋଲିସ ଏ ଦିଗରେ ଅଧିକ ତଦନ୍ତ ଚାଲିଥିବା ବେଳେ, ଗତକାଲିର ଏହି ଘଟଣା ଜେଲ ଭିତରେ ଯେ ସବୁ ଠିକ ଠାକ ଚାଲି ନାହିଁ ତାହା ଅନୁମାନ କରାଯାଇଛି। ଏନେଇ ଜେଲର ଗତକାଲିର ଘଟଣାକୁ ସ୍ୱୀକାର କରିଥିବା ବେଳେ ୭ ରୁ ଉର୍ଦ୍ଧ ଜଣଙ୍କ ନାମରେ ମାମଲା ହୋଇଥିବା କହିଛନ୍ତି।
ସେହିପରି ଜେଲ ଭିତରେ ଏକାଧିକ ଅପରାଧୀଙ୍କ ପାଇଁ ବାରମ୍ବାର ଅଘଟଣ ଘଟୁଥିବା ଜଣାପଡିଛି। ଏନେଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ଏକାଧିକ ଅପରାଧୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବା ପାଇଁ ଖୋର୍ଦ୍ଧା ଜେଲର କୃଷ୍ଣ ଚନ୍ଦ୍ର ରାଉତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ସୂଚନା ଦେଇଛନ୍ତି। ତେବେ ଖୋର୍ଦ୍ଧା ଜେଲରେ ଥାଇ ଅପରାଧିମାନେ କିପରି ଅପରାଧ ନେଟୱର୍କ ଚଳାଉଛନ୍ତି ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି।