Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରୋଗୀର ଶରୀରରେ ଦିଆଗଲା ଏଚ୍ ଆଇ ଭି ଏଡସ୍ ରୋଗୀର ରକ୍ତ !!
ଆଜିର ଖବର

ରୋଗୀର ଶରୀରରେ ଦିଆଗଲା ଏଚ୍ ଆଇ ଭି ଏଡସ୍ ରୋଗୀର ରକ୍ତ !!

March 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଡାକ୍ତରଖାନାରେ ଜନୈକ ରୋଗୀଙ୍କୁ ଡାକ୍ତର କତ୍ତୃପକ୍ଷ ଏଡସ୍ ରୋଗୀ ଠାରୁ ସଂଗୃହୀତ ରକ୍ତକୁ ରୋଗୀ ଦେହରେ ଦେଇ ଦେଇଥିବା ସଂପୃକ୍ତ ରୋଗୀ ଅଭିଯୋଗ କରିଛନ୍ତି। ଯଦିଓ ଘଟଣାଟି ମାସେ ତଳର ତଥାପି ରୋଗୀର ପିତା ମାତା ଗରୀବ ଶ୍ରେଣୀର ଥିବାରୁ ତଥା ପାଠ ସେତେ ପଢି ନ ଥିବାରୁ ମାସେ ପରେ ଅଭିଯୋଗ କରିଛନ୍ତି।

ରେଢାଖୋଲ ଥାନା ଡଇଁଚା ଗ୍ରାମର ଜନୈକ ୧୯ ବର୍ଷର ଛାତ୍ର (ସିକଲିନ୍ ରୋଗୀ ) ଗତ ତା ୧୫/୩/୨୦୨୪ ରେ ଦେହରେ ରକ୍ତର ଆବଶ୍ୟକତା ଥିବାରୁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଜନୈକ ଡାକ୍ତର ରୋଗୀକୁ ଦେଖିବା ପରେ ରକ୍ତର ଆବଶ୍ୟକତା ରହିଛି ବୋଲି କହିଥିଲେ। ରୋଗୀର ବି -ପଜିଟିଭ୍ ରକ୍ତର ଆବଶ୍ୟକତା ଥିଲା। ରେଢାଖୋଲ ରକ୍ତ ଭଣ୍ଡାରରୁ ସେଇ ରୋଗୀକୁ ବି ପଜିଟିଭ୍ ର ରକ୍ତ ଦିଆଗଲା ମଧ୍ୟ। ହେଲେ ଯେଉଁ ରକ୍ତ ଦିଆ ଯାଇଥିଲା ତାହା ଏଡସ୍ ରୋଗୀର ରକ୍ତ ବୋଲି ମେଡିକାଲ ବିଭାଗ ଜାଣି ପାରି ନ ଥିଲା।

ରୋଗୀ ଗୁରୁତ୍ୱର ହେବାରୁ ୨୨ ମାର୍ଚ୍ଚ ୨୦୨୪ ରେ ବୁର୍ଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ପୁଣି ରକ୍ତ ପରୀକ୍ଷା କରାଯାଇଥିଲା। ଡାକ୍ତର ରୋଗୀର ଦେହରେ ରକ୍ତ ପରୀକ୍ଷାକରି ଜାଣିବାକୁ ପାଇଲେ ଯେ, ଯେଉଁ ରକ୍ତ ରୋଗୀକୁ ଦିଆଯାଇଛି ତାହା ଏଡସ୍ ରୋଗୀର ରକ୍ତ ବୋଲି ରିପୋର୍ଟ ପ୍ରଦାନ କରିଥିଲେ। ଦୀର୍ଘ ଦିନ ପରେ ରୋଗୀର ପିତା ମାତା କ୍ଷତିପୂରଣ ପାଇଁ ଏ ନେଇ ସମ୍ବଲପୁର ଜିଲ୍ଲା ମେଡିକାଲ ଅଫିସର, ଜିଲ୍ଲାପାଳ, ସମ୍ବଲପୁର, ରେଢାଖୋଲ ଉପଖଣ୍ଡ ମେଡିକାଲ୍ ଅଫିସର, ରେଢାଖୋଲ ଥାନାର ଥାନା ଅଧିକାରିଣୀ ଆଦିଙ୍କୁ ଲିଖିତାକାରରେ ଗତ ତା ୧୩/୩/୨୦୨୪ ରେ ଜଣାଇଥିବା ଜଣା ପଡିଛି।

ରେଢାଖୋଲ ଡାକ୍ତରଖାନାରେ ଏଭଳି ଜଣେ ରୋଗୀକୁ ଏଡସ୍ ରୋଗୀର ରକ୍ତକୁ ରୋଗୀ ଦେହରେ ଦିଆଯିବା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ବର୍ତ୍ତମାନ ରୋଗୀଟି ଗୁରୁତର ଥିବା ବେଳେ ତା ପରିବାର ଭାଙ୍ଗିପଡିଛନ୍ତି। ଏଭଳି ଅସାବଧାନତା ତଥା ଦାୟିତ୍ୱ ହୀନ ଡାକ୍ତରଙ୍କ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ନେବା ସହ ରକ୍ତ ଦେଇଥିବା ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକେ ଦାବୀ କରିଛନ୍ତି। ଯେଉଁ ରୋଗୀଠାରୁ ରକ୍ତ ସଂଗ୍ରହ କରାଯାଉଛି ସେମାନଙ୍କ ରକ୍ତକୁ କାହିଁକି ପରୀକ୍ଷା କରି ସଂଗ୍ରହ କରାଯାଉନି ତାହା ବଡ ପ୍ରଶ୍ନବାଚୀ।

ରୋଗୀକୁ ରକ୍ତ ଦେବା ଆଗରୁ ସେଇ ରକ୍ତକୁ କାହିଁକି ପରୀକ୍ଷା କରି ରୋଗୀକୁ ଦିଆଯାଉନି ତାହା ସନ୍ଦେହ ସୃଷ୍ଟି କରୁଛି। ପୂର୍ବରୁ ମଧ୍ୟ ରେଢାଖୋଲ ଥାନା ସେଇ ଗୋଟିଏ ଗ୍ରାମ ଡଇଁଚା ରେ ଜଣେ ବୟସ୍କ ରୋଗୀକୁ ମଧ୍ୟ ଏଡସ୍ ରୋଗୀର ରକ୍ତ ଦିଆଯାଇଥିବା ବେଳେ ପର ମୁହୁର୍ତ୍ତରେ ରୋଗୀକୁ ମଧ୍ୟ ସରକାର କ୍ଷତିପୂରଣ ଦେଇଥିବା ନଜିର୍ ରହିଛି। ବର୍ତ୍ତମାନ ସେଇ ରୋଗୀ ମଧ୍ୟ ଅସୁସ୍ଥ ଥିବା ଜଣା ପଡିଛି।

ରେଢାଖୋଲ ଡାକ୍ତରଖାନାରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ଘଟଣାଟି ରେଢାଖୋଲ ଅଂଚଳରେ ଘଟିଥିବାରୁ ରୋଗୀମାନଙ୍କ ମଧ୍ୟରେ ଛନକା ପଶିଯାଇଛି ଏବଂ ଭୟର ବାତାବରଣ ଦେଖାଦେଇଛି। ରେଢାଖୋଲ ଡାକ୍ତରମାନଙ୍କ ଉପରେ ରୋଗୀମାନଙ୍କର ଆସ୍ଥା ତୁଟିଯାଇଛି।

ଏଚ୍ ଆଇ ଭି ରେଢାଖୋଲ ଡାକ୍ତରଖାନା
Share. Facebook Twitter LinkedIn Email WhatsApp Copy Link

Related Posts

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026

MMDR Act କୁ ବିରୋଧ କରି ରାଜ ରାସ୍ତାରେ ଗର୍ଜ୍ଜନ କଲା ବିଜେଡି, ଯୋଗ ଦେଲେ ନବୀନ

September 28, 2026

ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ

September 28, 2026
Latest News

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026

MMDR Act କୁ ବିରୋଧ କରି ରାଜ ରାସ୍ତାରେ ଗର୍ଜ୍ଜନ କଲା ବିଜେଡି, ଯୋଗ ଦେଲେ ନବୀନ

September 28, 2026

ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ

September 28, 2026

ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.