Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ ଏକକ ନିର୍ବାଚନ ବ୍ୟବସ୍ଥାକୁ ସମର୍ଥନ ଜଣାଇଲେ ନବୀନ
ଆଜିର ଖବର

ଦେଶରେ ଏକକ ନିର୍ବାଚନ ବ୍ୟବସ୍ଥାକୁ ସମର୍ଥନ ଜଣାଇଲେ ନବୀନ

June 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
naveen support one nation, one election
naveen support one nation, one election

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର ସଂସଦ ଭବନରେ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ଏହି ବୈଠକରେ ଏକକ ନିର୍ବାଚନ ନେଇ ‘ଏକ ଦେଶ, ଏକ ନିର୍ବାଚନ’ ଉପରେ ଆଲୋଚନା କରାଯାଇଥିଲା ।  ସରକାରଙ୍କ ଏହି ପ୍ରସ୍ତାବକୁ ବିଜେଡି ସମର୍ଥନ କରୁଛି ବୋଲି ନବୀନ ପ୍ରତିକ୍ରିୟା ଦେଇଛନ୍ତି । ବାରମ୍ବାର ନିର୍ବାଚନ ଯୋଗୁଁ ବିକାଶର ଗତିରୋଧ ହୋଇଥାଏ । ତେଣୁ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବୋଲି କହିଛନ୍ତି ନବୀନ । ସେହିପରି ଏହି ବୈଠକରେ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଉପରେ ଆଲୋଚନା କରାଯାଇଛି । ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ସ୍ଥାନିତ କରିବାକୁ ଦାବି, ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହା କରିବାକୁ ନବୀନ ପରାମର୍ଶ ଦେବା ସହିତ ଲୋକସଭା ଓ ବିଧାନସଭାରେ ମହିଳା ସଂରକ୍ଷଣକୁ ସମର୍ଥନ ଦେଇଛନ୍ତି ନବୀନ । ଏ ନେଇ ସବୁ ପ୍ରକାର ସହଯୋଗ କରିବାକୁ ନବୀନ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ସାମାଜିକ ହିତ ଦୃଷ୍ଟିରୁ ଜମି ଅଧିଗ୍ରହଣ ଆଇନ-୨୦୧୩ର ସଂଶୋଧନ କରାଯିବା ଓ ପରିବେଶ ସୁରକ୍ଷା ଓ ଅର୍ଥନୈତିକ ବିକାଶକୁ ପରିପୂରକ କରାଯିବା ସହିତ ଜଙ୍ଗଲ ସଂରକ୍ଷଣ ଆଇନରେ ପରିବର୍ତ୍ତନ ପାଇଁ  ମଧ୍ୟ ପରାମର୍ଶ ଦେଇଛନ୍ତି ନବୀନ । ସେହିପରି କେନ୍ଦ୍ରୀୟ ଓ ରାଜ୍ୟ ସରକାରୀ ଉଦ୍ୟୋଗକୁ ସମାନ ଗୁରୁତ୍ୱ ଦେବା ସହ ପ୍ରାକୃତିକ ଦୁର୍ବିପାକ ପ୍ରଭାବିତ ରାଜ୍ୟକୁ ଫୋକସ୍‌ ରାଜ୍ୟର ମାନ୍ୟତା ଦେବାକୁ ନବୀନ ଦାବି କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସିନ୍ଦୁରରେ ପାକିସ୍ତାନକୁ ହୋଇଥିଲା ବଡ କ୍ଷତି’: ଲସ୍କର କମାଣ୍ଡରଙ୍କ ସ୍ୱୀକାରୋକ୍ତି

September 19, 2025

ଆଜି ଓମାନ ବିପକ୍ଷରେ ଏହି ଖେଳାଳିଙ୍କୁ ସୁଯୋଗ ଦେଇପାରେ ଟିମ୍ ଇଣ୍ଡିଆ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

September 19, 2025

କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ, ଏବେ ଡାକଘରେ ମିଳିବ BSNL ସିମ୍

September 19, 2025

ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ: ଚିଠି ଲେଖିଲା ICC

September 19, 2025
Latest News

‘ଅପରେସନ ସିନ୍ଦୁରରେ ପାକିସ୍ତାନକୁ ହୋଇଥିଲା ବଡ କ୍ଷତି’: ଲସ୍କର କମାଣ୍ଡରଙ୍କ ସ୍ୱୀକାରୋକ୍ତି

September 19, 2025

ରାହୁଲ ଗାନ୍ଧୀଙ୍କ ‘ଭୋଟ୍ ଚୋରି’ର ଅଭିଯୋଗ ଉପରେ ଏନଡିଏ ନେତା କ୍ଷୁବ୍ଧ, ଜାଣନ୍ତୁ କ’ଣ କହିଲା ଆରଜେଡି?

September 19, 2025

ଆଜି ଓମାନ ବିପକ୍ଷରେ ଏହି ଖେଳାଳିଙ୍କୁ ସୁଯୋଗ ଦେଇପାରେ ଟିମ୍ ଇଣ୍ଡିଆ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

September 19, 2025

କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ, ଏବେ ଡାକଘରେ ମିଳିବ BSNL ସିମ୍

September 19, 2025

ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ: ଚିଠି ଲେଖିଲା ICC

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.