Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନଲାଇନ ବେଟିଂ ଏବଂ ଜୁଆ ପ୍ଲାଟଫର୍ମକୁ ସମର୍ଥନ ନ କରିବାକୁ ସତର୍କ କରାଇଲା କେନ୍ଦ୍ର
ଆଜିର ଖବର

ଅନଲାଇନ ବେଟିଂ ଏବଂ ଜୁଆ ପ୍ଲାଟଫର୍ମକୁ ସମର୍ଥନ ନ କରିବାକୁ ସତର୍କ କରାଇଲା କେନ୍ଦ୍ର

March 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Cybercrime
Operation Cyber Kavach: 84 Arrested in Statewide Cybercrime Crackdown

ନୂଆଦିଲ୍ଲୀ: ବିଦେଶୀ ଅନଲାଇନ ବେଟିଂ ଏବଂ ଜୁଆ ପ୍ଲାଟଫର୍ମ ସମେତ ସରୋଗେଟ୍ (ଛଦ୍ମ) ବିଜ୍ଞାପନ କିମ୍ବା ପ୍ରଚାରପ୍ରସାର ଠାରୁ ଦୂରେଇ ରହିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ସାମାଜିକ ଗଣମାଧ୍ୟମର ସମସ୍ତ ସମର୍ଥକ ଏବଂ ପ୍ରଭାବଶାଳୀ ବ୍ୟକ୍ତିବିଶେଷମାନଙ୍କୁ ପରାମର୍ଶ ଦେଇଛି। ମନ୍ତ୍ରଣାଳୟ କହିଛି ଯେ ଏହି ବିଜ୍ଞାପନଗୁଡ଼ିକ ଗ୍ରାହକ, ବିଶେଷ କରି ଯୁବବର୍ଗଙ୍କ ଉପରେ ଅନଲାଇନ୍ ବେଟିଂ ଏବଂ ଜୁଆଖେଳର ଏକ ଗୁରୁତ୍ୱପୂର୍ଣ୍ଣ ବିତ୍ତୀୟ ଏବଂ ସାମାଜିକ-ଆର୍ଥିକ ପ୍ରଭାବ ପକାଇଥାଏ।

ଭାରତୀୟ ଦର୍ଶକଙ୍କୁ ଆଖି ଆଗରେ ରଖି ଏଭଳି ପ୍ରଚାରମୂଳକ ବିଷୟବସ୍ତୁ ପ୍ରସାରଣ ନ କରିବାକୁ ମନ୍ତ୍ରଣାଳୟ ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥମାନଙ୍କୁ ପରାମର୍ଶ ଦେଇଛି। ଏଭଳି ବିଷୟବସ୍ତୁ ପ୍ରକାଶ ନ କରିବା ପାଇଁ ସେମାନଙ୍କ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନ ପ୍ରୟାସ କରିବାକୁ ମଧ୍ୟ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କୁ ପରାମର୍ଶ ଦିଆଯାଇଛି।
ଏହାକୁ ପାଳନ ନକଲେ ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯ର ବ୍ୟବସ୍ଥା ଅନୁଯାୟୀ ସାମାଜିକ ଗଣମାଧ୍ୟମ ପୋଷ୍ଟ କିମ୍ବା ଆକାଉଣ୍ଟକୁ ହଟାଇବା କିମ୍ବା ଅଚଳ କରିବା ଏବଂ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମାର୍ଗଦର୍ଶିକାରେ ଚେତାବନୀ ଦିଆଯାଇଛି।

ସୂଚନା ପ୍ରଯୁକ୍ତି ଆଇନ,୨୦୦୦ର ଧାରା ୭୯ରେ ମଧ୍ୟସ୍ଥଙ୍କ ଦ୍ୱାରା ଉପଲବ୍ଧ କିମ୍ବା ହୋଷ୍ଟ କରାଯାଇଥିବା ତୃତୀୟ ପକ୍ଷ ସୂଚନା, ଡାଟା କିମ୍ବା ଯୋଗାଯୋଗ ଲିଙ୍କ୍ ପାଇଁ ସେମାନଙ୍କୁ ଦାୟିତ୍ୱରୁ ମୁକ୍ତି ପାଇଁ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଧାରା ୭୯ର ଉପଧାରା (୩)(ବି)ରେ ବ୍ୟବସ୍ଥା ରହିଛି ଯେ ଯଦି ବାସ୍ତବିକ ସୂଚନା ପ୍ରାପ୍ତ ହେବା କ୍ଷେତ୍ରରେ, କିମ୍ବା ଉପଯୁକ୍ତ ସରକାର କିମ୍ବା ତାଙ୍କର ଏଜେନ୍ସି ଦ୍ୱାରା ସୂଚୀତ କରାଯିବା ପରେ ମଧ୍ୟସ୍ଥଙ୍କ ଦ୍ୱାରା ନିୟନ୍ତ୍ରିତ କମ୍ପ୍ୟୁଟର ସମ୍ବଳରେ ଥିବା କିମ୍ବା ଏହା ସହିତ ଜଡ଼ିତ କୌଣସି ସୂଚନା, ତଥ୍ୟ କିମ୍ବା ଯୋଗାଯୋଗ ଲିଙ୍କକୁ ଅପରାଧ ଭଳି ବେଆଇନ କାର୍ଯ୍ୟରେ ଉପଯୋଗ କରାଯାଇଛି ଏବଂ ମଧ୍ୟସ୍ଥ କୌଣସି ସାକ୍ଷ୍ୟକୁ ନଷ୍ଟ ନକରି ସେହି ସମ୍ବଳରେ ଥିବା ଉକ୍ତ ବିଷୟବସ୍ତୁ ପର୍ଯ୍ୟନ୍ତ ଆକ୍ସେସ୍କୁ ଯଥାଶୀଘ୍ର ହଟାଇବା ଏବଂ ନିଷ୍କ୍ରିୟ କରିବାରେ ବିଫଳ ହୋଇଛନ୍ତି ତା’ହେଲେ ଦାୟିତ୍ୱରୁ ଛାଡ଼ ସୁବିଧା ଲାଗୁ ହେବ ନାହିଁ।

କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ୦୬.୦୩.୨୦୨୪ ରେ ଦିଆଯାଇଥିବା ମାର୍ଗଦର୍ଶିକାକୁ ମନ୍ତ୍ରଣାଳୟ ଦୋହରାଇଛି, ଯେଉଁଥିରେ ସେଲିବ୍ରିଟି ଏବଂ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ବେଟିଂ କାର୍ଯ୍ୟକଳାପକୁ ସମର୍ଥନ ଏବଂ ପ୍ରୋତ୍ସାହନ ଦେବା ପାଇଁ ବେଟିଂ/ ଜୁଆ ପ୍ଲାଟଫର୍ମକୁ ଅନୁମୋଦନ କରିବା ନେଇ ଉଦବେଗ ପ୍ରକାଶ କରାଯାଇଥିଲା। ଏଥିସହିତ ଏପରି କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ବିଜ୍ଞାପନ କିମ୍ବା ଅନୁମୋଦନ କଠୋର ଯାଞ୍ଚ ଅଧୀନରେ ରହିବ ବୋଲି ସତର୍କ କରି ଦିଆଯାଇଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026
Latest News

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.