Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂସଦର ଉଭୟ ଗୃହକୁ ସମ୍ବୋଧନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଆଜିର ଖବର

ସଂସଦର ଉଭୟ ଗୃହକୁ ସମ୍ବୋଧନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

June 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗୁରୁବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି । ସକାଳ ୧୧ଟାରେ ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ରାଷ୍ଟ୍ରପତି ନିର୍ବାଚିତ ସରକାରଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଛନ୍ତି । ରାଷ୍ଟ୍ରପତି ଏହି ଅଭିଭାଷଣରେ ସରକାରଙ୍କ ଆଭିମୁଖ୍ୟ, ଏଜେଣ୍ଡା ଏବଂ ଆଗାମୀ ଯୋଜନା ବିଷୟରେ ଅବଗତ କରାଇଛନ୍ତି । ପ୍ରଥମେ ନିର୍ବାଚିତ ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି । ନିର୍ବାଚନ କମିଶନକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି । ଚଳିତ ବର୍ଷ ଅଧିକ ମହିଳା ଭୋଟ୍‌ ଦେଇଛନ୍ତି, ଏଥର ସର୍ବାଧିକ ୭୮ ମହିଳା ସାଂସଦ ବିଜୟୀ ହୋଇଛନ୍ତି । ନୂଆ ସରକାର ବିଷୟରେ ରାଷ୍ଟ୍ରପତି ସୂଚନା ଦେଇ କହିଥିଲେ, ଏବେ ସବ୍‌କା ସାଥ , ସବ୍‌କା ବିକାଶ ମନ୍ତ୍ରରେ ସରକାର ଆଗକୁ ବଢୁଛି। ବିନା ଭେଦଭାବରେ ବିକାଶ ପଥରେ ସରକାର ଅଗ୍ରସର ହେଉଛି। ସୁଦୃଢ଼ ରାଷ୍ଟ୍ର ନିର୍ମାଣ ଦିଗରେ ସରକାର ସଙ୍କଳ୍ପବଦ୍ଧ। ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ଆମର ଲକ୍ଷ୍ୟ। ଚାଷୀ, ଛୋଟ ଦୋକାନୀଙ୍କ ପାଇଁ ପେନସନ ଯୋଜନା କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଚାଷୀଙ୍କୁ ସହାୟତା ମିଳୁଛି। ୩ମାସ ମଧ୍ୟରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ସହାୟତା ଦିଆଯାଇଛି। ସୈନିକଙ୍କ ପିଲାଙ୍କ ପାଇଁ ସ୍କଲାରଶିପ୍‌ ବ୍ୟବସ୍ଥାରେ ବୃଦ୍ଧି କରାଯାଇଛି । ସେହିପରି ଜଳସଂକଟକୁ ନେଇ ରାଷ୍ଟ୍ରପତି କହିଛନ୍ତି ଯେ, ଜଳ ସଂରକ୍ଷଣ ପାଇଁ ସମସ୍ତଙ୍କୁ ଯତ୍ନଶୀଳ ତଥା ଏକାଗ୍ର ଚିତ୍ତରେ କାର୍ଯ୍ୟ କରିବାକୁ ପଡ଼ିବ । ଆୟୁଷ୍ମାନ ଯୋଜନାକୁ ଭାରତ ଦୁନିଆର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ବୋଲି କହିଛନ୍ତି ରାଷ୍ଟ୍ରପତି ।  ଦେଶର ୫୦ କୋଟି ଲୋକଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସିନ୍ଦୁରରେ ପାକିସ୍ତାନକୁ ହୋଇଥିଲା ବଡ କ୍ଷତି’: ଲସ୍କର କମାଣ୍ଡରଙ୍କ ସ୍ୱୀକାରୋକ୍ତି

September 19, 2025

ଆଜି ଓମାନ ବିପକ୍ଷରେ ଏହି ଖେଳାଳିଙ୍କୁ ସୁଯୋଗ ଦେଇପାରେ ଟିମ୍ ଇଣ୍ଡିଆ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

September 19, 2025

କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ, ଏବେ ଡାକଘରେ ମିଳିବ BSNL ସିମ୍

September 19, 2025

ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ: ଚିଠି ଲେଖିଲା ICC

September 19, 2025
Latest News

‘ଅପରେସନ ସିନ୍ଦୁରରେ ପାକିସ୍ତାନକୁ ହୋଇଥିଲା ବଡ କ୍ଷତି’: ଲସ୍କର କମାଣ୍ଡରଙ୍କ ସ୍ୱୀକାରୋକ୍ତି

September 19, 2025

ରାହୁଲ ଗାନ୍ଧୀଙ୍କ ‘ଭୋଟ୍ ଚୋରି’ର ଅଭିଯୋଗ ଉପରେ ଏନଡିଏ ନେତା କ୍ଷୁବ୍ଧ, ଜାଣନ୍ତୁ କ’ଣ କହିଲା ଆରଜେଡି?

September 19, 2025

ଆଜି ଓମାନ ବିପକ୍ଷରେ ଏହି ଖେଳାଳିଙ୍କୁ ସୁଯୋଗ ଦେଇପାରେ ଟିମ୍ ଇଣ୍ଡିଆ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

September 19, 2025

କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ, ଏବେ ଡାକଘରେ ମିଳିବ BSNL ସିମ୍

September 19, 2025

ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ: ଚିଠି ଲେଖିଲା ICC

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.