Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ମମ୍‌ରେ ପୁଣି ଅଂଗଦାନ: ଅନ୍ୟ ରାଜ୍ୟକୁ ପଠାଗଲା ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରର ଅଂଗ
ଆଜିର ଖବର

ସମ୍ମମ୍‌ରେ ପୁଣି ଅଂଗଦାନ: ଅନ୍ୟ ରାଜ୍ୟକୁ ପଠାଗଲା ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରର ଅଂଗ

March 27, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନଅ ମାସ ବ୍ୟବଧାନ ମଧ୍ୟରେ ଏଠାରେ ସମ୍ ଅଲ୍ଟିମେଟ ମେଡିକେୟାର ଠାରେ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ କେତେକ ଅଂଗ ବାହାର କରାଯାଇ ଦ୍ୱିତୀୟ ଥର ପାଇଁ ରାଜ୍ୟ ବାହାରେ ଗୁରୁତର ଥିବା ଦୁଇ ଜଣ ରୋଗୀଙ୍କୁ ନୂତନ ଜୀବନ ଦେବା ପାଇଁ ପଠାଯାଇଛି।

କୃଷ୍ଣ ଚନ୍ଦ୍ର ମହାଭୋଇ ନାମକ ୪୮ ବର୍ଷୀୟ ଜଣେ ସିଆର୍‌ପିଏଫ୍ ଜବାନଙ୍କର ବୃକକ୍ ଅକାମି ହୋଇଯାଇଥିବାରୁ ସମ୍ମମ୍‌ରେ ମାର୍ଚ୍ଚ ୨୦ ତାରିଖରୁ ଚିକିତ୍ସିତ ହେଉଥିଲେ। ମାର୍ଚ୍ଚ ୨୩ ତାରିଖରେ ତାଙ୍କୁ ବ୍ରେନ୍ ଡେଡ୍ ହୋଇଥିବା ଜଣାପଡ଼ିଥିଲା। ଏହି ରୋଗୀଙ୍କର ପୂର୍ବରୁ ନିୟମିତ ଡାଏଲିସିସ କରାଯାଉଥିଲା ଏବଂ ସେ ଆଇସିୟୁରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ।

ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବା ସହ ତାଙ୍କର ସବ୍‌ଡୁରାଲ୍ ହେମୋରେଜ୍ ହୋଇଯାଇଥିଲା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ରବିବାର ସକାଳେ ଏକ ଆପନିଆ ଟେଷ୍ଟ କରି ସେ ବ୍ରେନ୍ ଡେଡ୍ ହୋଇଯାଇଥିବା ଘୋଷଣା କରିଥିଲେ।

ରୋଗୀଙ୍କ ପରିବାରବର୍ଗ ରୋଗୀ ବ୍ରେନ୍ ଡେଡ୍ ହୋଇଯାଇଥିବା ଜାଣି ତାଙ୍କ ଶରୀରର ଅଂଗ ଦାନ କରିବା ନିମନ୍ତେ ନିଷ୍ପତି ନେଇଥିଲେ ଏବଂ ଏ ନେଇ ହସ୍ପିଟାଲ୍ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ ବୋଲି ସମ୍ପୃକ୍ତ ମୃତ ବ୍ୟକ୍ତିଙ୍କ ପୁଅ ସତ୍ୟବ୍ରତ ମହାଭୋଇ କହିଥିଲେ।

ହସ୍ପିଟାଲ୍ କର୍ତୃପକ୍ଷ ତୁରନ୍ତ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ) ସହ ଯୋଗାଯୋଗ କରିବା ପରେ ରିଜିଓନାଲ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗନାଇଜେସନ୍ (ରୋଟୋ) ଓ ନ୍ୟାସ୍‌ନାଲ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ନୋଟୋ) ସହ ସମ୍ପର୍କ ସ୍ଥାପନ କରାଯାଇଥିଲା।

ସମ୍ପୃକ୍ତ ବ୍ୟକ୍ତିଙ୍କର ଅଂଗଗୁଡ଼ିକର ପରୀକ୍ଷା କରାଯାଇଥିବା ବେଳେ ପ୍ରତ୍ୟାରୋପଣ ନିମନ୍ତେ ରୋଗୀଙ୍କର ଯକୃତ ଓ ହୃତପିଣ୍ଡ ବ୍ୟବହାର କରାଯାଇପାରିବ ବୋଲି ଜଣାପଡ଼ିଥିଲା। ନୋଟୋର ନିଷ୍ପତି ଅନୁଯାୟୀ ଯକୃତକୁ ମୁମ୍ବାଇର ସାର୍ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ସେଂଟରରେ ଚିକିତ୍ସାଧିନ ଥିବା ଜଣେ ରୋଗୀଙ୍କ ଶରୀରରେ ଏବଂ ହୃତପିଣ୍ଡକୁ କୋଲକାତାର ମେଡିକା ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅନ୍ୟ ଜଣେ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପଠାଯାଇଛି।

ଏହି ଦୁଇଟି ହସ୍ପିଟାଲ୍‌ର ମେଡିକାଲ୍ ଟିମ୍ ସୋମବାର ଭୁବନେଶ୍ୱରରେ ପହଂଚି ସମ୍ମମ୍ ସର୍ଜନଙ୍କ ଉପସ୍ଥିତିରେ ଅଂଗଗୁଡ଼ିକୁ ରୋଗୀଙ୍କ ଶରୀରରୁ କାଢ଼ିଥିଲେ। ସ୍ଥାନୀୟ ପୋଲିସ୍‌ଙ୍କ ସହାୟତାରେ ଦୁଇଟି ଅଂଗକୁ ଅନ୍ୟ ଦୁଇ ସହରକୁ ନେବା ନିମନ୍ତେ ହସ୍ପିଟାଲ୍ ଠାରୁ ବିଜୁ ପଟ୍ଟନାୟକ ଇନ୍‌ଟରନ୍ୟାସ୍‌ନାଲ୍ ଏୟାରପୋର୍ଟରେ ସୁରୁଖୁରରେ ପହଂଚାଇବା ନିମନ୍ତେ ଗ୍ରୀନ୍ କରିଡରର ବ୍ୟବସ୍ଥା କରାଯାଇଥିଲା।

ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ ଦ୍ୱିତୀୟ ଥର ପାଇଁ ସମ୍ମମ୍‌ରୁ ଜଣେ ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରରୁ ବିଭିନ୍ନ ଅଂଗ କଢ଼ାଯାଇ ପ୍ରତ୍ୟାରୋପଣ ନିମନ୍ତେ ଅନ୍ୟ ହସ୍ପିଟାଲ୍‌କୁ ପଠାଯାଇଛି। ଗତ ବର୍ଷ ଜୁନ ମାସ ୨୪ ତାରିଖରେ ସମ୍ମମ୍‌ରେ ଜଣେ ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରରୁ ଯକୃତ, ଫୁସ୍‌ଫୁସ୍ ଓ ବୃକକ୍‌କୁ କଢ଼ାଯାଇ ପ୍ରତ୍ୟାରୋପଣ ନିମନ୍ତେ ତିନୋଟି ଭିନ୍ନ ଭିନ୍ନ ସହରକୁ ପଠାଯାଇଥିଲା। ତେବେ ଗତଥର ସମ୍ପୃକ୍ତ ହସ୍ପିଟାଲ୍ ହୃତପିଣ୍ଡ ନେବାରେ ସଫଳ ହୋଇ ନଥିବା ବେଳେ ହସ୍ପିଟାଲ୍‌ରୁ ଏଥର ପ୍ରଥମ ଥର ପାଇଁ ହୃତପିଣ୍ଡ ଓଡ଼ିଶା ବାହାରକୁ ଯାଇପାରିଛି ବୋଲି ସେ କହିଥିଲେ।

ସୋଟୋରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ଥର ପାଇଁ କୌଣସି ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଶରୀରରୁ ହୃତପିଣ୍ଡ କଢ଼ାଯାଇ ଓଡ଼ିଶା ବାହାରକୁ ଅନ୍ୟ ଗୁରୁତର ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପଠାଯାଇଛି।

ଏଭଳି ଉଦ୍ୟମ ଜୀବନକୁ ନୂଆ ରୂପ ଦେବାରେ ସମ୍ମମ୍‌ର ପ୍ରତିବଦ୍ଧତାକୁ ସୂଚାଉଥିବା ବେଳେ ଏହି ପ୍ରକ୍ରି୍ରୟାକୁ ଜାରି ରଖିବା ନେଇ ହସ୍ପିଟାଲ୍ ପକ୍ଷରୁ ଆହୁରି ପ୍ରୟାସ କରାଯିବ ବୋଲି ସେ କହିଥିଲେ।

“ଏହା ସହିତ ଆମେ ରୋଗୀଙ୍କ ପରିବାରବର୍ଗଙ୍କୁ ସେମାନଙ୍କର ନିଃସ୍ୱାର୍ଥପର ନିଷ୍ପତି ନିମନ୍ତେ ଧନ୍ୟବାଦ ଜଣାଉଛୁ। ସେମାନଙ୍କ ନିଷ୍ପତି ଯୋଗୁ ହିଁ ଏହି ଅଂଗଦାନ ସଫଳ ହୋଇପାରିଛି” ବୋଲି ଡକ୍ଟର ଦାଶ କହିଛନ୍ତି। ସାରା ଦେଶ ରଂଗର ପର୍ବ ହୋଲି ପାଳନ କରୁଥିବା ସମୟରେ ଏଭଳି କାର୍ଯ୍ୟ ଦୁଇଟି ପରିବାର ଜୀବନରେ ଅନେକ ରଂଗ ଭରିଦେଇ ପାରିଛି ବୋଲି ସେ କହିଛନ୍ତି।

ସମ୍ମମ୍ ବର୍ଷ ତମାମ୍ ଅଂଗଦାନ ପ୍ରକ୍ରି୍ରୟାକୁ ତ୍ୱରାନ୍ୱିତ ଓ ଲୋକାଭିମୁଖି କରିବା ପାଇଁ ପ୍ରୟାସ ଜାରି ରଖିଛି। ଗତବର୍ଷ ଅଗଷ୍ଟ ମାସରେ ହସ୍ପିଟାଲ୍ ପକ୍ଷରୁ ‘ଅଂଗଦାନ ମହୋତ୍ସବ’ ପାଳନ କରାଯାଇଥିବା ବେଳେ କର୍ମଚାରୀମାନଙ୍କ ଦ୍ୱାରା ଲୋକଙ୍କ ମଧ୍ୟରେ ଅଂଗଦାନ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ‘ମୃତ୍ୟୁ ପରେ ଜୀବନ’ ନାମକ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।

ସମ୍ପୃକ୍ତ ବ୍ରେନ ଡେଡଙ୍କ ବ୍ୟକ୍ତିଙ୍କ ଶରୀରରୁ ଅଂଗଗୁଡ଼ିକୁ କନ୍‌ସଲ୍‌ଟାଂଟ ନେଫ୍ରୋଲୋଜିଷ୍ଟ ଡାକ୍ତର ତାପସ କୁମାର ବେହେରା ଏବଂ କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କ ତତ୍ୱାବଧାନରେ କଢ଼ାଯାଇଥିଲା ବୋଲି ଡକ୍ଟର ଦାଶ କହିବା ସହ କନ୍‌ସଲ୍‌ଟାଂଟ ଏବଂ ସରକାରୀ ସଂସ୍ଥାଗୁଡ଼ିକୁ ଏହି କାର୍ଯ୍ୟରେ ସହାୟତା ନିମନ୍ତେ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ଡାକ୍ତର ବାନାମ୍ବର ରାୟ କହିଥିଲେ ସମ୍ପୃକ୍ତ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କର ଅଂଗଗୁଡ଼ିକୁ ଶରୀରରୁ କାଢ଼ିବା ଜଟିଳ ଥିଲା। ତେବେ ଏହି ଅଂଗଗୁଡ଼ିକ ଅନ୍ୟ ଦୁଇ ରୋଗୀଙ୍କ ଶରୀରରେ ଉତମ ଭାବେ କାର୍ଯ୍ୟ କରିବ ବୋଲି ଡାକ୍ତର ରାୟ ଆଶା ପ୍ରକାଶ କରିଛନ୍ତି।

SUM Ultimate Medicare
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କଲା ବିସିସିଆଇ: କେବଳ ତିନି ଖେଳାଳିଙ୍କୁ ସର୍ବୋଚ୍ଚ ଗ୍ରେଡ୍

February 10, 2026

ଜାଣନ୍ତୁ ୧୦ ଫେବୃୟାରୀର ରାଶିଫଳ, ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

February 10, 2026

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026
Latest News

କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କଲା ବିସିସିଆଇ: କେବଳ ତିନି ଖେଳାଳିଙ୍କୁ ସର୍ବୋଚ୍ଚ ଗ୍ରେଡ୍

February 10, 2026

ଭାରତ-ସେଶେଲ୍ସ ଭାଗିଦାରୀ: ଦ୍ୱିପାକ୍ଷିକ ସହଭାଗୀତାକୁ ମଜବୁତ କରିବା ଉପରେ ଗୁରୁତ୍ଵ

February 10, 2026

ଜାଣନ୍ତୁ ୧୦ ଫେବୃୟାରୀର ରାଶିଫଳ, ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

February 10, 2026

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.