Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରିଲା ଦୋଳଯାତ୍ରା, ବାପଘରେ ପଖାଳ ତୋରାଣି ମାଛଭଜା ଖାଇ ମନ୍ଦିରକୁ ବାହୁଡ଼ିଲେ ମା’ଭଗବତୀ
ଆଜିର ଖବର

ସରିଲା ଦୋଳଯାତ୍ରା, ବାପଘରେ ପଖାଳ ତୋରାଣି ମାଛଭଜା ଖାଇ ମନ୍ଦିରକୁ ବାହୁଡ଼ିଲେ ମା’ଭଗବତୀ

March 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଉତ୍କଳୀୟ ସଂସ୍କୃତି ଯେପରି ବିଚ଼ିତ୍ର, ଦେବାଦେବୀଙ୍କ ନୀତିକାନ୍ତି ପର୍ବପର୍ବାଣୀରେ ଜଡିତ ପରମ୍ପରା ମଧ୍ୟ ତାଠାରୁ ଅଧିକ ବିସ୍ମୟ ଓ ବିଚ଼ିତ୍ରମୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ଧର୍ମଧାରଣା ଓ ଆଧାତ୍ମିକ ବିଶ୍ୱାସ ହିଁ ପରିଶେଷରେ ସାମାଜିକ ମୂଲ୍ୟବୋଧରେ ପରିଣତ ହୋଇରହିଛି କାହିଁ କେଉଁ କାଳରୁ।

ଖ୍ରୀଷ୍ଟୀୟ ଷୋଡ଼ଷ ଶତାବ୍ଦୀରୁ ଶ୍ରୀ ଚୈତନ୍ୟଙ୍କ ଉତ୍କଳ ଆଗମନ ପରେ ଗଜପତି ପ୍ରତାପରୁଦ୍ରଙ୍କ ଶାସନ କାଳରୁ ଦୋଳଗୋବିନ୍ଦଙ୍କୁ ନେଇ ଦୋଳ ଯାତ୍ରା ପରମ୍ପରାର ଆରମ୍ଭ ବୋଲି ଗବେଷକମାନେ ମତରଖନ୍ତି। ବୈଷ୍ଣବୀୟ ଚେତନାରେ ଗୋବିନ୍ଦ ରୂପୀ ଭଗବାନ ଶ୍ରୀକୃଷ୍ଣଙ୍କ ବସନ୍ତ ଋତୁର ରାସ ଉତ୍ସବ, ଅବୀରକ୍ରୀଡ଼ାହିଁ ଏହି ଦୋଳଯାତ୍ରା। ପରବର୍ତ୍ତୀକାଳରେ ଯାତ୍ରାରେ ଚ଼ାଚ଼େରୀଖିଆକୁ ସଂଶ୍ଳୀଷ୍ଟ କରାଯାଇଛି।

ଧୀରେ ଧୀରେଏହି ବୈଷ୍ଣବୀୟ ଚେତନାରେ ଶୈବ, ଶାକ୍ତ, ରାମାନୁଜ ପନ୍ଥୀ ଚେତନାର ମଧ୍ୟ ସମିଶ୍ରଣ ଘଟିଛି। ଫଳରେ ଦୋଳଗୋବିନ୍ଦଙ୍କ ସହିତ ଦେବଦେବ ମହାଦେବ ଚନ୍ଦ୍ରଶେଖର, ଦେବୀ ଭଗବତୀ, କନକଦୁର୍ଗା, ରଘୁନାଥ ମଧ୍ୟ ଚ଼ାଚ଼େରୀ ରେଗ୍ରାମ ପରିକ୍ରମା କରି ଦୋଳି ଅବୀର କ୍ରୀଡ଼ାରେ ସାମିଲ ହୋଇଯାଇଛନ୍ତି ଯଦ୍ବାରାକି ଦୋଳପର୍ବ ଆଜି ବୈଷ୍ଣବ, ଶୈବ, ଶାକ୍ତ, ଗାଣପତ୍ୟ, ସୌରଧର୍ମ ଚେତନାର ଏକ ସମିଶ୍ରଣପର୍ବ ହୋଇଯାଇଛି। ସେହି

ବିଶ୍ୱାସରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ପରମ ଆଲ୍ଲାଦିନୀ ମା’ଭଗବତୀ (ପରମପ୍ରେମମୟୀ ଶ୍ରୀରାଧା ସ୍ୱରୂପିଣୀ ) ଙ୍କଦୋଳପର୍ବବଡ଼ ବିଚିତ୍ରମୟ। ଫାଲଗୁନ ଶୁକ୍ଳ ଦଶମୀରୁ ଆରମ୍ଭ ହୁଏ ମା’ଙ୍କ ଦୋଳପର୍ବ। ଏକାଦଶୀ, ଦ୍ଵାଦଶୀରେ ନଗର ପରିକ୍ରମା। ଦୁର୍ଗା ଓ ମାଧବ ରୂପୀ ମା’ଭଗବତୀଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ପ୍ରତୀକ ଶ୍ରୀରଙ୍କନାଥ ଦେବ ମିଶି ଏହି ପରିକ୍ରମା ପରେ ତ୍ରୟୋଦଶୀରେ ଛ ଶାସନର ନିମନ୍ତ୍ରଣ ରକ୍ଷା କରି ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁର ଉମାମହେଶ୍ୱରଙ୍କୁ ହକାରୀ ଆଣି ମହେଶ୍ୱରଙ୍କୁ ମନ୍ଦିର ଦାୟିତ୍ଵ ଦେଇ ଉମା ସ୍ଵରୁପିଣୀ ମା’ଭଗବତୀ ବୁଲନ୍ତି ଚ଼ାଚେରୀ ଖାଇ।

ଦେବୀ ଫେରିବା ପର୍ଯ୍ୟନ୍ତ ମହେଶ୍ୱର ଦେବ ଏକା ଏକା କୁ ଢୁଆ ଦ୍ଵାର ପାଖରେ ବସି ରହନ୍ତି। ମା’ଙ୍କୁ ସମ୍ମାନ ଦେବା ସହିତ ଧାର୍ମିକ ସ୍ଵାଧୀନତା ପ୍ରଦାନ ଦୋଳପର୍ବର ଆଉ ଏକ ମହାନ ବିଶେଷତ୍ବ ରହିଛି ବାଣପୁର ସଂସ୍କୃତିରେ। ଚତୁର୍ଦ୍ଦଶୀ ପୂର୍ଣ୍ଣମୀ ଦୁଇଦିନ ଧରି ଖରାତରାରେ ମା’ଏକା ଏକା ତିନିଶାସନ ପରିକ୍ରମା କରିବାପରେ ପୂଜକ ସାଆନ୍ତ (ମା’ଙ୍କ ବାପଘର ବୋଲି ବିଶ୍ୱାସ ରହିଛି)ଙ୍କ ଦୁଆରକୁ ପହଞ୍ଚିଲା ପରେ ଝୀଅପରି ସ୍ନେହ ଶ୍ରଦ୍ଧାରେ ଆବୋରି ନେଇ ପୂଜକ ପରିବାର ଅନ୍ୟ ଠାକୁରଙ୍କୁ ପଇଡ଼ ଦ୍ଵାରା ଆପ୍ୟାୟିତ କଲାବେଳେ କନ୍ୟା ତୁଲ୍ୟା ମା’ଭଗବତୀଙ୍କୁ ଟଭା ପତରରେ ଛୁଙ୍କ ଦିଆ ଦହି ପଖାଳ ସହିତ ମାଛ ଗୁଣ୍ଡିଭଜା ବାଢିଦିଅନ୍ତି।

ଶିବ ସ୍ଵରୂପ ଚନ୍ଦ୍ରଶେଖର ଉମାମହେଶ୍ୱର ଦେବ, ପରମବିଷ୍ଣୁ ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ଶ୍ରୀରଙ୍କ ନାଥଦେବ, ଶ୍ରୀ ରଘୁନାଥ ଦେବଙ୍କ ସହିତ ମା’ଭଗବତୀଙ୍କୁ ଏକ ସମୟରେ ବେଲପତ୍ର, ତୁଳସୀ ଓ ପୁଷ୍ପ ପକାଇ ନିରାମିଷ ଓ ଆମିଷ ନୈବେଦ୍ୟ ଘଣ୍ଟ କାହାଳୀ ବଜାଇ ଏକ ସମୟରେ ଧୂପ କରାଯିବାର ନିଆରା ପରମ୍ପରା କେବଳ ବାଣପୁରରେ ହିଁ ଦେଖିବାକୁ ମିଳେ। ଧୂପ ପରେ ବାପଘରୁ ଶାଢି ଶଙ୍ଖା ସିନ୍ଦୁର ଭାରନେଇମା’ ମନ୍ଦିରକୁ ଫେରନ୍ତି।

ଚଳିତ ବର୍ଷ ଦୁଇଦିନ ଧରି ପୂର୍ଣ୍ଣିମା ପଡ଼ିବାରୁ ଶେଷ ଦିନ ଦୋଳି ଖେଳ ଓ ନୂଆପାଞ୍ଜି ପଠନ ପରେ ପ୍ରତିପଦାରେ ଦହିଯାତରେ ନିଯୋଗୀ ସେବାୟତଙ୍କ ସହିତ ଥାଟପଟୁଆର , ବାଣରୋଷଣିରେ ଜଗନ୍ନାଥପୁର, ବିଷର ପାଟଣା ପରିକ୍ରମା କରି ଦଧି ହାଣ୍ଡି ଭଗ୍ନପରେ ମନ୍ଦିରକୁ ଲେଉଟିଲେ ମା’। ଚଳିତ ବର୍ଷ ମା’ଙ୍କ ଛଅ ଦିନ ଧରି ଏହି ମହାନ ଯାତ୍ରା ମନ୍ଦିର ପ୍ରଶାସନ, ସ୍ଥାନୀୟ ଆରକ୍ଷୀ ଅଧିକାରୀଙ୍କ ମିଳିତ ସହଯୋଗରେଶାନ୍ତି ଶୃଙ୍ଖଳାର ସହିତସମାହିତ ହୋଇଥିବା କଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ତୃତୀୟ ଟି-୨୦କୁ ୫ ୱିକେଟରେ ଜିତିଲା ଭାରତ: ହୋବାର୍ଟରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ

November 2, 2025

ସହଜ ହେଲା ଆଧାର ଅପଡେଟ୍, ଏବେ ଘରେ ବସି ଅନଲାଇନରେ କରିପାରିବେ ଏହି ସବୁ କାମ  

November 2, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପତ୍ତିଜନକ ଭାଷା ବ୍ୟବହାର କରିବା ମହଙ୍ଗା ପଡିଲା: ଅଭିଯୁକ୍ତ ଗିରଫ

November 2, 2025

ବହୁଚର୍ଚ୍ଚିତ ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲା: ପୂର୍ବତନ ବିଧାୟକ ଗିରଫ

November 2, 2025
BJP Ads
Latest News

ତୃତୀୟ ଟି-୨୦କୁ ୫ ୱିକେଟରେ ଜିତିଲା ଭାରତ: ହୋବାର୍ଟରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ

November 2, 2025

ସହଜ ହେଲା ଆଧାର ଅପଡେଟ୍, ଏବେ ଘରେ ବସି ଅନଲାଇନରେ କରିପାରିବେ ଏହି ସବୁ କାମ  

November 2, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପତ୍ତିଜନକ ଭାଷା ବ୍ୟବହାର କରିବା ମହଙ୍ଗା ପଡିଲା: ଅଭିଯୁକ୍ତ ଗିରଫ

November 2, 2025

“କୌଣସି ହିଂସା ଗ୍ରହଣୀୟ ନୁହେଁ”: ଦୁଲାରଚାନ୍ଦ ହତ୍ୟା ମାମଲାରେ ସିଇସି ଙ୍କ ଚେତାବନୀ

November 2, 2025

ବହୁଚର୍ଚ୍ଚିତ ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲା: ପୂର୍ବତନ ବିଧାୟକ ଗିରଫ

November 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.