Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋବାଇଲ ନମ୍ବର ବନ୍ଦ କରିବା ଲାଗି ଧମକ ଦେଉଥିବା କଲ୍‌ ସମ୍ପର୍କରେ ମାର୍ଗଦର୍ଶିକା ଜାରି କଲେ ସରକାର
ଆଜିର ଖବର

ମୋବାଇଲ ନମ୍ବର ବନ୍ଦ କରିବା ଲାଗି ଧମକ ଦେଉଥିବା କଲ୍‌ ସମ୍ପର୍କରେ ମାର୍ଗଦର୍ଶିକା ଜାରି କଲେ ସରକାର

March 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ
ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

ନୂଆଦିଲ୍ଲୀ: ଦେଶରେ ନାଗରିକମାନଙ୍କୁ ଏପରି କେତେକ କଲ୍ ଆସୁଛି ଯେଉଁଥିରେ ଦୂରସଞ୍ଚାର ବିଭାଗ ନାମରେ କଲ୍ କରୁଥିବା ବ୍ୟକ୍ତିମାନେ ସେମାନଙ୍କର ସମସ୍ତ ମୋବାଇଲ୍ ନମ୍ବର ବନ୍ଦ ହୋଇଯିବ ବୋଲି ଧମକ ଦେଉଛନ୍ତି କିମ୍ବା କିଛି ବେଆଇନ କାର୍ଯ୍ୟରେ ସେମାନଙ୍କ ମୋବାଇଲ୍ ନମ୍ବରର ଅପବ୍ୟବହାର କରାଯାଉଛି ବୋଲି କହୁଛନ୍ତି। ଏଭଳି କଲ ପ୍ରତି ସତର୍କ ରହିବା ପାଇଁ ଯୋଗାଯୋଗ ମନ୍ତ୍ରଣାଳୟର ଦୂରସଂଚାର ବିଭାଗ (ଡିଓଟି) ନାଗରିକମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରି କହିଛି। ବିଦେଶୀ ମୋବାଇଲ ନମ୍ବର (ଯେପରିକି +୯୨-xxxxx)ରୁ ହ୍ଵାଟ୍ସଆପ୍ କଲ୍ କରି ସରକାରୀ ଅଧିକାରୀଙ୍କ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ନେଇ ନେଇ ମଧ୍ୟ ଦୂରସଞ୍ଚାର ବିଭାଗ ମାର୍ଗଦର୍ଶିକା ଜାରି କରି ସତର୍କ କରାଇ ଦେଇଛି।

ସାଇବର ଅପରାଧୀମାନେ ଏଭଳି କଲ୍ ମାଧ୍ୟମରେ ବ୍ୟକ୍ତିଗତ ତଥ୍ୟ ଚୋରି କରି ସାଇବର ଅପରାଧ/ଆର୍ଥିକ ଠକେଇ କରିବାକୁ ଚେଷ୍ଟା କରିଥାନ୍ତି। ଦୂରସଞ୍ଚାର ବିଭାଗ ନିଜ ତରଫରୁ କାହାକୁ ଏଭଳି କଲ୍ କରିବାକୁ ଅଧିକାର ଦେଇନାହିଁ ଏବଂ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଏଭଳି କଲ୍ ପାଇବା ପରେ କୌଣସି ସୂଚନା ପ୍ରଦାନ ନକରିବାକୁ ଦୂରସଞ୍ଚାର ବିଭାଗ ନାଗରିକଙ୍କୁ ସତର୍କ କରାଇ ଦେଇଛି।

ଏଭଳି ଠକେଇ ସମ୍ପର୍କରେ ସଂଚାର ସାଥୀ ପୋର୍ଟାଲ (www.sancharsaathi.gov.in)ର ‘ଚକ୍ଷୁ- ସନ୍ଦିଗ୍ଧ ଠକେଇ ଯୋଗାଯୋଗ ସମ୍ପର୍କରେ ରିପୋର୍ଟ’ କେନ୍ଦ୍ରରେ ଅଭିଯୋଗ ଦାଖଲ କରିବାକୁ ଦୂରସଞ୍ଚାର ବିଭାଗ ନାଗରିକମାନଙ୍କୁ ପରାମର୍ଶ ଦେଇଛି। ଏଭଳି ସକ୍ରିୟ ଅଭିଯୋଗ ଦାଖଲ ଦ୍ୱାରା ସାଇବର ଅପରାଧ, ଆର୍ଥିକ ଠକେଇ ଇତ୍ୟାଦି ପାଇଁ ଟେଲିକମ୍ ସମ୍ବଳର ଅପବ୍ୟବହାର ରୋକିବାରେ ଡିଓଟିକୁ ସାହାଯ୍ୟ କରିବ।

ଏହାବ୍ୟତୀତ ନାଗରିକମାନେ ସଂଚାର ସାଥୀ ପୋର୍ଟାଲ (www.sancharsaathi.gov.in) ର ‘ନୋ ୟୋର ମୋବାଇଲ୍ କନେକ୍ସନ’ ସୁବିଧାରେ ନିଜ ନାମରେ ଥିବା ମୋବାଇଲ ସଂଯୋଗ ଯାଞ୍ଚ କରିପାରିବେ ଏବଂ ସେମାନଙ୍କ ଦ୍ୱାରା ନିଆଯାଇଥିବା କିମ୍ବା ଆବଶ୍ୟକ ନଥିବା କୌଣସି ମୋବାଇଲ୍ ସଂଯୋଗ ବିଷୟରେ ରିପୋର୍ଟ କରିପାରିବେ।

ସାଇବର କ୍ରାଇମ ହେଲ୍ପଲାଇନ ନମ୍ବର ୧୯୩୦ରେ ରିପୋର୍ଟ କରିବା କିମ୍ବା ସାଇବର କ୍ରାଇମ କିମ୍ବା ଆର୍ଥିକ ଠକେଇର ଶିକାର ହେଲେ www.cybercrime.gov.inକରିବାକୁ ଡିଓଟି ନାଗରିକମାନଙ୍କୁ ପରାମର୍ଶ ଦେଇଛି।

ଦୂରସଂଚାର ବିଭାଗ ମାର୍ଗଦର୍ଶିକା ଜାରି ଯୋଗାଯୋଗ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.