ପ୍ରାଥମିକ ଶିକ୍ଷକଙ୍କ କୁମ୍ଭକର୍ଣ୍ଣ ନିଦ୍ରା, ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ଦାବି

Published: Mar 30, 2024, 9:46 pm IST

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ବ ଦେଇ ୫-ଟି ମୋ ସ୍କୁଲ, ଆମ ସ୍କୁଲ ଭଳି ବିଭିନ୍ନ ଯୋଜନା ମାଧ୍ୟମରେ ଶିକ୍ଷାର ବିକାଶ ପାଇଁ ଉଦ୍ୟମ କରୁଥିବା ବେଳେ ଆଜି ମଧ୍ୟ ଶିକ୍ଷକମାନେ ପୂରଣ ଯୁଗର କୁମ୍ଭକର୍ଣ୍ଣ କିପରି ନିଦ୍ରା ଯାଉ ଥିଲା ତାହାର ଉଦାହରଣ ଦେଉଥିବାର ଦେଖା ଯାଉଛି। କଳାହାଣ୍ଡି ଜିଲ୍ଲାର ବନ ପାହାଡ ଘେରା ତଳ ଆମ ପଦର ପ୍ରାଥମିକ ସ୍କୁଲରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଯାଇଛି।

ଆଦିବାସୀ ବହୁଳ ତଳ ଆମ ପଦର ଗ୍ରାମ ପଂଚାୟତ ଅନ୍ତର୍ଗତ ତଳ ଆମ ପଦର ପ୍ରାଥମିକ ସ୍କୁଲ ରେ ମୋଟ ତିନି ଜଣ ଶିକ୍ଷକ ନିଯୁକ୍ତ ଥିବା ବେଳେ ପ୍ରାୟତଃ ଶିକ୍ଷକ ମାନେ ଉପସ୍ଥିତ ହେଉ ନ ଥିବା ଗ୍ରାମ ବସି ଅଭିଯୋଗ କରନ୍ତି। ପାଳି କରି ଶିକ୍ଷକ ମାନେ ଏହି ସ୍କୁଲ କୁ ଯାଉଥିବା ବେଳେ ଯେଉ ଶିକ୍ଷକ ଙ୍କ ପାଳି ଥାଏ ସେହି ଶିକ୍ଷକ ସ୍କୁଲ କୁ କେବଳ ନାମକୁ ମାତ୍ର ଯାଇ ଉପସ୍ଥାନ ପକାଉଥିବା ଅଭିଯୋଗ ହେଉଛି ଗତ ସପ୍ତାହରେ ଶିକ୍ଷକ ସୁରେଶ ବେଶରା ନାମକ ଶିକ୍ଷକ ସ୍କୁଲ କୁ ଯାଇ ଥିଲେ ହେଁ ସ୍ପଷ୍ଟ ଦଇବ ଲୋକରେ ଶ୍ରେଣୀ ଗୃହରେ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ନିଜ ଚୌକି ରେ ବସି ଘୁଙ୍ଗୁଡି ମରୁଥିବାର ଦେଖା ଯାଇଥିଲା।

ସ୍ଥାନୀୟ ଗ୍ରାମବାସୀଙ୍କ ଦୀର୍ଘ ଦିନର ଅଭିଯୋଗ ପାଇ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଚୌକି ରେ ବସି ଶୋଇ ପଡ଼ିଥିବାର ଦୃଶ୍ୟ କେମେରା ରେ ରେକର୍ଡ କରିଥିଲେ ହେଁ ଶିକ୍ଷକ ଙ୍କ ନିଦ୍ରା ଭଙ୍ଗ ହୋଇ ନ ଥିଲା। ବୋଧ ହୁଏ ଶିକ୍ଷକ ସୁରେଶ ବେଶରା ପୂରାଣ ଯୁଗର କୁମ୍ଭକର୍ଣ୍ଣ କିପରି ଶୋଉ ଥିଲା ତାହା ଛାତ୍ର ଛାତ୍ରୀ ଙ୍କୁ ଦେଖାଉ ଥିଲେ। ସରକାର ଯେତେ ଚେଷ୍ଟା କଲେ ମଧ୍ୟ ଏଭଳି ଠକ ଶିକ୍ଷକ ମାନଙ୍କ ଦ୍ବାରା କିପରି ଅନୁନ୍ନତ ଅଞ୍ଚଳର ଶିକ୍ଷାର ବିକାଶ ହୋଇ ପାରିବ ତାହା ବିଚାର ସାପେକ୍ଷ। ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

Related posts