Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ପଞ୍ଚୁଦୋଳ: ଅଘୋରିରେ କମ୍ପିଲା ବଡଦାଣ୍ଡ
ଆଜିର ଖବର

ରଣପୁର ପଞ୍ଚୁଦୋଳ: ଅଘୋରିରେ କମ୍ପିଲା ବଡଦାଣ୍ଡ

March 31, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ପ୍ରତିବର୍ଷ ଐତିହ୍ୟ ସମ୍ପନ୍ନ ରଣପୁର ପଚୁଂଦୋଳ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବିରାଟ ଶୋଭାଯାତ୍ରା କରାଯାଇଛି। କିନ୍ତୁ ଗତ ବର୍ଷ ଭଳି ଚଳିତ ବର୍ଷ ଶହ ଶହ ବର୍ଷର ପରମ୍ପରା ଭଙ୍ଗି ଯାଇଛି। ସାଧାରଣତଃ ପଚୁଂଦୋଳ ଦିନ ଉପର ମଣିନାଗରେ ମାଜଣା ପରେ ଆଜ୍ଞା ମାଳ ଆସିଥାଏ। ପରେ ରାଜବାଟିରେ ଥିବା ମଣିନାଗଙ୍କ ଚଳନ୍ତି ପ୍ରତିମାରେ ଏହି ମାଳ ଅର୍ପଣ କରାଯାଇ ପଚୁଂଦୋଳ ପଡିଆକୁ ବିଜେ କରାଯାଏ। କିନ୍ତୁ ଚଳିତ ବର୍ଷ ପୁଣି ରାଜା ମଣିନାଗ ମୂର୍ତ୍ତି ଦେବାକୁ ମନାକରିଦେବାରୁ କେବଳ ଆଜ୍ଞା ମାଳ ଶନିବାର ରାତିରେ ବିଜେ ହେବା ପରେ ଅନ୍ୟ ଠାକୁର ମାନେ ପଚୁଂଦୋଳ ପଡିଆକୁ ଯାଇଥିଲେ। ପଚୁଂଦୋଳର ସମସ୍ତ ନିତୀକାନ୍ତି ମନ୍ଦିର ପ୍ରଶାସନ ଓ ଏନଏସି ତରଫରୁ ଶୋଭାଯାତ୍ରା କରାଯାଇଥିଲା।

ଆଜି ପ୍ରସିଦ୍ଧ ରଣପୁର ପଚୁଂଦୋଳ ମେଳନ ଅନିଷ୍ଟିତ ହୋଇଛି। ଶନିବାର ରାତିରେ ୧୧ ଟାରେ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ସୁସଜ୍ଜିତ ବିମାନରେ ରଣପୁର ଅଗ୍ରଦେବୀ ମଣିନାଗଙ୍କ ଆଜ୍ଞା ମାଳ ପଚୁଂଦୋଳ ପଡିଆରେ ପହଚିଂ ଆସ୍ଥାନ ଗ୍ରହଣ କରିବାପରେ ବିଭିନ୍ନ ଅଚଂଳରୁ ଆସିଥିବା ଦୋଳ ଗୁଡିକ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ପହଚିଂଥିଲେ। ପରେ ଦୋଳ ଗୁଡିକ ସହ ପଚୁଂ ମହାଦେବଙ୍କ ସହ ଜଗନ୍ନାଥ ମନ୍ଦିର ନିକଟରେ ପହଚିଂଥିଲେ। ଜଗନ୍ନାଥମନ୍ଦିରରୁ ଦୋଳ ଗୋବିନ୍ଦଙ୍କ ସହ ଅନ୍ୟଦୋଳଗୁଡିକ ସହ ସାମିଲ ହୋଇ ସକାଳୁ ଯାଇ ପଚୁଂଦୋଳ ପଡିଆଠାରେ ପହଚିଂଥିଲେ।

ଆଜି ଦିନତମାମ ମଣିନାଗଙ୍କ ସମ୍ମୁକରେ ଯଜ୍ଞ ଅନୁଷ୍ଟିତ ହୋଇଥିଲା। ରଣପୁର ବ୍ଲକ ଓ ପଡୋଶି ଖୋର୍ଦ୍ଧା ଜିଲ୍ଲରୁ ୧୧୦ ଦୋଳରେ ଠାକୁର ବିମାନ ଗୁଡିକ ଆସିଥିଲା। ଦିନତମାମ ଭକ୍ତ ମାନେ ଆସି ଠାକୁରଙ୍କୁ ଫଗୁ ଲାଗି କରିଥିଲେ। ଆଜି ଦିନବେଳେ ଭକ୍ତମାନେ ଭିଡ ଜମାଇଥିଲେ। ଅପରାହ୍ନରେ ମଣିନାଗ ଦେବୀଙ୍କ ଯଜ୍ଞର ପୂର୍ଣ୍ଣାହୁତି ପରେ ପ୍ରଥମେ ମଣିନାଗ ଆସ୍ଥାନ ଛାଡିଥିଲେ। ପରେ ଏକ ଶୋଭାଯାତ୍ରାରେ ମଣିନାଗ ଦୋଳଗୋବିନ୍ଦ ପଚୁଂମହାଦେବ ଙ୍କ ସମେତ ଅନାନ୍ୟ ଦୋଳ ଗୁଡିକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଆଜି ପଚୁଂ ଦୋଳରେ ୨୦ ହଜାର ଭକ୍ତ ୧୧୦ ଦୋଳଙ୍କ ମେଳନ ଦେଖିଥିଲେ। ଅପରାହ୍ନରେ ଘଟଂ ଘଟାଂ ଢୋଲରେ କମ୍ପିଲା ବଡଦାଣ୍ଡ। ବିଶେଷ କରି ଓଡିଶା ବାହାରୁ ଆସିଥିବା ଅଘୋରି ନୃତ୍ୟ ଲୋକଙ୍କର ମନ ମୋହିଥିଲା। ସନ୍ଧ୍ୟା ସମୟରେ ସମସ୍ତ ଦୋଳଗୁଡିକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ପହଚିଂବା ପରେ ମନ୍ଦିର ସମ୍ମୁଖରେ ନିର୍ଦ୍ଧାରିତ ନୀତି ଅନୁଯାୟୀ ଆଳତୀ ହୋଇଥିଲା। ପରେ ଦୋଳଗୋବିନ୍ଦ ଜଗନ୍ନାଥ ମନ୍ଦିରରେ ପ୍ରବେଶପରେ ଅନ୍ୟ ବିମାନ ଗୁଡିକ ନିଜ ନିଜ ଅଚଂଳକୁ ଫେରିଯାଇଥିଲେ।

ଆଜି ଏହି ପଚୁଂ ଦୋଳରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ୍ ପଟ୍ଟନାୟକ, ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସଂବିତ ପାତ୍ର, ଏନଏସି ଅଧ୍ୟକ୍ଷା ରଙ୍ଗିନ୍ ମହାନ୍ତି, ରାଷ୍ଟ୍ରୀୟ ମଜଦୁର କଂଗଗ୍ରେସର ସାଧାରଣ ସଂପାଦକ ସତ୍ୟବ୍ରତ ନାୟକ ପ୍ରମୁଖ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା, ଜଣେ ମୃତ, ୫ ଆହତ

September 27, 2025

ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିମାନବନ୍ଦରରେ ଭବ୍ୟ ସ୍ବାଗତ

September 27, 2025

ନବରାତ୍ରୀର ଷଷ୍ଠ ଦିନରେ ଦେବୀ କାତ୍ୟାୟନୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 27, 2025

ନବରାତ୍ରୀରେ ଗ୍ରହଣ କରନ୍ତୁ ଏହି ଉପାୟ, ହଟିବ ନକାରାତ୍ମକ ଶକ୍ତି, ଦାମ୍ପତ୍ୟ ଜୀବନରେ ମିଳିବ ସୁଖ

September 27, 2025
Latest News

ବାଣପୁର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା, ଜଣେ ମୃତ, ୫ ଆହତ

September 27, 2025

ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିମାନବନ୍ଦରରେ ଭବ୍ୟ ସ୍ବାଗତ

September 27, 2025

ନବରାତ୍ରୀର ଷଷ୍ଠ ଦିନରେ ଦେବୀ କାତ୍ୟାୟନୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 27, 2025

ନବରାତ୍ରୀରେ ଗ୍ରହଣ କରନ୍ତୁ ଏହି ଉପାୟ, ହଟିବ ନକାରାତ୍ମକ ଶକ୍ତି, ଦାମ୍ପତ୍ୟ ଜୀବନରେ ମିଳିବ ସୁଖ

September 27, 2025

GST ହ୍ରାସ ଯୋଗୁଁ 21,000 ଟଙ୍କା ଶସ୍ତା ହେଲା ଏହି Honda ବାଇକ୍

September 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.