Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୱାଇଫ ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚିତ ଓ ସମ୍ମାନୀତା ପ୍ରତିଭା ସମ୍ମାନ ୨୦୨୪ ଅନୁଷ୍ଠିତ
ଆଜିର ଖବର

ୱାଇଫ ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚିତ ଓ ସମ୍ମାନୀତା ପ୍ରତିଭା ସମ୍ମାନ ୨୦୨୪ ଅନୁଷ୍ଠିତ

April 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସମ୍ମାନୀତା ଅନୁଷ୍ଠାନର ବାର୍ଷିକ ଉତ୍ସବ ସହିତ WIFE (ୱାଇଫ) ଓଡ଼ିଆ ଚଳଚ୍ଚିତ୍ରର ପୋଷ୍ଟର ଲଞ୍ଚ ହୋଇଛି। ବର୍ଷା ପ୍ରିୟଦର୍ଶିନୀ ଜଣେ ସଫଳ ଓଡ଼ିଆ ଅଭିନେତ୍ରୀ ହେବା ସହ, ଜଣେ ସମାଜସେବୀ, ଲେଖିକା ଓ ପ୍ରଯୋଜିକା। ବର୍ଷାଙ୍କର ସମ୍ମାନୀତା ଅନୁଷ୍ଠାନ ଦୀର୍ଘ ୭/୮ ବର୍ଷ ଧରି ଅନେକ ଉନ୍ନତିମୂଳକ, ଜନକଲ୍ୟାଣକାରୀ, ଜନମଙ୍ଗଳ କାର୍ଯ୍ୟ ସବୁ କରିଆସୁଛି। ଅବହେଳିତ, ଅସହାୟ, ନିଷ୍ପେଷିତ ଲୋକଙ୍କ ପାଇଁ ସମ୍ମାନୀତା ସବୁବେଳେ କାର୍ଯ୍ୟ କରିଆସୁଛି।

ପାଠାଗାର ଅଭିଯାନ, ମହିଳାମାନଙ୍କ ଋତୁସ୍ରାବ ଜନିତ ସଚେତନତା, ଶିଶୁ ମାନଙ୍କର ଶିକ୍ଷା ଓ ବିକାଶମୂଳକ କାର୍ଯ୍ୟ, ଦିବ୍ୟାଙ୍ଗ ମାନଙ୍କୁ ମୁଖ୍ୟସ୍ରୋତରେ ଆଣିବା ପ୍ରୟାସ, ଵୃଦ୍ଧାଶ୍ରମ ରେ ଥିବା ଗୁରୁଜନଙ୍କ ମୁହଁ ରେ ହସ ଫୁଟାଇବା, ସାମାଜିକ, ଗଣମାଧ୍ୟମ ର ଅପବ୍ୟବହାର ଉପରେ ସଚେତନତା, ବିଭିନ୍ନ ସଚେତନତାମୂଳକ କର୍ମଶାଳା, ବିଭିନ୍ନ ପ୍ରକାର ପ୍ରତିଯୋଗିତା ଏବଂ ପ୍ରତିଭାବାନ ଲୋକଙ୍କୁ ସୁଯୋଗ ଦେବା ଦିଗରେ ଅନେକ କାର୍ଯ୍ୟ କରିଆସୁଅଛି ବର୍ଷା ଙ୍କର ସମ୍ମାନୀତା। ସବୁଥର ପରି ଏଥର ମଧ୍ୟ ସମ୍ମାନୀତା ପାଳନ କରୁଛି ପ୍ରତିଭାର ସମ୍ମାନ ୨୦୨୪। କେବଳ ମହିଳା ନୁହେଁ, ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା, ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ‘ସମ୍ମାନୀତା’ ଅନୁଷ୍ଠାନ ସମ୍ମାନିତ କରିଥିଲା। ତା’ସହ ବର୍ଷାଙ୍କର ଆଗାମୀ ଚଳଚ୍ଚିତ୍ର ‘WIFE’ (ୱାଇଫ) ର ପୋଷ୍ଟର ଲଞ୍ଚ କରାଗଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା MP ଏବଂ ଅଭିନେତା ମୁନ୍ନା ଖାଁ ଯୋଗଦେଇଥିଲେ ଏବଂ ବରିଷ୍ଠ ଆଇନଜୀବି ସୌରଚନ୍ଦ୍ର ମହାପାତ୍ର ସମ୍ମାନିତ ହୋଇଥିଲେ। ମେଘନା ମିଶ୍ର, ସନଲିସା ପଟେଲ, ସଙ୍ଗୀତା ସାହୁ, ପ୍ରେରଣା, ରୁମଝୁମ, ନିଦ୍ଧି ଗର୍ଗ , ଓ ଅନେକ ସମାଜସେବୀ, ପ୍ରତିଷ୍ଠିତ ବ୍ୟକ୍ତି ମାନେ ସମ୍ମାନିତ ହୋଇଥିଲେ। ନିଜର କମେଡି ଅନ୍ଦାଜରେ ଲୋକଙ୍କର ଅତିପ୍ରିୟ ହୋଇଥିବା ୟୁଟୁବର ରାଜୁ ଦାସ, ପ୍ରମୁଖ ଯୁବ କଳାକାର ହିସାବରେ ସମ୍ମାନିତ ହୋଇଥିଲେ। ମଞ୍ଚ ପରିଚାଳନା କରିଥିଲେ ବିଜୟ ମଲ୍ଲ। ବିଜୟ କାଣ୍ଡୋଇ, ବବି ଇସଲାମ, ରାଜ ରାଜେଶ, ଜୟଜିତ, ଲିପ୍ସା ମିଶ୍ର, ସୁଜାତା କର, ବାପୁ ଲେଙ୍କା ଅନେକ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ମାନୀତାର ଉପସଭାପତି ବନାନୀ ଦଳେଇ ସମସ୍ତ ଦାୟିତ୍ୱ ରେ ଥିଲେ। SCB ମେଡିକାଲ ର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ପ୍ରଶାନ୍ତ ପରିଡା ଏବଂ Sofy ର ପରିଚାଳକ ଅବିନାଶ ତ୍ରିପାଠୀ କାର୍ଯ୍ୟକ୍ରମରେ ବିଶେଷ ସାହାଯ୍ୟ କରିଥିଲେ। ସମ୍ମାନୀତା ର ବରିଷ୍ଠ ସଭ୍ୟ ସୁଜୟ ସରକାର, ରିଙ୍କୁ, ମିହିର ଦାସ, ପ୍ରଶାନ୍ତ ବେହେରା, ବିଶ୍ୱରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ଦାୟିତ୍ୱ ବହନ କରିଥିଲେ। ବର୍ଷା ଙ୍କର ଏହି ଅନୁଷ୍ଠାନ ଗଢି ତାଙ୍କର ସମାଜ ପ୍ରତି ଥିବା ଭଲ ପାଇବାକୁ ସମସ୍ତେ ପ୍ରଶଂସା କରିଥିଲେ।

wife ଓଡିଆ ଚଳଚ୍ଚିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

“କୌଣସି ବର୍ଗକୁ ଅପମାନ କରିବା ଭୁଲ”: “ଘୁଷଖୋର ପଣ୍ଡିତ” ର ନିର୍ମାତାଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

February 12, 2026

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ସମାପ୍ତ ହେବ କି?: ଲୋକସଭାରେ ପ୍ରସ୍ତାବ ଦେଲେ ବିଜେପି ସାଂସଦ 

February 12, 2026

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026

ନାମିବିୟା ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଫିଟନେସ୍ ସମ୍ବନ୍ଧୀୟ ଚିନ୍ତା: ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ସମ୍ଭବ

February 12, 2026
Latest News

“କୌଣସି ବର୍ଗକୁ ଅପମାନ କରିବା ଭୁଲ”: “ଘୁଷଖୋର ପଣ୍ଡିତ” ର ନିର୍ମାତାଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

February 12, 2026

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ସମାପ୍ତ ହେବ କି?: ଲୋକସଭାରେ ପ୍ରସ୍ତାବ ଦେଲେ ବିଜେପି ସାଂସଦ 

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026

ଲାଲକିଲ୍ଲା ବିସ୍ଫୋରଣରେ ଜୈଶ-ଏ-ମହମ୍ମଦର ହାତ: UNSC ରିପୋର୍ଟକୁ ପାକିସ୍ତାନର ଆପତ୍ତି

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.