Categories
ଆଜିର ଖବର ରାଜ୍ୟ ଖବର ସିନେମା

ୱାଇଫ ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚିତ ଓ ସମ୍ମାନୀତା ପ୍ରତିଭା ସମ୍ମାନ ୨୦୨୪ ଅନୁଷ୍ଠିତ

ଭୁବନେଶ୍ଵର: ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସମ୍ମାନୀତା ଅନୁଷ୍ଠାନର ବାର୍ଷିକ ଉତ୍ସବ ସହିତ WIFE (ୱାଇଫ) ଓଡ଼ିଆ ଚଳଚ୍ଚିତ୍ରର ପୋଷ୍ଟର ଲଞ୍ଚ ହୋଇଛି। ବର୍ଷା ପ୍ରିୟଦର୍ଶିନୀ ଜଣେ ସଫଳ ଓଡ଼ିଆ ଅଭିନେତ୍ରୀ ହେବା ସହ, ଜଣେ ସମାଜସେବୀ, ଲେଖିକା ଓ ପ୍ରଯୋଜିକା। ବର୍ଷାଙ୍କର ସମ୍ମାନୀତା ଅନୁଷ୍ଠାନ ଦୀର୍ଘ ୭/୮ ବର୍ଷ ଧରି ଅନେକ ଉନ୍ନତିମୂଳକ, ଜନକଲ୍ୟାଣକାରୀ, ଜନମଙ୍ଗଳ କାର୍ଯ୍ୟ ସବୁ କରିଆସୁଛି। ଅବହେଳିତ, ଅସହାୟ, ନିଷ୍ପେଷିତ ଲୋକଙ୍କ ପାଇଁ ସମ୍ମାନୀତା ସବୁବେଳେ କାର୍ଯ୍ୟ କରିଆସୁଛି।

ପାଠାଗାର ଅଭିଯାନ, ମହିଳାମାନଙ୍କ ଋତୁସ୍ରାବ ଜନିତ ସଚେତନତା, ଶିଶୁ ମାନଙ୍କର ଶିକ୍ଷା ଓ ବିକାଶମୂଳକ କାର୍ଯ୍ୟ, ଦିବ୍ୟାଙ୍ଗ ମାନଙ୍କୁ ମୁଖ୍ୟସ୍ରୋତରେ ଆଣିବା ପ୍ରୟାସ, ଵୃଦ୍ଧାଶ୍ରମ ରେ ଥିବା ଗୁରୁଜନଙ୍କ ମୁହଁ ରେ ହସ ଫୁଟାଇବା, ସାମାଜିକ, ଗଣମାଧ୍ୟମ ର ଅପବ୍ୟବହାର ଉପରେ ସଚେତନତା, ବିଭିନ୍ନ ସଚେତନତାମୂଳକ କର୍ମଶାଳା, ବିଭିନ୍ନ ପ୍ରକାର ପ୍ରତିଯୋଗିତା ଏବଂ ପ୍ରତିଭାବାନ ଲୋକଙ୍କୁ ସୁଯୋଗ ଦେବା ଦିଗରେ ଅନେକ କାର୍ଯ୍ୟ କରିଆସୁଅଛି ବର୍ଷା ଙ୍କର ସମ୍ମାନୀତା। ସବୁଥର ପରି ଏଥର ମଧ୍ୟ ସମ୍ମାନୀତା ପାଳନ କରୁଛି ପ୍ରତିଭାର ସମ୍ମାନ ୨୦୨୪। କେବଳ ମହିଳା ନୁହେଁ, ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା, ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ‘ସମ୍ମାନୀତା’ ଅନୁଷ୍ଠାନ ସମ୍ମାନିତ କରିଥିଲା। ତା’ସହ ବର୍ଷାଙ୍କର ଆଗାମୀ ଚଳଚ୍ଚିତ୍ର ‘WIFE’ (ୱାଇଫ) ର ପୋଷ୍ଟର ଲଞ୍ଚ କରାଗଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା MP ଏବଂ ଅଭିନେତା ମୁନ୍ନା ଖାଁ ଯୋଗଦେଇଥିଲେ ଏବଂ ବରିଷ୍ଠ ଆଇନଜୀବି ସୌରଚନ୍ଦ୍ର ମହାପାତ୍ର ସମ୍ମାନିତ ହୋଇଥିଲେ। ମେଘନା ମିଶ୍ର, ସନଲିସା ପଟେଲ, ସଙ୍ଗୀତା ସାହୁ, ପ୍ରେରଣା, ରୁମଝୁମ, ନିଦ୍ଧି ଗର୍ଗ , ଓ ଅନେକ ସମାଜସେବୀ, ପ୍ରତିଷ୍ଠିତ ବ୍ୟକ୍ତି ମାନେ ସମ୍ମାନିତ ହୋଇଥିଲେ। ନିଜର କମେଡି ଅନ୍ଦାଜରେ ଲୋକଙ୍କର ଅତିପ୍ରିୟ ହୋଇଥିବା ୟୁଟୁବର ରାଜୁ ଦାସ, ପ୍ରମୁଖ ଯୁବ କଳାକାର ହିସାବରେ ସମ୍ମାନିତ ହୋଇଥିଲେ। ମଞ୍ଚ ପରିଚାଳନା କରିଥିଲେ ବିଜୟ ମଲ୍ଲ। ବିଜୟ କାଣ୍ଡୋଇ, ବବି ଇସଲାମ, ରାଜ ରାଜେଶ, ଜୟଜିତ, ଲିପ୍ସା ମିଶ୍ର, ସୁଜାତା କର, ବାପୁ ଲେଙ୍କା ଅନେକ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ମାନୀତାର ଉପସଭାପତି ବନାନୀ ଦଳେଇ ସମସ୍ତ ଦାୟିତ୍ୱ ରେ ଥିଲେ। SCB ମେଡିକାଲ ର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ପ୍ରଶାନ୍ତ ପରିଡା ଏବଂ Sofy ର ପରିଚାଳକ ଅବିନାଶ ତ୍ରିପାଠୀ କାର୍ଯ୍ୟକ୍ରମରେ ବିଶେଷ ସାହାଯ୍ୟ କରିଥିଲେ। ସମ୍ମାନୀତା ର ବରିଷ୍ଠ ସଭ୍ୟ ସୁଜୟ ସରକାର, ରିଙ୍କୁ, ମିହିର ଦାସ, ପ୍ରଶାନ୍ତ ବେହେରା, ବିଶ୍ୱରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ଦାୟିତ୍ୱ ବହନ କରିଥିଲେ। ବର୍ଷା ଙ୍କର ଏହି ଅନୁଷ୍ଠାନ ଗଢି ତାଙ୍କର ସମାଜ ପ୍ରତି ଥିବା ଭଲ ପାଇବାକୁ ସମସ୍ତେ ପ୍ରଶଂସା କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କପଡା ଧୋଇବାକୁ କହିବାରୁ ସ୍ବାମୀ ଉପରକୁ ଗରମ ପାଣି ଫୋପାଡି ମାଡ ମାରିଲା ସ୍ତ୍ରୀ

ପାନୀପତ : ହରିୟାଣାର ପାନୀପତରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ମଡେଲ୍‌ ଟାଉନ୍‌ ଥାନା କ୍ଷେତ୍ରର କଶ୍ୟପ୍‌ କଲୋନୀର ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ କପଡା ଧୋଇବାକୁ କହିବାରୁ ସ୍ତ୍ରୀ ଜଣକ ରାଗରେ ସ୍ବାମୀ ଉପରେ ଗରମ ପାଣି ଫୋପାଡି ଥିଲେ । ଏହା ପରେ ଫ୍ରାଇଙ୍ଗ୍‌ ପ୍ୟାନ୍‌ରେ ମାଡ ମଧ୍ୟ ମାରିଛନ୍ତି । ସ୍ବାମୀ ଜଣକ ଗୁରୁତର ଅବସ୍ଥାରେ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହରିୟାଣା ପୋଲିସ୍‌ ଏହି ମାମଲାର ଯାଞ୍ଚ କରୁଛି ।

ମିଳିଥିବା ସୂଚନା ଅନୁସାରେ ଗୁରୁତର ହୋଇଥିବା ସ୍ବାମୀଜଣକ ହେଉଛନ୍ତି ଜସବୀର ସିଂ । ସେ ମାତା ଜାଗରଣ ଟୋଲିର ଜଣେ ସଦସ୍ୟ ରୂପେ କାର୍ଯ୍ୟ କରୁଥିଲେ । ଲକ୍‌ଡାଉନ୍‌ କାରଣରୁ ଜାଗରଣ ପାର୍ଟି ବନ୍ଦ ହୋଇଯାଇଛି । ସେ ଏବେ ମୂଲ ମଜୁରୀ ଲାଗୁଛନ୍ତି । ତାଙ୍କର ପାଞ୍ଚ ଝିଅ ଓଗୋଟିଏ ପୁଅ । ତିନି ଝିଅଙ୍କର ବାହାଘର ହୋଇଯାଇଥିବାବେଳେ ଘରେ ସ୍ତ୍ରୀ ନିର୍ମଳା ଓ ଦୁଇ ସନ୍ତାନ ଅଛନ୍ତି ।

ଜସବୀର୍‌ କହିଛନ୍ତି ଯେ, ରାତ୍ର 9ଟା ସମୟରେ ସେ ଘରେ ପହଞ୍‌ଚିଥିଲେ । ସେ ତାଙ୍କ ସ୍ତ୍ରୀଙ୍କୁ କପଡା ଧୋଇବାକୁ କହିଥିଲେ । କିନ୍ତୁ ରାତ୍ରି ହେବା ପରେ ବି କପଡା ଧୁଆ ହୋଇନଥିଲା । ସେ ରାତ୍ରିରେ ଘରେ ପହଞ୍ଚି ସ୍ତ୍ରୀଙ୍କୁ କପଡା ଧୋଇବାକୁ କହିଥିଲେ । ସେହି ସମୟରେ ସ୍ତ୍ରୀ ରୋଷେଇ ଘରେ ଗ୍ୟାସ୍‌ରେ ପାଣି ଗରମ କରୁଥିଲେ । କପଡା ଧୋଇବାକୁ କହିବା ମାତ୍ରକେ ସ୍ତ୍ରୀ ରାଗରେ ଗରମ ପାଣି ଜସ୍‌ବୀରଙ୍କ ଉପରକୁ ଫୋପାଡିଥିଲେ । ଏହାପରେ ଫ୍ରାଇିଂ ପ୍ୟାନ୍‌ ଉଠାଇ ତାଙ୍କ ମୁଣ୍ଡକୁ ମାରିଥିଲେ ।  ଗରମ ପାଣିପଡି ଜସବୀରଙ୍କ ବେକ, ହାତ, କାନ ଆଜି ପୋଡିଯାଇଛି । ତାଙ୍କଭାଇ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ପୋଲିସ୍‌ ଆଇପିସି 323, 324 ଓ 506 ଧାରାରେ ସ୍ତ୍ରୀଙ୍କ ବିରୋଧରେ ମାମଲା ଦାଏର କରିଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ

କନ୍ଦର୍ପ ବେହେରା

ରେଢାଖୋଲ-ଭଗବାନକୁ ସାକ୍ଷୀ ରଖି ବାହାବେଦୀରେ ସ୍ୱାମୀ ସ୍ତ୍ରୀର ହାତ ଧରି ବାହାଘର ହୋଇଥାଏ ଯୁଗଯୁଗ ପାଇଁ । ହେଲେ ସ୍ୱାମୀ ଯେ ଦିନେ ସବୁ ମିଥ୍ୟା ଭାବି ନିଜର ଅର୍ଦ୍ଧାଙ୍ଗିନୀକୁ ହତ୍ୟା କରିବ କେହି ବି ଭାବି ନ ଥିବେ ।

ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ସବଡିଭିଜନର ଜୁଜୋମୁରା ଥାନା ଅଂଚଳରେ । ପ୍ରକାଶ ଯେ ଜୁଜୋମୁରା ଥାନା ମେଘପାଳ ପଂଚାୟତର ଘୁସୁରିବାହାଲ ଗାଁରେ ପ୍ରମୋଦ ଭଏସା ରାତିରେ ମଦ୍ୟପାନ କରି ନିଜର ସ୍ତ୍ରୀ  ସହ ଝଗଡା କରିଥିଲେ । ଅତ୍ୟଧିକ ମଦ୍ୟପାନ କରି ସେ ଧରିଥିବା ଏକ ଟାଙ୍ଗିଆରେ ପାର୍ବତୀର ମୁଣ୍ଡକୁ ହାଣି ଥିଲା । ଘଟଣା ସ୍ଥଳରେ ହିଁ ପାର୍ବତୀର ମୃତ୍ୟୁ ହୋଇଯାଇଥିଲା ।  ମଦ ନିଶାରେ ମସଗୁଲ ପ୍ରମୋଦ ଏପରି ଏକ ନୃଶଂସ କାଣ୍ଡ କରିଥିବା ଜୁଜୋମୁରା ପୋଲିସ୍ ଓ ରେଢାଖୋଲ ଏସ୍‌ଡିପିଓ ଖବର ପାଇ ଘଟଣା ସ୍ଥଳକୁ ଯାଇ ମୃତ ଶବ ଜବତ କରିବା ସହ ହତ୍ୟାକାରୀ ପ୍ରମୋଦକୁ ଗିରଫ କରିଥିଲେ । ରେଢାଖୋଲ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ  ଏହି ହତ୍ୟାକାଣ୍ଡର ତଦନ୍ତ କରୁଥିବା ଜଣାପଡିଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମୋବାଇଲ୍‌ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଝାଡଖଣ୍ଡ : ଝାଡଖଣ୍ଡର ଚତରାଠାରେ ଜଣେ ସ୍ବାମୀ ମୋବାଇଲ୍‌ ସ୍ତ୍ରୀକୁ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ବ୍ୟକ୍ତିଙ୍କର ମୋବାଇଲ୍‌ ହଜିଯିବାରୁ ନିଜ ସ୍ତ୍ରୀକୁ ଘରେ ଫାଶୀରେ ଝୁଲାଇ ହତ୍ୟା କରିଛନ୍ତି । ତେବେ ଅଭିଯୁକ୍ତ ସ୍ବାମୀ ଜଣଙ୍କୁ ପୋଲିସ୍‌ ଗିରଫ କରିଛି ।

ଅଭିଯୁକ୍ତ ସ୍ବାମୀ ଜଣକ ହେଉଛନ୍ତି ଉମେଶ ଭୂୟାଁ ।  ମୋବାଇଲ୍‌ ଫୋନ୍‌ ହଜିଯିବା ପରେ ରାଗରେ ନିଜ ସ୍ତ୍ରୀ ଡଲି ଦେବୀଙ୍କୁ ଘରେ ଫାଶୀରେ ଝୁଲାଇଦେଇଛନ୍ତି । ଏହି ଘଟଣା ଚତରା ସଦର ଥାନା ଅନ୍ତର୍ଗତ ହାସବୋ ଗ୍ରାମରେ ହୋଇଛି । ଦୁଇ ଦିନ ପୂର୍ବରୁ ଅଭିଯୁକ୍ତ ସ୍ବାମୀ ଜଣକ ଶଶ୍ବୁର ଘରକୁ ଯାଇଥିଲେ । ସେଠାରେ ତାଙ୍କ ମୋବାଇଲ ହଜି ଯାଇଥିଲା । ତା’ ପରଦିନ ଯେତେବଳେ ସେ ଘରକୁ ଫେରିଲେ ମୋବାଇଲ ହଜିଥିବା ଘଟଣାକୁ ନେଇ ସ୍ତ୍ରୀଙ୍କ ସହ ଝଗଡା କରିଥିଲେ । ରାଗରେ ସ୍ବାମୀ ଜଣକ ସ୍ତ୍ରୀଙ୍କୁ ଫାଶୀରେ ଝୁଲାଇ ଦେଇଥିଲେ ।

ପୋଲିସ୍‌ ଘଟଣାସମ୍ପର୍କରେ ସୂଚନା ପାଇବା ପରେ ମହିଳାଙ୍କ ମୃତଦେହକୁଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଛି । ଅଭିଯୁକ୍ତ ସ୍ବାମୀ ଉମେଶ ଭୂୟାଁକୁ ଗିରଫ କରି ଜେଲ୍‌ ପଠାଇଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜୀବନ ଶୈଳୀ

ସ୍ତ୍ରୀଙ୍କ ପାଇଁ ଦୁଇ ସ୍ବାମୀ କଲେ ଅଜବ ବୁଝାମଣା

ଲାହୋର  : ଜଣେ ସ୍ବାମୀଙ୍କର ଦୁଇଟି ସ୍ତ୍ରୀ ରହିଥିବାର ଶୁଣାଯାଇଥାଏ । କିନ୍ତୁ ସ୍ତ୍ରୀଙ୍କର ଦୁଇଟି ସ୍ବାମୀ ରହିଥିବାର ଖବର ସାମ୍ନାକୁ ଆସିଛି । ସ୍ବାମୀଙ୍କ ପାଇଁ ଦୁଇଜଣ ସ୍ତ୍ରୀ ନିଜ ମଧ୍ୟରେ ବୁଝାମଣା କରିଥାନ୍ତି । କିନ୍ତୁ ଜଣେ ସ୍ତ୍ରୀ ପାଇଁ ଦୁଇ ଜଣ ସ୍ବାମୀ ବୁଝାମଣା କହିଛନ୍ତି ।

ଏହି ଘଟଣାର ପାକିସ୍ତାନର ଲହୋର ଅଞ୍ଚଳର ବୋଲି ଜଣାପଡିଛି । ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପ୍ରଥମ ସ୍ବାମୀଙ୍କ ନିକଟକୁ ପଠାଇଛନ୍ତି । ସ୍ତ୍ରୀ ଗର୍ଭବତୀ ଥିବାବେଳେ ପ୍ରଥମ ସ୍ବାମୀ ଜଣକ ତାଙ୍କର ଉତ୍ତମ ଦେଖାରଖା କରିପାରିବେ ବୋଲି ଦ୍ବିତୀୟ ସ୍ବାମୀ ଜଣକ ଏପରି ନିଷ୍ପତ୍ତି ନେଇଛନ୍ତି ।

ଦୁଇଜଣ ସ୍ବାମୀ ଜଣକ ଏହା ସମ୍ପର୍କରେ ପୋଲିସ ଥାନାରେ ଲିଖିତ ବୟାନ ଦେଇଛନ୍ତି । ମହିଳାଙ୍କ ଦ୍ବିତୀୟ ସ୍ବାମୀ ବୁଝାମୁଣା ଚୁକ୍ତିରେ ଲେଖିଛନ୍ତି ଯେ – ତାଙ୍କ ସ୍ତ୍ରୀଙ୍କର ପ୍ରଥମ ସ୍ବାମୀଙ୍କଠାରୁ ଚାରିଜଣ ସନ୍ତାନ ଅଛନ୍ତି । ସେହି ସନ୍ତାନମାନଙ୍କର ଠିକ୍‌ ଭାବରେ ଦେଖାରେଖା ହୋଇପାରୁନଥିବାରୁ ସେ ବ୍ୟସ୍ତ ରହୁଥିଲେ । ଏଥିପାଇଁ ସେ ତାଙ୍କ ସ୍ତ୍ରୀଙ୍କ ସହମତିରେ ତାଙ୍କୁ ପ୍ରଥମ ସ୍ବାମୀଙ୍କ ନିକଟକୁ ପଠାଇଛନ୍ତି । ଏବେ ତାଙ୍କ ସ୍ତ୍ରୀ ଗର୍ଭବତୀ ଥିବାବେଳେ ସେ ଯେକୌଣସି ସମୟରେ ଆସି ତାଙ୍କ ସ୍ତ୍ରୀଙ୍କ ସହିତ ସାକ୍ଷାତ ଦେଖାକରି ପାରିବେ । ଏବଂ ଏକ ବର୍ଷ ପରେ ତାଙ୍କ ସନ୍ତାନକୁ ନେଇ ପାରିବେ । ସନ୍ତାନ ଜନ୍ମ ହେବା ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ପ୍ରଥମ ସ୍ବାମୀଙ୍କ ସହିତ ରହିବେ ।

ସେହିପରି ପ୍ରଥମ ସ୍ବାମୀ ଜଣକ ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ସ୍ତ୍ରୀଙ୍କୁ ଏପରି ଦୁଃଖୀ କିମ୍ବା ବ୍ୟସ୍ତ ହେଉଥିବାର ଦେଖିପାରିବେ ନାହିଁ ସେଥିପାଇଁ ସେ ଏହି ବୁଝାମଣାରେ ସମର୍ଥନ କରିଛନ୍ତି । ଏହି ବୁଝାମଣାରେ ଦୁଇଜଣ ଯାକ ସ୍ବାମୀ କହିଛନ୍ତି ଯେ, ସେ ଏପରି ବୁଝାମଣା କେବଳ ତାଙ୍କ ସ୍ତ୍ରୀଙ୍କ ପାଇଁ ହିଁ କରିଛନ୍ତି, ସେ ଯେପରି ପିଲାମାନଙ୍କ ସହିତ ଖୁସିରେ ରହିପାରିବେ ସେଥିପ୍ରତି ଧ୍ୟାନ ଦେଇ ସେ ଏପରି ଏକ ବୁଝାମଣାରେ ସହମତି ଜଣାଇଛନ୍ତି ।

Categories
ଆଜିର ଖବର

ରୋହିତ ଶେଖର ହତ୍ୟା ମାମଲାରେ ପତ୍ନୀ ଗିରଫ

ଏନ୍‌ଡି ତିଓ୍ବାରୀଙ୍କ ପୁତ୍ର ରୋହିତ ଶେଖରଙ୍କ ହତ୍ୟା ମାମଲାରେ ପୋଲିସ୍‌ ରୋହିତଙ୍କ ପତ୍ନୀଙ୍କୁ ଗିରଫ କରିଛି। ପୂର୍ବରୁ ଅପୂର୍ବା ଶୁକ୍ଲାଙ୍କୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଭାବରେ ସନ୍ଦେହ କରୁଥିଲା। ରୋହିତଙ୍କୁ ହତ୍ୟା କରିଥିବା ନେଇ ଅପୂର୍ବା ସ୍ବୀକାର କରିଥିବା ପୋଲିସ ପକ୍ଷରୁ ପ୍ରକାଶ ପାଇଛି। ଦିଲ୍ଲିର ଡିଫେନ୍ସ କଲୋନୀରୁ ଅପୂର୍ବାଙ୍କୁ ଗିରଫ କରାଯାଇଥିବା ନେଇ ସହକାରୀ କମିଶନର ରାଜୀବ ରଞ୍ଜନ ପ୍ରକାଶ କରିଛନ୍ତି। ଏହି ମାମଲାରେ ଦୁଇ ଜଣ ଚାକରଙ୍କ ସହିତ ଅପୂର୍ବାଙ୍କୁ ପୋଲିସ୍‌ ଜେରା କରୁଥିଲା। ଏପ୍ରିଲ୍‌ ୧୬ ତାରିଖରେ ରୋହିତଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତିନି ଦିନ ପରେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ରୋହିତଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହେବା ପରେ ହତ୍ୟ ମାମଲା ଦାୟର କରାଯାଇଥିଲା।