ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ

Published: Nov 11, 2020, 6:13 pm IST

କନ୍ଦର୍ପ ବେହେରା

ରେଢାଖୋଲ-ଭଗବାନକୁ ସାକ୍ଷୀ ରଖି ବାହାବେଦୀରେ ସ୍ୱାମୀ ସ୍ତ୍ରୀର ହାତ ଧରି ବାହାଘର ହୋଇଥାଏ ଯୁଗଯୁଗ ପାଇଁ । ହେଲେ ସ୍ୱାମୀ ଯେ ଦିନେ ସବୁ ମିଥ୍ୟା ଭାବି ନିଜର ଅର୍ଦ୍ଧାଙ୍ଗିନୀକୁ ହତ୍ୟା କରିବ କେହି ବି ଭାବି ନ ଥିବେ ।

ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ସବଡିଭିଜନର ଜୁଜୋମୁରା ଥାନା ଅଂଚଳରେ । ପ୍ରକାଶ ଯେ ଜୁଜୋମୁରା ଥାନା ମେଘପାଳ ପଂଚାୟତର ଘୁସୁରିବାହାଲ ଗାଁରେ ପ୍ରମୋଦ ଭଏସା ରାତିରେ ମଦ୍ୟପାନ କରି ନିଜର ସ୍ତ୍ରୀ  ସହ ଝଗଡା କରିଥିଲେ । ଅତ୍ୟଧିକ ମଦ୍ୟପାନ କରି ସେ ଧରିଥିବା ଏକ ଟାଙ୍ଗିଆରେ ପାର୍ବତୀର ମୁଣ୍ଡକୁ ହାଣି ଥିଲା । ଘଟଣା ସ୍ଥଳରେ ହିଁ ପାର୍ବତୀର ମୃତ୍ୟୁ ହୋଇଯାଇଥିଲା ।  ମଦ ନିଶାରେ ମସଗୁଲ ପ୍ରମୋଦ ଏପରି ଏକ ନୃଶଂସ କାଣ୍ଡ କରିଥିବା ଜୁଜୋମୁରା ପୋଲିସ୍ ଓ ରେଢାଖୋଲ ଏସ୍‌ଡିପିଓ ଖବର ପାଇ ଘଟଣା ସ୍ଥଳକୁ ଯାଇ ମୃତ ଶବ ଜବତ କରିବା ସହ ହତ୍ୟାକାରୀ ପ୍ରମୋଦକୁ ଗିରଫ କରିଥିଲେ । ରେଢାଖୋଲ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ  ଏହି ହତ୍ୟାକାଣ୍ଡର ତଦନ୍ତ କରୁଥିବା ଜଣାପଡିଛି ।

Related posts